ETV Bharat / bharat

Chandrayaan-3 landing: ସଫ୍ଟଲ୍ୟାଣ୍ଡିଂ କାଉଣ୍ଟ ଡାଉନ ଆରମ୍ଭ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଅବଗତ କଲେ ISRO ମୁଖ୍ୟ

author img

By

Published : Aug 21, 2023, 9:46 PM IST

ଦିଲ୍ଲୀରେ ଇସ୍ରୋ ମୁଖ୍ୟ ଏସ.ସୋମନାଥ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଲ୍ୟାଣ୍ଡିଂ ପ୍ରକ୍ରିୟା ସମ୍ପର୍କରେ ଅବଗତ କଲେ । 23 ସଂଧ୍ୟା 5.20 ରୁ ଆରମ୍ଭ ହେବ ଲ୍ୟାଣ୍ଡିଂ ଲାଇଭ । ଉତ୍କଣ୍ଠାରେ ସମଗ୍ର ଦେଶ । ଅଧିକ ପଢନ୍ତୁ

Chandrayaan-3 landing: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଅବଗତ କଲେ ISRO ମୁଖ୍ୟ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-3’ ର ଲ୍ୟାଣ୍ଡିଂ ସମୟ ଯେତିକି ନିକଟତର ହେଉଛି, ସମଗ୍ର ଦେଶରେ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି । ଲ୍ୟାଣ୍ଡିଂ ପ୍ରକ୍ରିୟାର ଟିକିନିଖି ଖବର ଏବେ ଗଣମାଧ୍ୟମର ହେଡଲାଇନରେ ରହିଛି । ଏହାରି ମଧ୍ୟରେ ଆଜି ଇସ୍ରୋ ମୁଖ୍ୟ ତଥା କେନ୍ଦ୍ର ସରକାରଙ୍କ ମହାକାଶ ବିଭାଗ ସଚିବ ଏସ.ସୋମନାଥ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ସ୍ବାଧୀନ) ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ପ୍ରକ୍ରିୟା ସମ୍ପର୍କରେ ଅବଗତ କରିଛନ୍ତି । ନୂଆଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଜୁଲାଇ 14 ତାରିଖରେ ଉତକ୍ଷେପଣ ସମୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ମନ୍ତ୍ରୀ ଜିତେନ୍ଦ୍ର ସିଂ ଇସ୍ରୋ ମିଶନ କଣ୍ଟ୍ରୋଲରେ ମଧ୍ୟ ଉପସ୍ଥିତ ରହିଥିଲେ । ଲ୍ୟାଣ୍ଡିଂ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁର ସ୍ଥିତ ଇସ୍ରୋର ମୁଖ୍ୟ ମିଶନ କଣ୍ଟ୍ରୋଲରେ ମଧ୍ୟ ଉପସ୍ଥିତ ରହିପାରନ୍ତି ବୋଲି ଆଶା କରାଯାଉଛି । ହେଲେ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।

ଚନ୍ଦ୍ର ଅଭିଯାନର ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଓ ଲ୍ୟାଣ୍ଡର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଜିତେନ୍ଦ୍ର ସିଂଙ୍କ ସମ୍ମୁଖରେ ରଖିଛନ୍ତି ଇସ୍ରୋ ମୁଖ୍ୟ ସୋମନାଥ । ଏବେ ସୁଦ୍ଧା ଅନ୍ତିମ ଡିବୁଷ୍ଟିଂ ଶେଷ ହେବା ସହ ଲ୍ୟାଣ୍ଡର ଚନ୍ଦ୍ରର ଅତି ନିକଟରେ ରହିଛି । ଏହା ସହ ପୂର୍ବ ମିଶନ ‘ଚନ୍ଦ୍ରାୟନ-2’ ରେ ପ୍ରେରଣ ହୋଇଥିବା ଅର୍ବିଟର ମଡ୍ୟୁଲ ସହ ମଧ୍ୟ ଲ୍ୟାଣ୍ଡର ‘ବିକ୍ରମ’ର ଯୋଗାଯୋଗ ମଧ୍ୟ ହୋଇସାରିଛି । ଏହା ଇସ୍ରୋକୁ ଏକ ବିକଳ୍ପ ଯୋଗାଯୋଗ ପ୍ରଣାଳୀ ପ୍ରଦାନ କରିବ । ଯାହା ନିୟନ୍ତ୍ରଣ ଓ ଯୋଗାଯୋଗ ପ୍ରକ୍ରିୟାକୁ ଆହୁରି ସହଜ କରିବ ।

