ETV Bharat / bharat

ଭାରତରେ ଆତଙ୍କବାଦ ଦମନ ପାଇଁ ଇସ୍ରାଏଲ ପରି ରଣନୀତି ଆବଶ୍ୟକ: ସ୍ବାମୀ - ବିଜେପି ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ

ଭାରତରେ ମଧ୍ୟ ଆତଙ୍କବାଦ ପ୍ରସଙ୍ଗ ଗମ୍ଭୀର । ଦମନ ପାଇଁ ଇସ୍ରାଏଲ ପରି ରଣନୀତି ଆବଶ୍ୟକ ଥିବା କହିଲେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ଅଧିକ ପଢନ୍ତୁ

ଭାରତରେ ଆତଙ୍କବାଦ ଦମନ ପାଇଁ ଇସ୍ରାଏଲ ପରି ରଣନୀତି ଆବଶ୍ୟକ: ସ୍ବାମୀ

author img

By ETV Bharat Odisha Team

Published : Nov 1, 2023, 6:22 AM IST

ଲକ୍ଷ୍ନୌ: ଏକାଧିକ ଆରବ ରାଷ୍ଟ୍ରର ବିରୋଧ ସତ୍ତ୍ବେ ମଧ୍ୟହମାସ’ ଆତଙ୍କୀ ଗୋଷ୍ଠାକୁ ମୂଳପୋଛ କରିବା ପର୍ଯ୍ୟନ୍ତ ସାମରିକ ଅପରେସନ ଜାରି ରଖିବା ନେଇ ଇସ୍ରାଏଲ କହିସାରିଛି । ଜାତିସଙ୍ଘରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହେବା ପରେ ସୁଦ୍ଧା ତାହା ଇସ୍ରାଏଲ ଉପରେ କୌଣସି ପ୍ରଭାବ ପକାଇବା ପରି ଦୃଶ୍ୟମାନ ହେଉନାହିଁ । ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଇସ୍ରାଏଲ ପରି ରଣନୀତି ଓ ଆଭିମୁଖ୍ୟ ଭାରତ ସରକାର ମଧ୍ୟ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ବରିଷ୍ଠ ତଥା ଚର୍ଚ୍ଚିତ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ।

ଆଜି(ମଙ୍ଗଳବାର) ଅଯୋଧ୍ୟାରେ ସ୍ବାମୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ଇସ୍ରାଏଲ ହମାସ ଆତଙ୍କୀ ଗୋଷ୍ଠୀର ମୂଳୋତ୍ପାଟନ କରିବାକୁ ଅପରେସନ ଜାରି ରଖିଛି । ଭାରତରେ ମଧ୍ୟ ଆତଙ୍କବାଦ ସମସ୍ୟା ରହିଛି । ବିଦେଶରୁ ସେମାନେ ଅନୁପ୍ରାଣିତ ହୋଇ ଭାରତରେ ଆକ୍ରମଣ ଜାରି ରଖିଛନ୍ତି । ଏହା ବିରୋଧରେ ମଧ୍ୟ ଆମକୁ ଇସ୍ରାଏଲ ଭଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଦେଶ ବିରୋଧୀ ଗୋଷ୍ଠୀକୁ ଶକ୍ତିର ସହ ମୁକାବିଲା କରିବା ଉଚିତ ।"

ସୁବ୍ରମଣ୍ୟମ ସ୍ବାମୀ ଆହୁରି କହିଛନ୍ତି, "ଆତଙ୍କବାଦ ପ୍ରସଙ୍ଗରେ ଭାରତରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ଚୀନ କିଛି ଜମି ଅକ୍ତିଆର କରିଛି । ପାକିସ୍ତାନ ମଧ୍ୟ କାଶ୍ମୀର କିଛି ଅଞ୍ଚଳ ଦଖଲ କରିଛି । ଏପରି ସ୍ଥିତିରେ ଏହି ସବୁ ପ୍ରସଙ୍ଗ କେହି ଉଠାଉ ନାହାନ୍ତି । ତେଣୁ ଆତଙ୍କବାଦ କ୍ଷେତ୍ରରେ ଭାରତୀୟ ନେତୃତ୍ୱ ମଧ୍ୟ ଇସ୍ରାଏଲ ପରି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।" ସେହିପରି ସବୁବେଳ ନିଜ ଦଳ ବିରୋଧରେ ମନ୍ତବ୍ୟ ଦେଇ ଅଡୁଆ ସୃଷ୍ଟି କରୁଥିବା ଏହି ବରିଷ୍ଠ ନେତା କ’ଣ ବିଜେପିରେ ନାହାନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସ୍ବାମୀ କହିଛନ୍ତି, ସେ ବିଜେପିରେ ଅଛନ୍ତି । ମାତ୍ର ତାଙ୍କର କିଛି ଭିନ୍ନ ମତ ରହିଛି ।

ଏହା ମଧ୍ୟ ପଢନ୍ତୁ :-Manipur: SDPOଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଇସ୍ରାଏଲ ହମାସ ଗୋଷ୍ଠୀର ଶେଷ ଆତଙ୍କୀ ନିପାତ ନହେବା ପର୍ଯ୍ୟନ୍ତ ଗାଜାରେ ଜାରି ରହିଥିବା ଅପରେସନ ବନ୍ଦ କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ଭାରତ ମଧ୍ୟ ଆତଙ୍କୀ ଆକ୍ରମଣ ପାଇଁ ହମାସ ଗୋଷ୍ଠୀକୁ ନିନ୍ଦା କରିବା ସହ ଇସ୍ରାଏଲକୁ ନୈତିକ ସମର୍ଥନ ଘୋଷଣା କରିଛି । ଏପରିକି ଜାତିସଂଘରେ ଆଗତ ହୋଇଥିବା ଗାଜାରେ ତୁରନ୍ତ ଅସ୍ତ୍ରବିରତି ପ୍ରସ୍ତାବରେ ମଧ୍ୟ ଭାରତ ଭୋଟବର୍ଜନ କରିଥିଲା । ଭାରତ ସମେତ ଆମେରିକା, ବ୍ରିଟେନ୍‌ ସମେତ ଏକାଧିକ ପଶ୍ଚିମରାଷ୍ଟ୍ର ଏହି ପ୍ରସ୍ତାବରେ ଭୋଟ ଦେଇନଥିଲେ । ମାତ୍ର ସଂଖ୍ଯାଧିକ ରାଷ୍ଟ୍ରଙ୍କ ଭୋଟ ସହ ଏହି ପ୍ରସ୍ତାବ ପାରିତ ହୋଇଛି । ମାତ୍ର ଏହାର କାର୍ଯ୍ୟକାରିତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଗାଜାରେ ଇସ୍ରାଏଲ ସେନାର ଅପରେସନ 25 ଦିନରେ ପହଞ୍ଚିଛି । ପ୍ରାୟ ଦୁଇ ସପ୍ତାହ ଧରି ଏୟାର ଷ୍ଟ୍ରାଇକ୍‌ କରିବା ପରେ ଇସ୍ରାଏଲ ସେନା ଏବେ ଉତ୍ତର ଗାଜାରେ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.