ETV Bharat / bharat

Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

author img

By ETV Bharat Odisha Team

Published : Aug 23, 2023, 6:04 PM IST

ସଫଳ ହେଲା ଭାରତର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ । ନିର୍ଦ୍ଧାରିତ ସମୟରେ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ‘ବିକ୍ରମ’ । ଅଧିକ ପଢନ୍ତୁ

ଇତିହାସ ରଚିଲା ଭାରତ, ସଫଳତାର ଲ୍ୟାଣ୍ଡ କଲା ଲ୍ୟାଣ୍ଡର

ହାଇଦ୍ରାବାଦ: ମହାକାଶ ବଗେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ଭାରତ । ସଫଳ ହେଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ଲ୍ୟାଣ୍ଡିଂ କଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ଲ୍ଯାଣ୍ଡର ‘ବିକ୍ରମ’। 5.45 ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ରଫ ବ୍ରେକିଂ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ସମୟ ଭାରତୀୟ ସମୟ ସଂଧ୍ୟା 6 ଟା 4 ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ସମସ୍ତ ପ୍ରକ୍ରିୟା ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ନିୟନ୍ତ୍ରିତ କରାଯାଇଥିଲା । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ।

ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-3 ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପିତ କରାଯାଇଥିଲା । ଇସ୍ରୋର ନିର୍ମିତ ବିଶାଳ ରକେଟ LVM3 M4 ରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଏହା ପ୍ରଥମେ ପୃଥିବୀ କକ୍ଷପଥରେ ଏକାଧିକ ଥର ପରିକ୍ରମା ଶେଷ କରିବା ପରେ ଲୁନାର ଅରବିଟର ବା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା । ଚନ୍ଦ୍ର କକ୍ଷପଥରେ ପରିକ୍ରମା କରିବା ପରେ ଏହା ପ୍ରପଲସନ ମଡ୍ୟୁଲଠାରୁ ଲ୍ୟାଣ୍ଡର ବିକ୍ରମ ପୃଥକ ହୋଇଥିଲା । ପ୍ରପଲସନ ମଡ୍ୟୁଲ ଏବେ ମଧ୍ୟ ଚନ୍ଦ୍ର କକ୍ଷପଥରେ ପରିକ୍ରମା ଜାରି ରଖିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଡିବୁଷ୍ଟିଂ କରାଯାଇ ଲ୍ୟଣ୍ଡର ମଡ୍ୟୁଲକୁ ଚନ୍ଦ୍ରପୃଷ୍ଠର ଅତି ନିକଟତର କରାଯାଇଥିଲା । ଏହା ପରେ ମାତ୍ର 25 କିମି ଉଚ୍ଚତାରୁ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାକି ସଫଳ ହୋଇଛି । ସଫଳତାର ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଛି ।

2019ରେ ଶେଷ ପର୍ଯ୍ୟାୟରେ ବିଫଳ ହୋଇଥିଲା ଚନ୍ଦ୍ରଯାନ-2

2019 ରେ ଭାରତ ତାର ଦ୍ବିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-2’ ଚନ୍ଦ୍ରପୃଷ୍ଠକୁ ଉତକ୍ଷେପିତ କରିଥିଲା । ଏହି ବହୁପ୍ରତୀକ୍ଷିତ ମିଶନ ସମସ୍ତ ପ୍ରକ୍ରିୟାକୁ ସଫଳତାର ସହ ଅତିକ୍ରମ କରିଥିବା ବେଳେ କେବଳ ଅନ୍ତିମ ପର୍ଯ୍ୟାୟରେ ବିଫଳ ହୋଇଥିଲା । ଲ୍ୟାଣ୍ଡର ‘ବିକ୍ରମ’ ସହ ଲ୍ୟାଣ୍ଡିଂ ପ୍ରକ୍ରିୟା ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ କେବଳ ଲ୍ୟାଣ୍ଡିଂକୁ ବାଦ ଦେଲେ ଅନ୍ୟ ସମସ୍ତ ପ୍ରକ୍ରିୟା ସ୍ବାଭାବିକ ଓ ସଫଳ ଥିଲା । ଏବେ ମଧ୍ୟ ପୂର୍ବ ମିଶନର ଅର୍ବିଟର ଚନ୍ଦ୍ର କକ୍ଷପଥରେ ସକ୍ରିୟ ରହିଛି ଓ ଚଳିତ ମିଶନରେ ମଧ୍ୟ ବୈଷୟିକ ସହଯୋଗ କରିବାରେ ସଫଳ ହୋଇଛି ।

