ETV Bharat / bharat

ଆଜି ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ, ଜାଣନ୍ତୁ କେବେଠୁ ହେଉଛି ପାଳନ ?

author img

By

Published : May 29, 2021, 9:37 AM IST

2008 ମସିହା 11 ଜାନୁଆରୀରେ ଏଡମଣ୍ଡ ହିଲେରୀଙ୍କ ମୃତ୍ୟୁ ପରେ ନେପାଳରେ ଆଜିର ଦିନକୁ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ଭାବେ ପାଳନ କରାଯାଇଥାଏ । 68 ବର୍ଷ ତଳେ ଅର୍ଥାତ୍‌ 1953 ମସିହାରେ ଆଜିର ଦିନରେ ନେପାଳର ତେନଜିଂ ନର୍ଗେ ଓ ନ୍ୟୁଜିଲ୍ୟାଣ୍ଡର ସାର ଏଡମଣ୍ଡ ହିଲେରୀ ପ୍ରଥମ ଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ଏହି ଦୁଃସାହସିକ ସଫଳତାକୁ ହାତେଇଥିଲେ । ତେବେ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସରେ ଏଭରେଷ୍ଟ ପର୍ବତ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା...

ଆଜି ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ
ଆଜି ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ

ହାଇଦ୍ରାବାଦ: ଆଜି ହେଉଛି ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ । ପ୍ରତିବର୍ଷ ମେ 29 ତାରିଖରେ ଏହି ଦିବସକୁ ପାଳନ କରାଯାଇଥାଏ । 68 ବର୍ଷ ତଳେ ଅର୍ଥାତ୍‌ 1953 ମସିହାରେ ଆଜିର ଦିନରେ ନେପାଳର ତେନଜିଂ ନର୍ଗେ ଓ ନ୍ୟୁଜିଲ୍ୟାଣ୍ଡର ସାର ଏଡମଣ୍ଡ ହିଲେରୀ ପ୍ରଥମ ଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ଏହି ଦୁଃସାହସିକ ସଫଳତାକୁ ହାତେଇଥିଲେ । ତେବେ 2008 ମସିହା 11 ଜାନୁଆରୀରେ ଏଡମଣ୍ଡ ହିଲେରୀଙ୍କ ମୃତ୍ୟୁ ପରେ ନେପାଳରେ ଆଜିର ଦିନକୁ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସରେ କାଠମାଣ୍ଡୁ ଓ ଏଭରେଷ୍ଟ ଅଞ୍ଚଳରେ ବିଭିନ୍ନ ପ୍ରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଏ ।

ତେବେ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସରେ ମାଉଣ୍ଟ ଏଭରେଷ୍ଟ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା...

ବର୍ତ୍ତମାନ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା କେତେ?

ଚୀନ ଓ ନେପାଳର ସରକାରୀ ସୂତ୍ର ଅନୁସାରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ହେଉଛି 8848 ମିଟର ବା 29,029 ଫୁଟ । କିନ୍ତୁ 2020 ପୁଣି ଉଚ୍ଚତାର ସମୀକ୍ଷା କରିବା ପରେ ଏହାର ଉଚ୍ଚତା ବର୍ତ୍ତମାନ 8,848.86 ରହିଛି ବୋଲି ସୂଚନା ଦିଆଯାଇଛି । ମାଉଣ୍ଟ ଏଭରେଷ୍ଟର ଉଚ୍ଚତାକୁ ନେଇ ଚୀନ ଓ ନେପାଳ ଭିନ୍ନ ଭିନ୍ନ ମତ ରହିଥିବା ବେଳେ 2020 ମସିହାରେ ହୋଇଥିବା ସମୀକ୍ଷାକୁ ଉଭୟ ସମର୍ଥନ କରିଛନ୍ତି ।

ଉଚ୍ଚତାର ପୁର୍ନଗଣନା କ'ଣ ପାଇଁ କରାଗଲା ?

ନେପାଳ ସର୍ବେକ୍ଷଣ ବିଭାଗ ମାଉଣ୍ଟ ଏଭରେଷ୍ଟର ଉଚ୍ଚତାକୁ ମାପିବା ପାଇଁ କେବେ ଚିନ୍ତା କରି ନଥିଲା । କିନ୍ତୁ ଏପ୍ରିଲ 2015 ମସିହାରେ ହୋଇଥିବା ଭୟଙ୍କର ଭୂକମ୍ପରେ ପର୍ବତର ଉଚ୍ଚତା ପ୍ରଭାବିତ ହୋଇଛି ବୋଲି ବୈଜ୍ଞାନିକମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ​​। ଏହା ପରେ ସରକାର 1954 ସର୍ଭେ ଅଫ୍ ଇଣ୍ଡିଆର ଫଳାଫଳ ଅପେକ୍ଷା ନିଜେ ପର୍ବତର ଉଚ୍ଚତା ମାପିବାକୁ ଘୋଷଣା କରିଥିଲେ।

