ବେଙ୍ଗାଲୁରୁ: ରାଜନ୍ନା ସିରିସିଲ୍ଲାର ଏଲାରେଡିପେଟ ଓ ବିରନାପଲ୍ଲୀ ମଣ୍ଡଳରେ ରସିଗୁଟାର ରହିଛି ଏକ ବିଶେଷତ୍ବ । ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି ଯେ ଏହି ରସିଗୁଟା ନାମକ ପଥର ନିକଟକୁ ଗଲା ମାତ୍ରେ ଶରୀରର ରଙ୍ଗ ବଦଳିଯାଏ । ଅନ୍ୟପଟେ ଏହି ପଥର ଉପରେ ଏକ ଅଞ୍ଜନେୟସ୍ବାମୀ ମନ୍ଦିର ମଧ୍ୟ ରହିଛି । ତେବେ ଏନେଇ ଇତିହାସର ରିସର୍ଚ୍ଚର ରତ୍ନାକର ରେଡି ମଙ୍ଗଳବାର ଦିନ ଏହି ମନ୍ଦିରର ପରିଦର୍ଶନ କରିଛନ୍ତି ଏଥିସହ ଏହାର ଯାଞ୍ଚ ମଧ୍ୟ କରିଥିଲେ ।
ସୂଚନା ଅନୁଯାୟୀ, ରସିଗୁଟା ର ଶୀର୍ଷରେ ଲାଟେରାଇଟ୍ ପଥରଗୁଡିକ ରହିଛି । ଉଚ୍ଚ ତାପମାତ୍ରା ଏବଂ ବର୍ଷା ହେତୁ ଲାଟେରାଇଟ୍ କ୍ୟାପିଂ ସୃଷ୍ଟି ହୁଏ | ଏହି ଛୋଟ ଛୋଟ ପଥର ପାଇଁ ଚପଲରେ ପାହାଡ ଚଢିବା ସମ୍ଭବ ହୋଇ ନ ଥାଏ କାରଣ ଏହି ପଥର ଗୁଡିକ ବର୍ଷ୩ ପାଣିର ଧୋଇ ହୋଇଯାଇଥାଏ । ଯାହାଫଳରେ ଏହା ହଳଦିଆ ରଙ୍ଗର ହୋଇଯାଏ । ଏହି ରଙ୍ଗିନ ଧୂଳି ଯୋଗୁଁ ଯେଉଁମାନେ ପାହାଡ ଉପରକୁ ଚଢନ୍ତି ତାଙ୍କ ଉପରେ ପଡିଥାଏ ଏବଂ ଏନେଇ କେବଳ ତାଙ୍କର ହାତ ଓ ଗୋଡ ହିଁ ହଳଦିଆ ପଡିଥାଏ । କିନ୍ତୁ ଶରୀରର ରଙ୍ଗରେ କୌଣସି ପରିବର୍ତ୍ତନ ଦେଖାଯାଇ ନ ଥାଏ ବୋଲି ଯାଞ୍ଚ କରିବାରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