ETV Bharat / bharat

ଆଜି ପଶ୍ଚିମବଙ୍ଗରେ 3ଟି ଭର୍ଚ୍ଚୁଆଲ ରାଲି କରିବେ ନଡ୍ଡା

author img

By

Published : Apr 25, 2021, 8:27 AM IST

ଆଜି(ରବିବାର) ପଶ୍ଚିମବଙ୍ଗରେ 3ଟି ଭର୍ଚ୍ଚୁଆଲ ରାଲି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

ଆଜି ପଶ୍ଚିମବଙ୍ଗରେ 3ଟି ଭର୍ଚ୍ଚୁଆଲ ରାଲି କରିବେ ନଡ୍ଡା
ଆଜି ପଶ୍ଚିମବଙ୍ଗରେ 3ଟି ଭର୍ଚ୍ଚୁଆଲ ରାଲି କରିବେ ନଡ୍ଡା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲୁଥିବାରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର 3ଟି ରାଲି କରିବେ । ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ରାଲି ଭର୍ଚ୍ଚୁଆଲ ମାଧ୍ୟମରେ ହେବ ବୋଲି ଜଣାପଡିଛି । ରାଜ୍ୟରେ 8ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଆଉ 2 ଟି ପର୍ଯ୍ୟାୟ ବାକି ରହିଛି ।

ପ୍ରଥମେ ନଡ୍ଡା ରାଜ୍ୟର ମାଲଦା ଅଞ୍ଚଳରେ ଥିବା ମନିକଛକ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ସମ୍ବୋଧନ କରିବାକୁ ଥିବା ବେଳେ ଦ୍ବିତୀୟ ରାଲି ମୁର୍ସିଦାବାଦ ଅଞ୍ଚଳରେ ଥିବା ବରୱାନ ନିର୍ବାଚନ ମଣ୍ଡଳୀ ଓ 3ୟ ରାଲିଟି କୋଲକାତାର କାଶିପୁର-ବେଲଗଛିଆର ଖିଆଳି ଆଥଲେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ରାଲି ପାଇଁ ନଡ୍ଡା ଦଳର ରାଷ୍ଟ୍ରନେତା ଓ ରାଜ୍ୟ ସ୍ତରରେ ଥିବା କାର୍ଯ୍ୟାଳୟ ସହିତ ଭିଡିଓ କନଫରେନ୍ସିଂ ଆରମ୍ଭ କରିସାରିଛନ୍ତି । ପଶ୍ଚିମବଙ୍ଗରେ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ବିଜେପି କର୍ମୀଙ୍କ ସହିତ ଏକାଧିକ ଭର୍ଚ୍ଚୁଆଲ ବୈଠକ କରିଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ବଢିଥିବାରୁ ନିର୍ବାଚନ ଲାଗି କୌଣସି ପ୍ରକାର ରୋଡ ସୋ ଓ ପଦଯାତ୍ରା ନ କରିବାକୁ ନିର୍ବାଚନ ଆୟୋଗ ଗତ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଜନସଭାରେ 500ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ 8ଟି ପର୍ଯ୍ୟାୟରେ କରିବାକୁ ନିର୍ବାଚନ ଆୟୋଗ ସ୍ଥିର କରିଥିବା ବେଳେ ତନ୍ମଧ୍ୟରୁ 6ଟି ପର୍ଯ୍ୟାୟ ଶେଷ ହୋଇଛି । ତେବେ 7ମ ଓ 8ମ ପର୍ଯ୍ୟାୟ ଯଥାକ୍ରମେ ଏପ୍ରିଲ 26 ଓ 29 ତାରିଖରେ ହେବାକୁ ଥିବା ବେଳେ ଭୋଟ ଗଣତି ପ୍ରକ୍ରିୟା ମେ 2 ତାରିଖରେ ଆରମ୍ଭ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.