ଇଟାନଗର: ସହକର୍ମୀଙ୍କ ଗୁଳିମାଡରେ ଟଳିଲେ ଆଇଆରବିଏନ(IRBN) କନେଷ୍ଟବଳ । ଅରୁଣାଚଳ ପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ରକରି ଇଣ୍ଡିଆନ ରିଜର୍ଭ ବାଟାଲିୟନର(ଆଇଆରବିଏନ) ଜଣେ ହେଡକନେଷ୍ଟବଳ ନିଜର ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି(IRBN constable shot dead by colleague) । ମୃତକ ଚିଙ୍ଗ୍ରି ମୋମାଇ ବୋଲି ପରିଚୟ ମିଳିଛି । ଶୁକ୍ରବାର ବିଳମ୍ବିତ ରାତିରେ ଅରୁଣାଚଳ ପ୍ରଦେଶର ରାଜୀବ ଗାନ୍ଧୀ ବିଶ୍ବବିଦ୍ୟାଳୟରେ ତାଙ୍କୁ ହତ୍ୟା କରାଯାଇଛି । ଅଭିଯୁକ୍ତ ସହକର୍ମୀଙ୍କୁ ପୋଲିସ ଗିରଫ କରିଛି ।
ପୋଲିସର ସୂଚନା ମୁତାବକ, ଦ୍ବିତୀୟ ବାଟାଲିୟନରେ ହେଡକନେଷ୍ଟବଳ ଭାବେ କାର୍ଯ୍ୟରତ ଦିୟୁମ ୱାଙ୍ଗ୍ରୁ ତାଇଡଙ୍ଗଙ୍କ(Diyum Wangru Taidong) କୌଣସି କାରଣକୁ ନେଇ ସହକର୍ମୀ ଚିଙ୍ଗ୍ରି ମୋମାଇଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସେ ନିଜ ରାଇଫଲରୁ(AK 47)ରୁ ମୋମାଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ TRIHMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହାମଧ୍ୟ ପଢନ୍ତୁ: ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଅତର୍କିତ ଗୁଳି ବର୍ଷାକଲେ ଦୁଇ ଦୁର୍ବୃତ୍ତ, ଜଣେ ଗିରଫ
ଏହି ମାମଲାରେ ଅଭିଯୁକ୍ତ IRBN ହେଡକନେଷ୍ଟବଳଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ଏହାସହିତ ତାଙ୍କୁ ଠାରୁ ରାଇଫଲ ଏବଂ ୨୮ ଅଫୁଟା ଗୁଳି ଜବତ ହୋଇଛି ।