ETV Bharat / bharat

ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଭେଟିଲେ ଜୟଶଙ୍କର - Iran President Ebrahim Raisi

Jaishankar meets Iran President Ebrahim Raisi: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଭେଟିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଅଧିକ ପଢନ୍ତୁ

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଭେଟିଲେ ଜୟଶଙ୍କର

author img

By ETV Bharat Odisha Team

Published : Jan 16, 2024, 5:59 AM IST

ହାଇଦ୍ରାବାଦ: ଦୁଇ ଦିନିଆ ଇରାନ ଗସ୍ତରେ ଯାଇଥିବା ବିଦେଶ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସୋମବାର ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ସାକ୍ଷାତ କରିଛନ୍ତି । ଜୟଶଙ୍କର ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଇରାନଙ୍କର ମନ୍ତ୍ରୀମଣ୍ଡଳ ସହ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ସେ ରାଷ୍ଟ୍ରପତି ରାଇସିଙ୍କୁ ଅବଗତ କରିଛନ୍ତି । ଏହି ସାକ୍ଷାତକାର ସମ୍ପର୍କରେ ଜୟଶଙ୍କର ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସେ ନିଜ ଇରାନୀ ପ୍ରତିପକ୍ଷ ତଥା ସ୍ଥାନୀୟ ବିଦେଶ ମନ୍ତ୍ରୀ ଡ.ହୁସେନ ଅମିର ଅବଦୁଲ୍ଲାଏନଙ୍କ ସହ ମଧ୍ୟ ସାକ୍ଷାତ ଓ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଥିଲେ ।

ଜୟଶଙ୍କର ଏକ ଏକ ପୋଷ୍ଟରେ କହିଛନ୍ତି, ‘‘ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ରାଷ୍ଟ୍ରପତି ଡ.ଇବ୍ରାହିମ୍ ରାଇସିଙ୍କୁ ସାକ୍ଷାତ କଲି । କରମାନ ଆକ୍ରମଣ ଘଟଣାରେ ସମବେଦନା ଜଣାଇଲି । ଇରାନ ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା ବିଷୟରେ ତାଙ୍କୁ ସୂଚନା ଦେଇଛି । ଦୁଇ ଦେଶର ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ପାଇଁ ତାଙ୍କ ମାର୍ଗଦର୍ଶନକୁ ଗୁରୁତ୍ୱ ଦେଉଛି ।’’

ବୈଠକରେ ଉଭୟ ଦେଶ ମଧ୍ୟରେ ରାଜନୈତିକ ସହଯୋଗ, ସଂଯୋଗୀକରଣ ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଇରାନ ରାଜଧାନୀ ତେହେରାନରେ ନିଜ ଇରାନ ପ୍ରତିପକ୍ଷଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି ଯେ, ଏହି ଗସ୍ତ ତାଙ୍କୁ କିର୍ମନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମବେଦନା ଜଣାଇବାକୁ ଏକ ସୁଯୋଗ ଦେଇଛି । ଏ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ରାଇସିଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି ବୋଲି ମଧ୍ୟ ଜୟଶଙ୍କର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଯାତ୍ରୀଙ୍କ ଅପ୍ରୀତିକର ବ୍ୟବହାର ଗ୍ରହଣୀୟ ନୁହେଁ: ସିନ୍ଧିଆ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲୋହିତ ସାଗରରେ ‘ହୁତି’ ବିଦ୍ରୋହୀଙ୍କ ଏକାଧିକ ଜାହାଜ ଆକ୍ରମଣ ଘଟଣା ମଧ୍ୟରେ ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କର ଇରାନ ଗସ୍ତ କରିଛନ୍ତି । ୟେମେନ ଦ୍ବାରା ନିୟନ୍ତ୍ରଣାଧୀନ ଏହି ‘ହୁତି’ ବିଦ୍ରୋହୀ ସଂଗଠନ ଇରାନ ଦ୍ବାରା ସମର୍ଥିତ ମଧ୍ୟ । ଏହି ଘଟଣାରେ ଅନେକ ପଶ୍ଚିମ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି । ଆରବ ସାଗର ଓ ଲୋହିତ ସାଗରରେ ନୌବାଣିଜ୍ୟକୁ ସୁରକ୍ଷା ଦେବା ନେଇ ଚିନ୍ତା ପ୍ରକାଶ ପାଇଛି । ଇରାନର ଭୂମିକାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ସ୍ଥିତିରେ ଭାରତୀୟ ବିଦେଶ ମନ୍ତ୍ରୀଙ୍କ ଇରାନ ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.