ETV Bharat / bharat

କୋଭିଡ ଚ୍ୟାଲେଞ୍ଜ ନେଇ ୟୁଇ ନେତା ଓ OECD ସହିତ ଏସ ଜୟଶଙ୍କରଙ୍କ ଆଲୋଚନା

author img

By

Published : Jun 29, 2021, 5:25 PM IST

ଅନ୍ତର୍ଜାତୀୟ ଭାଗିଦାରୀ ପାଇଁ ଇୟୁ କମିଶନର ଜୁଟ୍ଟା ଉର୍ପିଲେନେନଙ୍କୁ ଭେଟି କୋଭିଡ ଚ୍ୟାଲେଞ୍ଜ ଉପରେ ଆଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ...

ୟୁଇ ନେତା ଓ OECD ସହିତ ଏସ ଜୟଶଙ୍କରଙ୍କ ଆଲୋଚନା

ରୋମ: କୋଭିଡ ଚ୍ୟାଲେଞ୍ଜ ଓ ଭ୍ୟାକ୍ସିନ ସମାନତା ନେଇ ଇୟୁ ସହିତ ଆଲୋଚନା କରିଛନ୍ତି ଏସ ଜୟଶଙ୍କର । ଅନ୍ତର୍ଜାତୀୟ ଭାଗିଦାରୀ ପାଇଁ ଇୟୁ କମିଶନର ଜୁଟ୍ଟା ଉର୍ପିଲେନେନଙ୍କୁ ଭେଟି କୋଭିଡ ଚ୍ୟାଲେଞ୍ଜ ଉପରେ ଆଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ଦେଶ ଗସ୍ତର ଦ୍ବିତୀୟ ପର୍ଯ୍ୟାୟରେ ଜୟଶଙ୍କର ଗ୍ରୀସରୁ ଇଟାଲୀରେ ପହଞ୍ଚିଛନ୍ତି ।

କୋଭିଡ ଚ୍ୟାଲେଞ୍ଜ ନେଇ ଆଲୋଚନାରେ ଆମର ସଂଯୋଗୀକରଣ ସହଭାଗୀଦାରି ଏବଂ ବିକାଶ ସହଯୋଗ ଉପରେ ଆଲୋଚନା କରାଯାଇଛି ବୋଲି କହିଛନ୍ତି ଏସ ଜୟଶଙ୍କର । ଏହା ସହିତ OECD ସାଧାରଣ ସମ୍ପାଦକ ମାଥିଆସ୍ କୋରମାନଙ୍କୁ ଭେଟିଛନ୍ତି । ଯେଉଁଥିରେ ଭାରତ ଓ OECDର ଦ୍ବିପାଖିକ ଯୋଗଦାନ ଉପରେ ଆଲୋଚନା କରିଛନ୍ତି ।

ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (OECD) ହେଉଛି 38ଟି ସଦସ୍ୟ ବିଶିଷ୍ଟ ଦେଶ । ଯାହା ଆର୍ଥିକ ପ୍ରଗତି ଏବଂ ବିଶ୍ବ ବାଣିଜ୍ୟକୁ ଉତ୍ସାହିତ କରିବା ପାଇଁ 1961ମସିହାରେ ପ୍ରତିଷ୍ଠା ହୋଇଥିଲା । OECD ଦ୍ବିପାକ୍ଷିକ ଯୋଗଦାନ ଉପରେ ଆଲୋଚନାରେ ଜି20କୁ OECDର ଯୋଗଦାନକୁ ସମର୍ଥନ କରାଯାଇଛି ।

ଆମ ଆଲୋଚନା ଭ୍ୟାକ୍ସିନ ସମାନତା ଓ ଟିକା ପ୍ରବେଶ ଉପରେ କରାଯାଇଛି ବୋଲି କହିଛନ୍ତି ଏସ ଜୟଶଙ୍କର । ଜି -20 ମନ୍ତ୍ରୀଙ୍କ ଅଧୀନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଜି20 ହେଉଛି ଏକ ପ୍ରଭାବଶାଳୀ ବ୍ଲକ ଯାହାକି ବିଶ୍ବର ପ୍ରମୁଖ ଅର୍ଥନୀତିକୁ ଏକତ୍ର କରିଥାଏ | ଅକ୍ଟୋବରରେ ଇଟାଲୀରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । 2022ରେ ଭାରତ ଜି -20ର ସଭାପତି ରହିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.