ETV Bharat / bharat

ଟିକସ ଫାଙ୍କିଛି ‘ପୁଷ୍ପା’ ପ୍ରଡକ୍ସନ ! ପ୍ରଯୋଜକଙ୍କ ଘର ଓ ଅଫିସ୍‌ରେ ଆୟକର ଚଢାଉ

author img

By

Published : Apr 20, 2023, 10:51 PM IST

ପୁଷ୍ପା ପ୍ରଡକ୍ସନ ହାଉସ କାର୍ଯ୍ୟାଳୟ ଓ ନିର୍ଦ୍ଦେଶକଙ୍କ ଘରେ ଆୟକର ବିଭାଗର ଚଢାଉ ଜାରି । ଐତିହାସିକ ବ୍ୟବସାୟିକ ସଫଳତା ପାଇଥିବା ସଂସ୍ଥାର ଆର୍ଥିକ କାରବାର କରାଯାଉଛି ଯାଞ୍ଚ । ଅଧିକ ପଢନ୍ତୁ

ଟିକସ ଫାଙ୍କିଛି ‘ପୁଷ୍ପା’ ପ୍ରଡକ୍ସନ!  ପ୍ରଯୋଜକଙ୍କ ଘର ଓ ଅଫିସ୍‌ରେ ଆୟକର ଚଢାଉ

ହାଇଦ୍ରାବାଦ: ଗତବର୍ଷ ରିଲିଜ ହୋଇ ବକ୍ସ ଅଫିସରେ ଦର୍ଶକୀୟ ଆଦୃତି ସାଙ୍ଗକୁ ଐତିହାସିକ ସଫଳତା ପାଇଥିବା ଚର୍ଚ୍ଚିତ ତେଲୁଗୁ ସିନେମା ‘ପୁଷ୍ପା’ର ପ୍ରଯୋଜନା ସଂସ୍ଥା କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ କରିଛି । ଆଜି(ଗୁରୁବାର) ଆୟକର ବିଭାହ ପ୍ରଯୋଜନା ସଂସ୍ଥା ‘ମୈଥୀ ମୁଭି ମେକର୍ସ’ ଅଫିସ ସମେତ ଏହି ଚଳଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ କାର୍ଯ୍ୟାଳୟ ଓ ଘରେ ମଧ୍ୟ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

ଏହି ପ୍ରଯୋଜନା ସଂସ୍ଥା ଏବେ ତେଲଗୁ ସିନେମା ଇଣ୍ଡଷ୍ଟ୍ରିର ଏକ ବଡ ପ୍ରଯୋଜନା ସଂସ୍ଥା ଭାବେ ସାମ୍ନାକୁ ଆସିଛି । ଏକାଧିକ ବଡ ବଜେଟର ମୁଭି ମଧ୍ୟ ନିର୍ମାଣ କରିଛି । ଚଳଚିତ୍ର ‘ପୁଷ୍ପା’ର ପ୍ରଥମ ପାର୍ଟ ଐତିହାସିକ ବ୍ୟବସାୟିକ ସଫଳତା ପାଇବା ପରେ ଏବେ ‘ପୁଷ୍ପା-2’ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ପ୍ରଥମ ପାର୍ଟର ଲୋକପ୍ରିୟତା ତଥା ଆର୍ଥିକ ସଫଳତା ପରେ ଦ୍ବିତୀୟ ପାର୍ଟର ନିର୍ମାଣରେ କିଛି ବିଦେଶୀ ପୁଞ୍ଜି ଲାଗିଥିବା ସନ୍ଦେହ କରୁଛି ଆୟକର ବିଭାଗ ।

ହାଇଦ୍ରାବାଦର ଜୁବଲୀ ହିଲ୍ସରେ ଥିବା ପ୍ରଯୋଜନା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ଚଢାଉ କରି ଆୟକର ବିଭାଗ ‘ପୁଷ୍ପା’ ମୁୁଭି ସହ ଜଡିତ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି । କେନ୍ଦ୍ରୀୟ ଫୋର୍ସ ମଧ୍ୟ ଏହି ଚଢାଉରେ ନିୟୋଜିତ ହୋଇଛନ୍ତି । ଆୟକର ଅଧିକାରୀଙ୍କ ଦୁଇଟି ଟିମ ଗତକାଲି (ବୁଧବାର) ପ୍ରଯୋଜନା ସଂସ୍ଥାର ଦୁଇ ମୁଖ୍ୟ ନବୀନ ୟେର୍ଣେନୀ ଓ ୟାଲାମାନଚିଲି ରବି ଶଙ୍କରଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲା । ଗତବର୍ଷ ଡିସେମ୍ବରରେ ମଧ୍ୟ ଏହି ପ୍ରଯୋଜନା ସଂସ୍ଥାର କାର୍ଯ୍ୟାଳୟରେ ଆୟକର ଦ୍ବାରା ଚଢାଉ ହୋଇ ସାରିଛି । ସେତେବେଳେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିନଥିଲା ।

ଏହି ପ୍ରଯୋଜନା ସଂସ୍ଥାର ନିବେଶରେ ଓ ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଅଲ୍ଲୁ ଅର୍ଜୁନ ଷ୍ଟାରର ‘ପୁଷ୍ପା’ ଐତିହାସିକ ଲୋକପ୍ରିୟତା ଓ ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା । ନିଜେ ନିର୍ଦ୍ଦେଶକ ସୁକୁମାର ମଧ୍ୟ ଏହି ଚଳଚିତ୍ରର ସହ-ପ୍ରଯୋଜକ ଥିଲେ । ଏବେ ପୁଷ୍ପା-2 ର ସୁଟିଂ ମଧ୍ୟ ସୁକୁମରଙ୍କ ନେତୃତ୍ବରେ ଆରମ୍ଭ ହୋଇସାରିଛି । ଏହାଛଡା ସୁକୁମାରଙ୍କ ନିଜର ମଧ୍ୟ ଏକ ପ୍ରଯୋଜନା ସଂସ୍ଥା ରହିଛି । ତେବେ ଏହାର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପାଇଁ ଆୟକର ବିଭାଗ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ଜାରି ରଖିଛି । ହେଲେ ଆୟକର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ‘ମୈଥୀ ମୁଭି ମେକର୍ସ’ କିମ୍ବା ସୁକୁମାର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.