ETV Bharat / bharat

ISRO launch LVM3: ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ LVM-3

author img

By

Published : Mar 26, 2023, 10:56 AM IST

ଇସ୍ରୋକୁ ଆଉ ଏକ ସଫଳତା । ଆନ୍ଧ୍ର ଶ୍ରୀହରିକୋଟାରୁ LVM3 ରକେଟ ଜରିଆରେ ୩୬ଟି ଉପଗ୍ରହକୁ ଉତକ୍ଷେପଣ କଲା ଇସ୍ରୋ । ଅଧିକ ପଢନ୍ତୁ

ISRO launch LVM3
ISRO launch LVM3

ଅମରାବତୀ: ସଫଳତା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ । ଉତକ୍ଷେପଣ ହେଲା ଦେଶର ସବୁଠାରୁ ବଡ ରକେଟ । ଆଜି ସକାଳ ୯ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି । ଓ୍ବାନଓ୍ବେବ-୨ ମିଶନରେ LVM3 ରକେଟ ଜରିଆରେ ୩୬ଟି ଉପଗ୍ରହକୁ ମହାକାଶକୁ ଛଡାଯାଇଛି । ଏଲଭିଏମ ୩ ରକେଟର ଲମ୍ବ ୪୩.୫ ମିଟର ରହିଥିବା ବେଳେ ଏହାର ଓଜନ ୬୪୩ ଟନ ଅଟେ ।

  • #WATCH आंध्र प्रदेश: भारतीय अंतरिक्ष अनुसंधान संगठन (ISRO) ने 36 उपग्रहों को ले जाने वाला भारत का सबसे बड़ा LVM3 रॉकेट श्रीहरिकोटा के सतीश धवन अंतरिक्ष केंद्र से लॉन्च किया।

    (सोर्स: ISRO) pic.twitter.com/CnMreq8HVc

    — ANI_HindiNews (@AHindinews) March 26, 2023 " class="align-text-top noRightClick twitterSection" data=" ">

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ରକେଣ୍ଟ ସେଣ୍ଟରରୁ ଏହି ଉତକ୍ଷେପଣ କରିଛି ISRO । ଆଜି(ରବିବାର) ୯ଟାରେ ଏହାର ଉତକ୍ଷେପଣ କରାଯାଇଛି । ପ୍ରକାଶ ଥାଉକି, ବ୍ରିଟେନର ନେଟଓ୍ବର୍କ ଆକ୍ସେସ ଆସୋସିଏଟସ ଲିମିଟେଡ ଆର୍ଥ ଅର୍ବିଟରେ ୭୨ଉପଗ୍ରହ ଉତକ୍ଷେପଣ କରିବା ପାଇଁ ଇସ୍ରୋ ସହ ଚୁକ୍ତି କରିଛି । ଏହା ପୂର୍ବରୁ ଅକ୍ଟୋବର ୨୩ ତାରିଖରେ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ (ଓ୍ବାନଓ୍ବେବ)ର ୩୬ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ଉତକ୍ଷେପଣ କରିଥିଲା ।

ଇସ୍ରୋର ସବୁଠୁ ଓଜନିଆ ରକେଟ 'LVM-3' ସହାୟତାରେ ଏହାର ସଫଳ ଉତକ୍ଷେପଣ କରାଯାଇଥିଲା । ସମସ୍ତ ଉପଗ୍ରହଗୁଡିକ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ୩୬ଟି ଉପଗ୍ରହକୁ ପୃଥିବୀରେ ଖୁବ୍ ନିକଟତର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଦ୍ବାରା ଏହି ଐତିହାସିକ ଲକ୍ଷ୍ୟ ସାଧନ ହୋଇପାରିଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଥିଲେ ।

ଏହା ମଝ୍ୟ ପଢନ୍ତୁ: ଇତିହାସ ରଚିଲା ଇସ୍ରୋ: ସବୁଠୁ ଭାରି ରକେଟରେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ

ସୂଚନା ଅନୁସାରେ, LVM୩ ଏକ ତିନି ସ୍ତର ବିଶିଷ୍ଟ ରକେଟ ଅଟେ । ପ୍ରଥମ ସ୍ତରରେ ତରଳ ଇନ୍ଦନ, ଦ୍ୱିତୀୟଟି ତରଳ ଇନ୍ଧନ ଏବଂ ତୃତୀୟରେ କ୍ରାୟୋଜେନିକ୍ ଇଞ୍ଜିନ ରହିଛି । ଏନେଇ ଜଣେ ଅଧିକାରୀ କହିଛନ୍ତି, " ରକେଟ ଉଡାଣ ଭରିବାର ୧୯ ମିନିଟ ପରେ ଉପଗ୍ରହର ପୃଥକୀକରଣ ପ୍ରକ୍ରିୟା ଆରମ୍ଭ ହେବ । ପର୍ଯାୟକ୍ରମେ ୩୬ଟି ଉପଗ୍ରହର ପୃଥକୀକରଣ ହେବ ।

ଏହା ମଧ୍ୟ ପଢନ୍ତୁ: 'ଗାନ୍ଧିଜୀ କେବଳ ହାଇସ୍କୁଲ ପାସ୍‌ ଥିଲେ', J&K ଉପରାଜ୍ୟପାଳଙ୍କ ବୟାନ ଉପରେ ଗାନ୍ଧିଜୀଙ୍କ ଅଣନାତିଙ୍କ ପ୍ରତିକ୍ରିୟା

ଏହାପୂର୍ବରୁ, ୱାନୱେବ ସାଟେଲାଇଟ୍ ଯୋଗାଯୋଗ କମ୍ପାନୀର ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ ଏବଂ ଏହି ମିଶନର ଜଣେ ଅଂଶଗ୍ରହଣକାରୀ ଟ୍ୱିଟରରେ କହିଛନ୍ତି, "ଏହି ଉତକ୍ଷେପଣ ଆମ ପାଇଁ ସୁବର୍ଣ୍ଣ ସୁଯୋଗ । ଏହାଦ୍ବାରା ଆମ ସଫଳତା ବିଶ୍ବବିଦିତ ହେବ ।" ଓ୍ବାନଓ୍ବେବ ବ୍ରିଟେନ ଏବଂ ଭାରତୀୟ ମହାକାଶ ସଂସ୍ଥା ମଧ୍ୟରେ ଥିବା ସହଯୋଗର ଗୁରୁତ୍ବକୁ ମଧ୍ୟ ଉଲ୍ଲେଖ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.