ETV Bharat / bharat

ମହିଳାଙ୍କ ପାଇଁ ପୁ଼ଞ୍ଜି ନିବେଶ ଯୋଜନା ଗୁରୁତ୍ବପୂର୍ଣ୍ଣ: ଜାଣନ୍ତୁ କାହିଁକି ?

ମହିଳାମାନେ ନିଜ ନିଜର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଏବଂ ଆଶା ପୂରଣ କରିବା ପାଇଁ ଆର୍ଥିକ ବିନିଯୋଗ ସଂପର୍କିତ ଯୋଜନା ଉପରେ ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ । ଏହି ଚାରିଟି କାରଣରୁ ଆଜିକାଲି ମହିଳାମାନଙ୍କ ପାଇଁ ପୁଞ୍ଜିନିବେଶ ଯୋଜନା ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ । ଅଧିକ ପଢନ୍ତୁ...

ମହିଳାମାନଙ୍କ ପାଇଁ ପୁ଼ଞ୍ଜି ନିବେଶ ଯୋଜନା ଗୁରୁତ୍ବପୂର୍ଣ୍ଣ

author img

By

Published : Mar 8, 2021, 8:00 AM IST

ଆଜିକାଲି ଜୀବନର ବିଭିନ୍ନ କ୍ଷେତ୍ରରେ ମହିଳାମାନେ ଦ୍ରୁତ ଅଗ୍ରଗତି ହାସଲ କରୁଛନ୍ତି । ଆଜି ବିଶ୍ବର ଅନେକ ଅଞ୍ଚଳରେ ବଡ଼ ବଡ଼ କମ୍ପାନୀ ବା କର୍ପୋରେଟ୍‌ ପରିଚାଳନାର ଶୀର୍ଷସ୍ଥାନୀୟ ପଦପଦବୀରେ ମହିଳାମାନଙ୍କ ଉପସ୍ଥିତି ବୃଦ୍ଧି ପାଇଛି । ଅନେକ ମହିଳା ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପିଥିବା ବେଳେ ଅନ୍ୟ କେତେଜଣ ସଫଳ କ୍ରୀଡ଼ାବିତ୍‌ ହୋଇପାରିଛନ୍ତି ।

ମଧ୍ୟମ ବର୍ଗ ଲୋକଙ୍କ କ୍ଷେତ୍ରରେ, ଦ୍ବୈତ ରୋଜଗାର ବା ଉଭୟ ପତିପତ୍ନୀ ଆୟ କରୁଥିବା ପରିବାର ଏକ ଧାରାରେ ପରିଣତ ହୋଇଥିବାରୁ ଅଧିକରୁ ଅଧିକ ମହିଳା ଚାକିରିରେ ପ୍ରବେଶ କରୁଛନ୍ତି ।

ପାରିବାରିକ ଉପାର୍ଜନରେ ମହିଳାମାନଙ୍କ ଯୋଗଦାନ ରହୁଥିବାରୁ, ମୁଁ ଭାବୁଛି, ସେମାନେ ନିଜ ନିଜର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଏବଂ ଆଶା ପୂରଣ କରିବା ପାଇଁ ଆର୍ଥିକ ବିନିଯୋଗ ସଂପର୍କିତ ଯୋଜନା ଉପରେ ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ ।

ଏଠାରେ ପ୍ରଦତ୍ତ ଚାରିଟି କାରଣରୁ ଆଜିକାଲି ମହିଳାମାନଙ୍କ ପାଇଁ ପୁଞ୍ଜିନିବେଶ ଯୋଜନା ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ।

1. ଏହା ଆର୍ଥିକ ସ୍ବାଧୀନତା ପ୍ରଦାନ କରେ

ଆର୍ଥିକ ସ୍ବାଧୀନତାର ଅର୍ଥ ହେଉଛି ଅର୍ଥନୀତିରେ ଆତ୍ମନିର୍ଭରଶୀଳତା ହାସଲ କରିବା । ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖୁଥିବା ପ୍ରତିଟି ମହିଳା ନିଜେ ସ୍ବୟଂସଂପୂର୍ଣ୍ଣ ହେବା କିମ୍ବା ନିଜେ ନିଜର ସମସ୍ତ ଆର୍ଥିକ ଆବଶ୍ୟକତା ପୂରଣର କ୍ଷମତା ହାସଲ କରିବା ଆବଶ୍ୟକ ।

ଏଥିପାଇଁ, ଏକ ସୁନିୟୋଜିତ ଯୋଜନା ଜରିଆରେ ସେ ନିଜର ସଂପଦ ଗଠନ କରିବା ଦରକାର ।

ଆର୍ଥିକ ସ୍ଥିତି, ସମ୍ଭାବ୍ୟ ଓ ସନ୍ନିହିତ ବିପଦ ଏବଂ ସମୟ ସୀମା ପ୍ରସଙ୍ଗକୁ ବିଚାର କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିଜ ସଂପତ୍ତିର ଅଭିବୃଦ୍ଧି ନିମନ୍ତେ ମହିଳାମାନେ ବିଭିନ୍ନ ପୁଞ୍ଜି ଲଗାଣ ଯୋଜନା ପସନ୍ଦ କରିପାରିବେ ।

