ETV Bharat / bharat

20 ଟଙ୍କାରେ ଚିକିତ୍ସା କରୁଥିବା ଡାକ୍ତର ପାଇବେ ପଦ୍ମଶ୍ରୀ - ପଦ୍ମ ପୁରସ୍କାର 2023

ମାତ୍ର 20 ଟଙ୍କାରେ ଲୋକଙ୍କୁ ଚିକିତ୍ସା କରୁଥିବା ମଧ୍ୟପ୍ରଦେଶ ଜବଲପୁରର 77 ବର୍ଷୀୟ ଡାକ୍ତର ଏମସି ଡାୱର ପାଇବେ ପଦ୍ମଶ୍ରୀ ପୁରସ୍କାର । ଜାଣନ୍ତୁ ତାଙ୍କ ବିଷୟର । ଅଧିକ ପଢନ୍ତୁ

ଡାକ୍ତର ଏମସି ଡାୱର ପାଇବେ ପଦ୍ମଶ୍ରୀ ପୁରସ୍କାର
20 ଟଙ୍କାରେ ଚିକିତ୍ସା କରୁଥିବା ଡାକ୍ତର ପାଇବେ ପଦ୍ମଶ୍ରୀ
author img

By

Published : Jan 30, 2023, 7:14 AM IST

ଭୋପାଳ: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ କୁହାଯାଏ । ରୋଗୀ ସେବାରେ ତାଙ୍କ ଜୀବନ ସମର୍ପିତ ଥାଏ । ସେମିତି ଜଣେ ଡାକ୍ତର ହେଉଛନ୍ତି ମଧ୍ୟପ୍ରଦେଶ ଜବଲପୁରର 77 ବର୍ଷୀୟ ଏମସି ଡାୱାର । ଯିଏକି ମାତ୍ର 20 ଟଙ୍କାରେ ରୋଗୀ ସେବା କରନ୍ତି । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନିତ କରାଯିବ ।

  • It makes me happy that this is the fruit of the hard work of 50 years. Genetic Specialty was a little neglected, it has now gained a little prominence: Dr Ishwar Chander Verma, Institute of Medical Genetics & Genomics, Sir Ganga Ram Hospital, Delhi on being conferred Padma Shri pic.twitter.com/kxd0zDjkxc

    — ANI (@ANI) January 26, 2023 " class="align-text-top noRightClick twitterSection" data=" ">

ଡାକ୍ତର ଡାୱର 1946 ମସିହା ଜାନୁଆରୀ 16 ତାରିଖରେ ପାକିସ୍ତାନ କବଜାରେ ଥିବା ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ପଞ୍ଜାବ ପାକିସ୍ତାନ ବିଭାଜନ ପରେ ସେ ଭାରତ ଆସିଥିଲେ । 1967ରେ ଜବଲପୁର ଏମବିବିଏସ ପାଠପଢ଼ା ସମାପ୍ତ କରିଥିଲେ । ଏହା ସହିତ ସେ ଭାରତ-ପାକ 1971 ଯୁଦ୍ଧରେ ଭାରତୀୟ ସେନାରେ ଯବାନ ଭାବେ କାର୍ଯ୍ୟ କରିଥିଲେ । ଏହାପରେ 1972ରେ ସେ ଜବଲପୁରରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିଥିଲେ । ମାତ୍ର 20 ଟଙ୍କାରେ ସେ ରୋଗୀ ସେବା କରୁଥିଲେ । ପ୍ରଥମେ 2 ଟଙ୍କାରେ ଚିକିତ୍ସା ସେବା ଯୋଗାଉଥିଲେ ପରେ 20 ଟଙ୍କାରେ ଲୋକଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ । ଏତେ କମ ଟଙ୍କାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତାଙ୍କର ଏହି ମହାନ ମାନବସେବା ପାଇଁ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହା ବି ପଢନ୍ତୁ...Padma Awards 2023: 106 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର, ଓଡିଶାରୁ 4ଜଣଙ୍କୁ ପଦ୍ମଶ୍ରୀ

ତାଙ୍କ ଅଭିଜ୍ଞତାକୁ ନେଇ ସେ କହିଛନ୍ତି, ଏତେ କମ ଟଙ୍କାରେ ଚିକିତ୍ସା ପ୍ରଦାନ କରାଯିବାକୁ ନେଇ ଆମ ଘରେ ଆଲୋଚନା ହୋଇଥିଲା । ମାତ୍ର ଏହାକୁ ନେଇ କେବେ ସମସ୍ୟା ହୋଇନାହିଁ । ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କ ସେବା କରିବା । ସେଥିପାଇଁ ଫି' ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଥିଲୁ । ଯଦି ତୁମେ ଧୌର୍ଯ୍ୟର ସହିତ କାମ କର ତେବେ ସଫଳତା ନିଶ୍ଚିନ୍ତ ଏବଂ ସେହି ସଫଳତାକୁ ସମ୍ମାନ ମଧ୍ୟ ମିଳିବ ।''

ଡାକ୍ତର ଡାୱରଙ୍କ ପୁଅ କହିଛନ୍ତି, "ଆମେ ଭାବୁଥିଲୁ କେବେଳ ରାଜନୀତି ଚିହ୍ନା ଥିଲେ ପୁରସ୍କାର ସମ୍ମାନ ମିଳେ କିନ୍ତୁ ସରକାର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଖୋଜି ବାହର କରୁଛନ୍ତି ଓ ସମ୍ମାନିତ କରୁଛନ୍ତି ତାହା ବହୁତ ଭଲ କଥା ।'' ଏହା ଆମ ପାଇଁ ଓ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଡାକ୍ତର ଡାୱରଙ୍କ ବୋହୂ ସୁଚିତ୍ରା ।

ପ୍ରକାଶ ଥାଉ କି, ଜାନୁଆରୀ 25 ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 2023 ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା । ମୋଟ 106 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରୁ 6ଜଣ ପଦ୍ମ ବିଭୂଷଣ, 6ଜଣ ପଦ୍ମ ଭୂଷଣ ଓ 91 ଜଣ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.