ETV Bharat / bharat

ଭ୍ୟାକ୍ସିନ ଦେବା ପାଇଁ ନଦୀ ପାର ହେଲେ ସ୍ବାସ୍ଥ୍ୟକର୍ମୀ

author img

By

Published : Jul 11, 2021, 2:04 PM IST

ଲୋକଙ୍କୁ କୋରୋନା ଭ୍ୟାକ୍ସିନ ଦେବାକୁ ନଦୀର ଆଣ୍ଠୁଏ ପାଣିରେ ପଶି ରାସ୍ତା ପାର କରିଛନ୍ତି ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

ଭ୍ୟାକ୍ସିନ ଦେବା ପାଇଁ ନଦୀ ପାର ହେଲେ ସ୍ବାସ୍ଥ୍ୟକର୍ମୀ
ଭ୍ୟାକ୍ସିନ ଦେବା ପାଇଁ ନଦୀ ପାର ହେଲେ ସ୍ବାସ୍ଥ୍ୟକର୍ମୀ

ଶ୍ରୀନଗର: ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ । ରୋଗୀ ସେବା କରିବାକୁ ଦିନରାତି ଏକ କରି ଦିଅନ୍ତି ଡାକ୍ତର । ସବୁ କଷ୍ଟକୁ ପଛରେ ପକାଇ ରୋଗୀ ସେବା କରିବାକୁ ଆଗେଇ ଆସନ୍ତି ସ୍ବାସ୍ଥ୍ୟକର୍ମୀ । ସେମିତି କିଛି ଚିତ୍ର ଆସିଛି ଜାମ୍ମୁ-କାଶ୍ମୀର ରୌଜରୀର ଅପହଞ୍ଚ ଅଞ୍ଚଳରୁ । ଲୋକଙ୍କୁ କୋରୋନା ଭ୍ୟାକ୍ସିନ ଦେବାକୁ ନଦୀର ଆଣ୍ଠୁଏ ପାଣିରେ ପଶି ରାସ୍ତା ପାର କରିଛନ୍ତି ।

ଡାକ୍ତର ଉରାମ ୟାସମିନ ତାଲା ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସ୍ବାସ୍ଥ୍ୟକର୍ମୀ ଜଣକ ଡୋର-ଟୁ- ଡୋର ଲୋକଙ୍କୁ ଟିକା ଦେବାକୁ ନଦୀର ଆଣ୍ଠୁଏ ପାଣିରେ ପଶି ତାଲ ଗାଁରୁ ଯାଉଥିବାର ଦେଖିବାକୁ ମିଳିଛି ।

ଗାଁର ପ୍ରତି ଲୋକଙ୍କୁ ଟିକା ଦେବାକୁ ତାଙ୍କୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ହୋଇଥିବା କହିଛନ୍ତି ଡାକ୍ତର ଯାସମିନ । ସେ ଆହୁରି କହିଛନ୍ତି ଏହା ବହୁତ କଷ୍ଟ ହେଲେ ଆମର ସ୍ବାସ୍ଥକର୍ମୀ ତାଙ୍କର ଡ୍ୟୁଟି ପୂରଣ କରିବାକୁ ସବୁ ସମସ୍ୟାର ସାମ୍ନା କରିଛନ୍ତି । ନଦୀ, ପାହାଡ ଓ ଅନେକ ପ୍ରତିବନ୍ଧକ ପାର କରି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଟିକା ପ୍ରଦାନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.