ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ITBP ଯବାନ ଆରମ୍ଭ କରିଛନ୍ତି ଅନଲାଇନ ମଦ ବିକ୍ରି । ଯାହା କେବଳ ଏଲଏସିରେ ନିୟୋଜିତ ଥିବା ITBP ଯବାନ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହିଁ ଉପଲବ୍ଧ ହେବ ।
ତେବେ ଆଇଟିବିପି ଭଳି ପାରାମିଲିଟାରୀ ଫୋର୍ସ ସରକାରୀ ନିୟମ ଅନୁଯାୟୀ ମଦ ବିକ୍ରି ପାଇଁ ସ୍ବୀକୃତି ଆଣିଛନ୍ତି । ପ୍ରଥମ ଥର ପାଇଁ ଏଭଳି ଏକ ଅନଲାଇନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି ITBP । ଯେଉଁଥିରେ CRPF, BSF, CISF, SSB, NDRF ଏବଂ NSG ପରି ଅନ୍ୟାନ୍ୟ ଫୋର୍ସ ଜଡିତ ରହିଛି ।
ଦୀର୍ଘଦିନ ଧରି ଆଇଟିବିପି ଯବାନଙ୍କ ମଧ୍ୟରେ ଏକ ଚାହିଦା ରହିଥିଲା ଯେ ନିଜ ଜନ୍ମ ସ୍ଥାନରେ ଭଲ ଗୁଣବତ୍ତାର ମଦ ଉପଲବ୍ଧ ହେଉ । ଏପର୍ଯ୍ୟନ୍ତ ଯବାନ ଓ ଅଫିସରମାନେ ପୋଷ୍ଟିଂ ହୋଇଥିବା କ୍ୟାଣ୍ଟିନରୁ ହିଁ ମଦ କିଣିବା ପାଇଁ ଅନୁମତି ପାଉଥିଲା । ଏପରିକି ତାଙ୍କ ଜନ୍ମସ୍ଥାନ ନିକଟ କ୍ୟାଣ୍ଟିନରୁ ମଧ୍ୟ ମଦ କିଣିବାକୁ ଅନୁମତି ଦିଆଯାଇନଥାଏ । ଫଳରେ ଅନଲାଇନରେ ମଦ ବିକ୍ରି ତାଙ୍କ ଚାହିଦା ପୂରଣ କରିବ ବୋଲି କହିଛନ୍ତି ଆଇଟିବିପିର ଜଣେ ବରିଷ୍ଠ ଅଧିକାରୀ ।
ITBP ମୁଖ୍ୟ ଏସଏସ ଦେଶୱାଲ CLMS ନାମକ ୱେବ ଲିଙ୍କ ଲଞ୍ଚ କରିଛନ୍ତି । ଯେଉଁଥିରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ କର୍ମଚାରୀ ନିଜର ଏକ ଆକାଉଣ୍ଟ ଖୋଲିବେ । ଏହାପରେ ରହୁଥିବା ନିକଟସ୍ଥ ସ୍ଥାନ ଚୟନ କରି ବ୍ରାଣ୍ଡ୍ ଓ ବିଭିନ୍ନ ପ୍ରକାରର ମଦ ତାଲିକା ଯାଞ୍ଚ କରିପାରିବେ । ତେବେ ଏହି ଅନଲାଇନ ସିଷ୍ଟମରେ 85 ପ୍ରକାରର ବ୍ରାଣ୍ଡ ଉପଲବ୍ଧ ରହିଛି । ଗୋଟିଏ ମାସରେ 8 ଟି ମଦ ବୋତଲ ଓ 6 ଟି ବିୟର କ୍ୟାନ କିଣି ପାରିବେ । ଲୋକଙ୍କ ଚାହିଦା ପରେ ଆହୁରୀ ବ୍ରାଣ୍ଡ ଉପଲବ୍ଧ ହେବ ।