ETV Bharat / bharat

ଭାରତରେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ: ସ୍ୱାଗତ କଲେ ଜୟଶଙ୍କର, ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କଲେ ସାକ୍ଷାତ - ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କଲେ ଜୟଶଙ୍କର

ଭାରତରେ ବୈଦେଶିକ ମନ୍ତ୍ରୀ । ସ୍ବାଗତ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଲେ ଆଲୋଚନା । କହିଲେ ଫ୍ରାନ୍ସ ଭାରତ ଦୀର୍ଘ ଦିନର ବନ୍ଧୁ । ଅଧିକ ପଢନ୍ତୁ

ଭାରତରେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ: ସ୍ବାଗତ କଲେ ଜୟଶଙ୍କର, ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କଲେ ସାକ୍ଷାତ

author img

By

Published : Sep 14, 2022, 10:22 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ କ୍ୟାଥେରିନ୍‌ କୋଲୋନା (French Foreign Minister Catherine Colonna) ଆଜି ସେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଏହା ଫ୍ରାନ୍ସ ମନ୍ତ୍ରୀ ଭାବେ ତାଙ୍କର ପ୍ରଥମ ଭାରତ ଗସ୍ତ ମଧ୍ୟ । ଅତିଥି ମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ସେ ଦିଲ୍ଲୀ ସ୍ଥିତ ଲେଡି ଶ୍ରୀରାମ କଲେଜରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଥମ ଥର ପାଇଁ ସେ ଭାରତ ଆସି ଖୁସିଥିବା ମଧ୍ୟ ପ୍ରକାଶ କରିଛନ୍ତି । ପ୍ରଥମେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପରେ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସେ ଆଲଚନା କରିଛନ୍ତି ।

ଲେଡି ଶ୍ରୀରାମ କଲେଜରେ ସମ୍ବୋଧିତ କରିବା ବେଳେ କ୍ୟାଥେରିନ୍‌ କହିଛନ୍ତି, ‘‘2019 ପରେ ଫ୍ରାନ୍ସକୁ ପାଠ ପଢିବାକୁ ଯାଉଥିବା ଭାରତର ଶିକ୍ଷାର୍ଥୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଛି । କୋଭିଡ କାରଣରୁ ଏହି ପ୍ରକ୍ରିୟା ପ୍ରଭାବିତ ହୋଇଛି । କିନ୍ତୁ 2022 ରେ ପୁଣି ଥରେ ପୂର୍ବ ପରି ଭାରତୀୟ ଛାତ୍ରମାନେ ଫ୍ରାନ୍ସ ଯାଇ ପାଠ ପଢିବେ । ଚଳିତ ବର୍ଷ ପ୍ରାୟ 5 ହଜାର ଛାତ୍ରଛାତ୍ରୀ ଫ୍ରାନ୍ସ ଯାଇ ପାଠ ପଢିବା ନେଇ ସେ ଅନୁମାନ କରିଛନ୍ତି । ସେହିପରି ଭାରତ- ଫ୍ରାନ୍ସ ବୈଦେଶିକ ସମ୍ପର୍କ ସୁଦୃଢ ହେବା ନେଇ ଆଶା ପ୍ରକଟ କରିଛନ୍ତି । ଗତ 25 ବର୍ଷ ଧରି ଉଭୟ ଦେଶ ପରସ୍ପରର ସହଯୋଗୀ ଭାବେ ରହିଆସିଛନ୍ତି । ଭାରତ ମହାସାଗରୀୟ କ୍ଷେତ୍ରରେ ଫ୍ରାନ୍ସ ଓ ଭାରତ ସହଭାଗିତାରେ ସ୍ଥିରତା ଆଣିବା ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି ।

ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି । ସେ (French Foreign Minister Catherine Colonna) ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ବନ୍ଧୁତ୍ବ ବାର୍ତ୍ତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜଣାଇଥିଲେ । ଏହି ସାକ୍ଷାତକାର ସହ ଉଭୟଙ୍କ ମଧ୍ୟରେ ଦୁଇ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଓ ସାଧାରଣ ତଥା ସମୂହ ସ୍ବାର୍ଥ ଉପରେ ଉଭୟ ଦେଶର ଏଜେଣ୍ଡା ନେଇ ମୋଦି ଓ କ୍ୟାଥେରିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଫ୍ରାନ୍ସ ମନ୍ତ୍ରୀ କ୍ୟାଥେରିନ କୋଲୋନା (Catherine Colonna) ଏବେ ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବରେ ରହିଛନ୍ତି । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । 13 ରୁ 15 ତାରିଖ ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ଆସିଛନ୍ତି । ଭାରତ ଆସି ଖୁସି ଥିବା କହିବା ସହ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହା ମନ୍ତ୍ରୀ ଭାବେ ତାଙ୍କର ପ୍ରଥମ ଭାରତ ଗସ୍ତ, କିନ୍ତୁ ସେ ପୂର୍ବରୁ ମଧ୍ୟ ଭାରତ ଆସି ସାରିଛନ୍ତି । ସେ ମନ୍ତ୍ରୀ ଭାବେ ଏସିଆ ଗସ୍ତର ପ୍ରଥମ ରାଷ୍ଟ୍ର ଭାବେ ଭାରତକୁ ଚୟନ କରିଥିବା ମଧ୍ୟ କହିଛନ୍ତି । ଆଜି ସେ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ଏସ.ଜୟ ଶଙ୍କର ତାଙ୍କୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.