କୋଲକାତା: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ । ସରଗରମ ହେଉଛି ପ୍ରଚାର ମୈଦାନ । ଜାରି ରହିଛି ଆରୋପ, ପ୍ରତ୍ୟାରୋପ ଓ ବୟାନବାଜିର ରାଜନୀତି । ଏହି କ୍ରମରେ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ପଶ୍ଚିମବଙ୍ଗର ଏକ ନିର୍ବାଚନୀ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟରେ ଦଖଲ ଦେବା ସହ ତାଙ୍କ ଦୈନିନ୍ଦିନ ରୁଟିନରେ ପରିବର୍ତ୍ତନ କରୁଛନ୍ତି । ଗୃହମନ୍ତ୍ରୀ ଦେଶ ଚଳାଇବେ ନା ଏହା ସ୍ଥିର କରିବେ କାହାର ଗିରଫଦାରୀ ହେବ କି କେଉଁ ଏଜେନ୍ସି କାହାର ପିଛା କରିବ ବୋଲି ପ୍ରଶ୍ନ କରିଛନ୍ତି ମମତା ।
ବାଙ୍କୁରାରର ରାଲିରେ ମମତା ମଞ୍ଚ ଉପରେ ଦୁର୍ଗାପାଠ ମଧ୍ୟ କରିଛନ୍ତି । ମମତା ଦାବି କରିଛନ୍ତି, କୋରୋନା, ଅମ୍ଫାନ ସମୟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସହାୟତା କରିନାହାନ୍ତି । ପଶ୍ଚିମବଙ୍ଗରେ ବାହାରର ଗୁଣ୍ଡାଙ୍କୁ ନିର୍ବାଚନ ଲଢିବାକୁ ଦିଆଯିବ ନାହିଁ । ବିଜେପି ବାହୁବଳର ଦମ୍ରେ ବଙ୍ଗ ନିର୍ବାଚନ ଜିତିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ମମତା ।