ଆଜି ଅପରାହ୍ନରେ ପୂର୍ବରୁ ଚନ୍ଦ୍ର ଅଭିଯାନରେ ଯାଇଥିବା ‘ଚନ୍ଦ୍ରାୟନ-2’ ର ଅର୍ବିଟର ମଡ୍ୟୁଲ ‘ଚନ୍ଦ୍ରଯାନ-3’ର ଲ୍ୟାଣ୍ଡର ‘ବିକ୍ରମ’ କୁ ସ୍ବାଗତ କରିଛି । ଉଭୟ ମଡ୍ୟୁଲ ମଧ୍ୟରେ ଯୋଗାଯୋଗ ମଧ୍ୟ ସ୍ଥାପିତ ହୋଇସାରିଛି । ଯାହା ବୈଷୟିକ ଭାବେ ଇସ୍ରୋ ପାଇଁ ସହଜ ହେବ । ଏବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଇସ୍ରୋ ଦୁଇଟି ପ୍ରଣାଳୀ ବ୍ୟବହାର କରିପାରିବ । ଯଦି କୌଣସି କାରଣରୁ ଲ୍ୟାଣ୍ଡର ‘ବିକ୍ରମ’ ସହ ମିଶନ କଣ୍ଟ୍ରୋଲ ରୁମ ସିଧା ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୁଏ, ତେବେ ଚନ୍ଦ୍ରଯାନ-2 ର ଅର୍ବିଟର ମାଧ୍ୟମରେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିବ । ଯାହା ଇସ୍ରୋକୁ ଏକ ବିକଳ୍ପ ଯୋଗାଯୋଗ ପ୍ରଣାଳୀ ପ୍ରଦାନ କରିବ । ଏହି ସଫଳତା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟାର ମିନିଟରିଂକୁ ଆହୁରି ସରଳ କରିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-Chandrayaan-3 landing: 2 ଘଣ୍ଟା ପୂର୍ବରୁ ଚୂଡାନ୍ତ ନିଷ୍ପତ୍ତି, କେମିତି ରହିବ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶୁଣନ୍ତୁ

ବୁଧବାର ସନ୍ଧ୍ୟା 5ଟା 20 ମିନିଟରୁ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖିପାରିବେ ଦେଶବାସୀ । ଯଦିି ସମସ୍ତ ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟା ସ୍ବାଭାବିକ ରହେ, ତେବେ ସଂଧ୍ୟା 6 ଟା 4 ମିନିଟରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ସଫ୍ଟଲ୍ୟାଣ୍ଡିଂ କରିବା ନେଇ ଇସ୍ରୋ ଘୋଷଣା କରି ସାରିଛି । ଅବଶ୍ୟ ସେତେବେଳର ସ୍ଥିତିକୁ ଦେଖି 2 ଘଣ୍ଟା ପୂର୍ବରୁ ଏଥିରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯାଇପାରେ । ଦୂରଦର୍ଶନ ସମେତ ଇସ୍ରୋର ଅଫିସଆଲ ସାଇଟ ଓ ଏକାଧିକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଦେଶବାସୀ ଏହି ଐତିହାସିକ ଲ୍ୟାଣ୍ଡିଂ ସମୟର ସିଧା ପ୍ରସାରଣ ଦେଖିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.