ଶୀଘ୍ର ଲାଭ ପାଇବାକୁ ହେଲେ ଶୀଘ୍ର ନିବେଶ ଆରମ୍ଭ କରିବାକୁ ପଡ଼ିବ ବୋଲି ପ୍ରଚଳିତ ନିୟମକୁ ମନେ ରଖିବାକୁ ହେବ ।

2. ଜୀବନର ଲକ୍ଷ୍ୟ ହାସଲ ପାଇଁ ଏହା ମହିଳାମାନଙ୍କୁ ସାହାଯ୍ୟ କରେ

ଆଜିକାଲିର ମହିଳାମାନେ ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଲକ୍ଷ୍ୟ ପୂରଣ କରିବାକୁ ଚାହାଁନ୍ତି । ହୁଏତ ଏହା ବିଶ୍ବ ଭ୍ରମଣରୁ ଆରମ୍ଭ ହୋଇ ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ପର୍ଯ୍ୟନ୍ତ ହୋଇପାରେ ।

ଏବଂ ଏହି ସବୁ ଲକ୍ଷ୍ୟ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଶ୍ୟକ । ଠିକ୍‌ ଏହିଠାରେ ହିଁ ପୁଞ୍ଜିନିବେଶ ଯୋଜନା ସହାୟତା ପ୍ରଦାନ କରେ ।

ସଠିକ ଆର୍ଥିକ ଯୋଜନା ବଳରେ ହିଁ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ମହିଳାମାନେ ଜୀବନର ଲକ୍ଷ୍ୟ ହାସଲକୁ ସୁନିଶ୍ଚିତ କରିପାରିବେ ।

3. ଚାକିରି ଜୀବନରେ ବିରତି ସମୟରେ ଏହା କାମରେ ଲାଗେ

ଏହାକୁ ଅସ୍ବୀକାର କରିହେବ ନାହିଁ ଯେ ଚାକିରି ଜୀବନରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ବିରତି ନେଇଥାଆନ୍ତି । ଜୀବନର ବିଭିନ୍ନ ପର୍ଯ୍ୟାୟରେ ଏହା ହୋଇପାରେ । ଯେମିତି କି ବିବାହ କରିବା ସମୟରେ, ସନ୍ତାନ ଜନ୍ମ ଦେବା ସମୟରେ କିମ୍ବା ଏମିତି କି ସ୍ବାମୀଙ୍କର ଅନ୍ୟ ସହରକୁ ବଦଳି ହୋଇଯିବା ସମୟରେ ମଧ୍ୟ ।

ଏଇ କିଛି ବର୍ଷ ହେଲା, ମହିଳାମାନେ ନିଜ ଦକ୍ଷତାର ବିକାଶ କିମ୍ବା ଆଗକୁ ଆଉ ଅଧିକ ପଢ଼ିବା ନିମନ୍ତେ ମଧ୍ୟ ଚାକିରି ଜୀବନରୁ ବିରତି ନେଉଥିବା ପରିଲକ୍ଷିତ ହୋଇଛି ।

ଚାକିରି ଜୀବନରୁ ବିରତିର ଅର୍ଥ ରୋଜଗାରରେ ମଧ୍ୟ ବିରତି । ଜୀବନର ଏଭଳି ପର୍ଯ୍ୟାୟରେ ସଞ୍ଚିତ ଅର୍ଥ ଏବଂ ପୁଞ୍ଜିନିବେଶରୁ ହେଉଥିବା ଆୟ କାମରେ ଲାଗିଥାଏ ।

4. ଅବସର ଜୀବନ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ

ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ହାରାହାରି ଜୀବନକାଳ ଅଧିକ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି । ତେବେ, ଚାକିରିରୁ ଅବସର ନେବା ପରବର୍ତ୍ତୀ ସମୟରେ ଆର୍ଥିକ ସୁରକ୍ଷା ନିମନ୍ତେ ପ୍ରାୟତଃ ଉଭୟ ପରସ୍ପର ଉପରେ ନିର୍ଭର କରୁଥିବା ଦେଖାଯାଏ ।

କିନ୍ତୁ ସଠିକ ପୁଞ୍ଜିନିବେଶ ଯୋଜନା ବଳରେ ମହିଳାମାନେ ସହଜରେ ନିଜ ଅବସର ଜୀବନର ଆର୍ଥିକ ସୁରକ୍ଷା ବଜାୟ ରଖିପାରିବେ ।

(ରେଶମା ବନ୍ଦା, ହେଡ୍‌- ଇକ୍ୟୁଇଟି ଏବଂ ସିନିଅର ଭାଇସ୍‌ ପ୍ରେସିଡେଣ୍ଟ ଇନ୍‌ଭେଷ୍ଟମେଣ୍ଟସ, ବଜାଜ ଆଳିଆନ୍‌ଜ ଲାଇଫ୍‌ ।

ଉପରୋକ୍ତ ମତାମତ ଲେଖିକାଙ୍କର ନିଜସ୍ବ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.