ଶ୍ରୀନଗର: ଆତଙ୍କବାଦକୁ ବରଦାସ୍ତ କରିବା ପାଇଁ ପ୍ରସ୍ତୁତ ନୁହନ୍ତି କାଶ୍ମୀରର ସ୍ଥାନୀୟ ବାସିନ୍ଦା । ଆଜି (ରବିବାର) କାଶ୍ମୀରର ରିଆସି ଜିଲ୍ଲାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଦୁଇ ଆତଙ୍କବାଦୀଙ୍କୁ କାବୁ କରିବା ପରେ ସେନାର ଜିମା ଦେଇଛନ୍ତି ଗ୍ରାମବାସୀ । ଧରା ପଡିଥିବା ଦୁଇ ଆତଙ୍କୀ ଲସ୍କର-ଏ-ତୋଇବାର ସକ୍ରିୟ ସଦସ୍ୟ ବୋଲି ଜଣାପଡିଛି । ଏମାନଙ୍କ ପାଖରୁ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।
-
J&K | 2 terrorists of LeT apprehended by villagers of Tuksan, Reasi district, with weapons. 2AK rifles, 7 grenades and a pistol recovered. DGP announces a reward of Rs 2 lakhs for villagers: ADGP Jammu
— ANI (@ANI) July 3, 2022 " class="align-text-top noRightClick twitterSection" data="
Apprehended terrorists identified as Faizal Ahmed Dar and Talib Hussain. pic.twitter.com/frBrBrktv5
">J&K | 2 terrorists of LeT apprehended by villagers of Tuksan, Reasi district, with weapons. 2AK rifles, 7 grenades and a pistol recovered. DGP announces a reward of Rs 2 lakhs for villagers: ADGP Jammu
— ANI (@ANI) July 3, 2022
Apprehended terrorists identified as Faizal Ahmed Dar and Talib Hussain. pic.twitter.com/frBrBrktv5J&K | 2 terrorists of LeT apprehended by villagers of Tuksan, Reasi district, with weapons. 2AK rifles, 7 grenades and a pistol recovered. DGP announces a reward of Rs 2 lakhs for villagers: ADGP Jammu
— ANI (@ANI) July 3, 2022
Apprehended terrorists identified as Faizal Ahmed Dar and Talib Hussain. pic.twitter.com/frBrBrktv5
ଏମାନେ ବଡଧରଣ ଆକ୍ରମଣ ଯୋଜନା ପାଇଁ ଗ୍ରାମରେ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଏମାନଙ୍କୁ କୌଶଳକ୍ରମେ ଠାବ କରି କାବୁ କରିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ । ପରେ ସେମାନଙ୍କୁ ସୁରକ୍ଷା ବଳକୁ ହସ୍ତାନ୍ତର କରାଯାଇଛି । ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳର ଟିମ ଗ୍ରାମବାସୀଙ୍କ ଠାରୁ ଆତଙ୍କୀ ଦୁଇ ଜଣଙ୍କୁ ଉଦ୍ଧାର କରି ଜେରା ଜାରି ରଖିଛନ୍ତି ।
ଉକ୍ତ ଅଞ୍ଚଳରେ ଆଉ ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହରେ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଛନ୍ତି । ଗ୍ରାମବାସୀମାନେ ବେଳେବେଳେ ଆତଙ୍କୀଙ୍କୁ ଲୁଚିବାରେ ସହାୟତା କରିବା ପରି ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ ଏବେ ଗ୍ରାମବାସୀଙ୍କ ଦ୍ବାରା ଆତଙ୍କବାଦୀ କାବୁ ହେବା ସୁରକ୍ଷା ବଳର ମନୋବଳ ବଢାଇଛି । ଆତଙ୍କବାଦ ନିରୋଧୀ ଅପରେସନ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