ETV Bharat / bharat

ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି ସାରା ବିଶ୍ବ; ଜାଣନ୍ତୁ ଆଜିର ଥିମ - ଅନ୍ତର୍ଜାତୀୟ ମହିଳା ଦିବସ

ନାରୀ ଜନନୀ, ଭଗିନୀ, ଅର୍ଦ୍ଧାଙ୍ଗିନୀ ହୋଇପାରେ । ହେଲେ ତାର ନିଜସ୍ବ ପରିଚୟ ସ୍ବତନ୍ତ୍ର । ବରଂ ଏହି ପରିଚୟ ଠାରୁ ଢେର ଉର୍ଦ୍ଧ୍ବରେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହାକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ଅଧିକ ପଢନ୍ତୁ..

ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି ସାରା ବିଶ୍ବ

author img

By

Published : Mar 8, 2021, 7:32 AM IST

ହାଇଦ୍ରାବାଦ: ନାରୀ ରୂପରେ ଶକ୍ତି ସ୍ବରୂପେଣି । ଅସମୀମ ଧୌର୍ଯ୍ୟ ଓ ସାମର୍ଥ୍ୟ ଓ ସହନଶକ୍ତିର ସେ ପୂଜାରଣୀ । ସେ ରକ୍ଷତା ପୁଣି ସଂହାରକର୍ତ୍ତା । ସବୁ ସମ୍ପର୍କର ମୂଳଦୁଆ ଜଣେ ନାରୀ । ସେ ମା’, ଜନନୀ, ଭଗିନୀ, ଜାୟା ରୂପରେ ନିଭାଏ ଅସଂଖ୍ୟ ଚରିତ୍ର । ମା ରୂପରେ ମମତାମୟୀ, ତ ଭଗିନୀ ହୋଇ ସ୍ନେହୀ ....ପୁଣି ଜାୟା ହୋଇ ବାଣ୍ଟେ ସୁଖଦୁଃଖ । ଆଜି ସେହି ନାରୀକୁ ସଲାମ ଜଣାଉଛି ସାରା ବିଶ୍ବ । ଆଉ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ ।

ଜାତିସଂଘ ପକ୍ଷରୁ 1975 ମସିହା ଠାରୁ ପ୍ରତିବର୍ଷ ଆଜିର ତାରିଖ ଅର୍ଥାତ ମାର୍ଚ୍ଚ 8 କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଅଛି । ମହିଳାଙ୍କୁ ସମ୍ମାନ, ସମାନତା ଦେବା ସହ ଲିଙ୍ଗଗତ ବୈଷମ୍ୟ ଓ ରଙ୍ଗଭେଦ ଦୂରୀକରଣ କରି ସେମାନଙ୍କୁ ସାମାଜିକ, ସାଂସ୍କୃତିକ, ରାଜନୈତିକ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ଏହି ଦିବସର ମୂଳ ଲକ୍ଷ୍ୟ । ବାଇଗଣୀ ରିବନ ଏହି ଦିନର ପ୍ରତୀକ ।

ଚଳିତ ବର୍ଷ ମହିଳା ଦିବସର ଥିମ ବା ଉଦ୍ଦେଶ୍ୟ ରହିଛି ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବା। ଯେଉଁଥିରେ ଲିଙ୍ଗଗତ ବୈଷମ୍ୟତା ଓ ଅସମାନତାକୁ ଚ୍ୟାଲେଞ୍ଜ କରି ଏଥିରେ ପରିବର୍ତ୍ତନ ଆଣିପାରିବେ । ମହିଳାଙ୍କ ସଫଳତାକୁ ଏକ ଉତ୍ସବ ଭାବେ ମନାଇବା । ଏହା ଦ୍ବାରା ନୂଆ ବିଶ୍ବ ସୃଷ୍ଟି କରିବା । ଚ୍ୟାଲେଞ୍ଜ ଗ୍ରହଣ କରିବା ଦ୍ବାରା ପରିବର୍ତ୍ତନ ଆସେ, ତେଣୁ ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଜରୁରୀ ।

1911 ମସିହାରେ ପ୍ରଥମ ଥର ବିଶ୍ବବ୍ୟାପୀ ମହିଳାଙ୍କ ସଫଳତା, ସମାନତା ଉପରେ ସ୍ବର ଉତ୍ତୋଳନ , ଲିଙ୍ଗଗତ ସମାନତା ସହ ମହିଳାଙ୍କ ପାଇଁ ଫଣ୍ଡିଂ ଉପରେ ଗୁରୁତ୍ବ ଦେଇ ଏହି ଦିବସ ପାଳନ ହୋଇଥିଲା । କାରଣ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଧିକାର ପାଇବାକୁ ବହୁ ଦିନର ସଂଘର୍ଷରତ । ଇଉରୋପରେ ଊନବିଂଶ ଶତାବ୍ଦୀର ଆଦି ଭାଗ୍ୟ ପର୍ଯ୍ୟନ୍ତ ମହିଳାମାନେ ଦ୍ବିତୀୟ ନାଗରିକ ଭାବେ ଗଣାଯାଉଥିଲା ଏପରିକି ଗ୍ରେଟ ବ୍ରିଟେନ ଭଲି ରାଷ୍ଟ୍ରରେ ମହିଳା ଶିକ୍ଷା ଅନେକ ପରିମାଣରେ ସୀମିତ ରହିଥିଲା । ଭାରତରେ ମଧ୍ୟ ମହିଳାକୁ ସେତେଟା ପ୍ରାଧାନ୍ୟ ମିଳୁନଥିଲା ।

ପରିବର୍ତ୍ତନଶୀଳ ସମୟରେ ବଦଳିଛି ସ୍ଥିତି । ଏବେ ସବୁ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇପାରିଛନ୍ତି ମହିଳା । ସ୍କୁଲ ଶିକ୍ଷୟିତ୍ରୀ ଠାରୁ ଇଂଞ୍ଜିନିୟର, ପ୍ରଶାସନିକ ସେବା ଠାରୁ ସୀମାରେ ଯବାନର ଭୂମିକା । ସ୍ଥଳ ପଥରୁ ଜଳପଥ ଏବଂ ଆକାଶପଥରେ ରଚିଛନ୍ତି ଅନେକ ଇତିହାସ । ଯୁଦ୍ଧ କ୍ଷେତ୍ରରେ ବିରଙ୍ଗନା ସାଜିବା ସହ ମହାକାଶକୁ ଯାତ୍ରା କରୁଛନ୍ତି ମହିଳା । ହେଲେ ଏସବୁର ସଫଳତା ପାଇଁ ଆଜି ବି କେଉଁଠି ସଂଘର୍ଷ କରୁଛି ନାରୀ ଟିଏ । ଯାହାକୁ ପ୍ରୋତ୍ସାହିତ ଓ ପ୍ରେରଣା ଦେବାକୁ ଏଭଳି ମହିଳା ଦିବସ ଆଜି ବି ଜରୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.