ETV Bharat / bharat

ଏପ୍ରିଲ ୨ରେ ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ - ଭାରତ ଆସିବେ ଇସ୍ରାଇଲ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଏପ୍ରିଲ ୨ ତାରିଖରେ ଭାରତ ଆସିବେ ନଫ୍ଟାଲୀ ବେନେଟ । ଅଧିକ ପଢନ୍ତୁ

ଏପ୍ରିଲ ୨ରେ ଭାରତ ଆସିବେ ଇସ୍ରାଇଲ ପ୍ରଧାନମନ୍ତ୍ରୀ

author img

By

Published : Mar 20, 2022, 9:23 AM IST

ନୂଆଦିଲ୍ଲୀ: ଆସନ୍ତା ମାସ ୨ ତାରିଖରେ ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍ଟାଲୀ ବେନେଟ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଏପ୍ରିଲ ୨ ତାରିଖରେ ଭାରତ ଆସିବେ ନଫ୍ଟାଲୀ ବେନେଟ ।

ଏ ନେଇ ନଫ୍ଟାଲୀ କହିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଭାରତ ଗସ୍ତରେ ଯିବା ନେଇ ବେଶ ଆନନ୍ଦିତ ଅଛି । ଆମ ଦେଶ ପାଇଁ ମିଳିତ ଭାବେ ନେତୃତ୍ବ ଓ ସମ୍ପର୍କ ଜାରି ରଖିବୁ ବୋଲି କହିଛନ୍ତି ଇସ୍ରାଏଲ ପିଏମ । ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଦୁପାକ୍ଷିକ ସମ୍ପର୍କ ବଢାଇବା, ସୁରକ୍ଷା ଏବଂ ସାଇବର, କୃଷି ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ । ଏହା ସହିତ ଦୁଇଦେଶ ମଧ୍ୟରେ ବିଭିନ୍ନ ଦିଗକୁ ନେଇ ସହଯୋଗ ଯେପରି ଅର୍ଥନୀତି, ଅନୁସନ୍ଧାନ,ଉନ୍ନତି, କୃଷି ଉପରେ ଆଲୋଚନା ହେବ ।

ସେ ଆହୁରି କହିଛନ୍ତି, ଭାରତୀୟଙ୍କ ଠାରୁ ଅନେକ ଜିନିଷ ଆମେ ଶିଖିଛୁ ଏବଂ ଏହା ପରେ କରିବାକୁ ଆମେ ଚେଷ୍ଟା କରୁ । ମିଳିତ ଭାବେ ଆମେ ଆମର ସହଯୋଗକୁ ଅନ୍ୟାନ୍ୟ କ୍ଷେତ୍ରରେ, ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ସାଇବର, କୃଷି ଏବଂ ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ବିସ୍ତାର କରିବୁ ବୋଲି କହିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ।

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଗଠନର 30 ତମ ବାର୍ଷିକୀ ପାଳନ ପାଇଁ ସେ ଏପ୍ରିଲର ପ୍ରଥମ ସପ୍ତାହରେ ଭାରତ ଗସ୍ତ କରିବେ ବୋଲି କହିଛନ୍ତି ଇସ୍ରାଇଲ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ । ଗତବର୍ଷ ଅକ୍ଟୋବରରେ ଗ୍ଲାସଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (COP26) ର ଦୁଇ ନେତା ପ୍ରଥମେ ସାକ୍ଷାତ କରିଥିଲେ । ସେତେବେଳ ପ୍ରଧାନମନ୍ତ୍ରୀ ମୋଦି ବେନେଟଙ୍କୁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.