କେମିତି ଥିଲା ଚନ୍ଦ୍ରଯାନ-3 ମିଶନର ପୁରା ଯାତ୍ରା:-

ଜୁଲାଇ 14 ତାରିଖ ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେଦ୍ରରୁ ଉତକ୍ଷେପଣ କରାଯାଇଥିଲା ଭାରତର ଏହି ତୃତୀୟ ତଥା ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-3’ । ବିଶାଳ ରକେଟ LVM3 M4 ରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ପୃଥିବୀର କକ୍ଷପଥରେ ଏହି ଉପଗ୍ରହକୁ ସ୍ଥାପିତ କରିଥିଲା ଏହି ବିଶାଳ ରକେଟ ।

ଅଗଷ୍ଟ ପହିଲାରେ ପୃଥିବୀ କକ୍ଷପଥରୁ ବାହାରି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-3 । ସଫଳ ହୋଇଥିଲା ଟ୍ରାନସ୍‌ ଲୁନାର ଇନ୍‌ସର୍‌ସନ୍(TLI) । ଅଗଷ୍ଟ 5 ତାରିଖରେ ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ଅଗଷ୍ଟ 5 ତାରିଖରେ ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ସନ୍ଧ୍ୟା ୭ଟା ସୁଦ୍ଧା ଚନ୍ଦ୍ରଯାନ-୩ ସ୍ପେଶକ୍ରାଫ୍ଟ ଲୁନାର ଅର୍ବିଟ ମଧ୍ୟରେ ପ୍ରବେଶ କରିଥିଲା।

6 ଅଗଷ୍ଟରେ ପ୍ରଥମ ଭିଡିଓ ଉତ୍ତୋଳନ:-

6 ଅଗଷ୍ଟରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ଚନ୍ଦ୍ରର ପ୍ରଥମ 45 ସେକେଣ୍ଡ ଅବଧିର ଭିଡିଓ ଉତ୍ତୋଳନ କରିଇ ସ୍ରୋକୁ ପ୍ରେରଣ କରିବାରେ ସଫଳ ହୋଇଥିଲା ଚନ୍ଦ୍ରାୟନ-3 ।

ଏହା ମଧ୍ୟ ପଢନ୍ତୁ: Chandrayaan 3 Soft Landing: 'ମୁଁ ନିଶ୍ଚିତ, ଚନ୍ଦ୍ରଯାନ-୩କୁ ମିଳିବ ବଡ ସଫଳତା'

17 ତାରିଖରେ ପ୍ରପଲସନ ମଡ୍ୟୁଲରୁ ପୃଥକ ହେଲା ଲ୍ୟାଣ୍ଡର:-

ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର । ସେତେବେଳେ ପ୍ରାୟ 100 କିମି ଦୂରରେ ଥିଲା ଲ୍ୟାଣ୍ଡର । ପରଦିନ 18 ତାରିଖରେ ପ୍ରଥମ ଡିବୁଷ୍ଟିଂ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଥିଲା । 20 ତାରିଖରେ ଦ୍ବିତୀୟ ଡିବୁଷ୍ଟିଂ ପ୍ରକ୍ରିୟା ଶେଷ ହେବା ସହ ଅବତରଣ ପାଇଁ ତାରିଖ ଓ ସମୟ ଚୂଡାନ୍ତ ହୋଇଥିଲା । 23 ତାରିଖ ସନ୍ଧ୍ୟା 6ଟା 04 ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ଇସ୍ରୋ ଘୋଷଣା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.