ମାଉଣ୍ଟ ଏଭରେଷ୍ଟ ପହଞ୍ଚିବା ପାଇଁ ପ୍ରଥମ ପ୍ରୟାସ:-

ମାଉଣ୍ଟ ଏଭରେଷ୍ଟ ସମୁଦ୍ର ପତ୍ତନଠାରୁ 29,029 ଫୁଟ ଉଚ୍ଚତାରେ ରହିଥିବା ବେଳେ ଏହା ପୃଥିବୀର ସବୁଠାରୁ ଉଚ୍ଚତମ ସ୍ଥାନ । ଏହି ଏଭରେଷ୍ଟ ଉପରେ ଆରୋହଣ କରିବା ପାଇଁ 1922 ମସିହାରେ ପ୍ରଥମେ ଇଂଲଣ୍ଡ ପ୍ରୟାସ କରିଥିଲା । ଏହାପରେ ବ୍ରିଟିଶ ସରକାର 6 ଥର ପ୍ରୟାସ କରି ମଧ୍ୟ ଏହା ଉପରେ ପହଞ୍ଚିବାରେ ବିଫଳ ହୋଇଥିଲେ । 1952 ମସିହାରେ ସ୍ବିଡେନର ଜଣେ ପର୍ବତାରୋହୀ ଏଭରେଷ୍ଟ ଆରୋହଣ କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ସେ ଏହାର ଶିଖରଠାରୁ ମାତ୍ର 250 ମିଟର ଦୂରରୁ ଖରାପ ପାଗ ଯୋଗୁଁ ଫେରିଆସିଥିଲେ ।

ଏଭରେଷ୍ଟରେ ହିଲେରୀ ଓ ତେନଜିଂ:-

ଏହାପରେ 1953 ମସିହାରେ ବ୍ରିଟିଶ ଅଭିଯାନ ଅଧୀନରେ ଏଡମଣ୍ଡ ହିଲେରୀ ଓ ତେନଜିଂ ଏଭରେଷ୍ଟ ଆରୋହଣ କରିଥିଲେ । ଏହି କ୍ୟାମ୍ପ ଏଭରେଷ୍ଟରେ ଦକ୍ଷିଣ ପାର୍ଶ୍ବରେ ଲଗାଯାଇଥିଲା । ତେବେ ସେମାନେ ମେ 26 ତାରିଖରେ ଏଭରେଷ୍ଟର ଶିଖରରେ ପହଞ୍ଚିବାର ଥିଲା । କିନ୍ତୁ ବରଫପାତ ଯୋଗୁଁ ସେମାନେ 2 ଦିନ ପରେ ପୁଣି ଆରୋହଣ କରିଥିଲେ । ମେ 29 ତାରିଖ ପ୍ରାୟ ସାଢେ 11ଟା ସମୟରେ ସେମାନେ ଏଭେଷ୍ଟର ଶିଖରରେ ପହଞ୍ଚି ଏହି ଦୁଃସାହସିକ ରେକର୍ଡ କରିଥିଲେ । ଏଭରେଷ୍ଟ ଶିଖରରେ ସେମାନେ 15 ମିନିଟ ବିତାଇଥିଲେ । ହିଲେରୀ ଓ ତେନଜିଂ ଏହି ଐତିହାସିକ ସଫଳତା ପାଇବା ପରେ ଦ୍ବିତୀୟ ମହାରାଣୀ ଏଲିଜାବେଥ ଦୁହିଁଙ୍କୁ 'ସୁରବୀର' ଉପାଧି ପ୍ରଦାନ କରିଥିଲେ ।

ହିଲେରୀଙ୍କ ଏଭରେଷ୍ଟ ଆରୋହଣ ଯାତ୍ରା:-

ଏଭରେଷ୍ଟ ଆରୋହଣ ସମୟରେ ହିଲେରୀଙ୍କ ପାଇଁ ଗୋଟିଏ 20 ଫୁଟ ଉଚ୍ଚତାର ଚଟାଣକୁ ଚଢିବା କଷ୍ଟକର ହୋଇପଡିଥିଲା । କିନ୍ତୁ ସେ ସଫଳତାର ସହିତ ଏହାକୁ ପାର କରିଥିଲେ । ସେହି ଦିନଠାରୁ ଉକ୍ତ ଚଟାଣକୁ ହିଲେରୀ ଷ୍ଟେପ ବୋଲି କୁହାଯାଏ । ଏହି ଚଟାଣଟି ଏଭରେଷ୍ଟର ଦକ୍ଷିଣ-ପୂର୍ବ ପାର୍ଶ୍ବରେ ରହିଥିବା ବେଳେ ଏହା ଏଭରେଷ୍ଟର ମଝି ଭାଗରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.