ETV Bharat / bharat

ନିଜାମ ଗଡରେ ରେବନ୍ତ ରାଜ୍ ! ଫିଲ୍ମ ଷ୍ଟୋରୀଠୁ କମ୍‌ ନୁହେଁ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ - ରେବନ୍ତ ରେଡ୍ଡୀଙ୍କ ପ୍ରେମ କାହାଣୀ

Revanth Reddy love story: ସିନେମା କାହାଣୀ ପରି ତେଲେଙ୍ଗାନା ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ପ୍ରେମ କାହାଣୀ । କଲେଜରେ ପାଠ ପଢୁଥିବା ବେଳେ ଗୀତାଙ୍କୁ ଦେଇ ବସିଥିଲେ ହୃଦୟ । ମାନିନଥିଲା ଗୀତାଙ୍କ ପରିବାର । ହସ୍ତକ୍ଷେପ କରିଥିଲେ କଂଗ୍ରେସର ବରିଷ୍ଠ ନେତା । ଶେଷରେ ପ୍ରେମିକାରୁ ଗୀତାଙ୍କୁ ଜୀବନସାଥୀ କରିଥିଲେ ରେବନ୍ତ । ପଢନ୍ତୁ ରେବନ୍ତ-ଗୀତାଙ୍କ ପ୍ରେମକାହାଣୀ ।

Revanth Reddy love story
Revanth Reddy love story
author img

By ETV Bharat Odisha Team

Published : Dec 7, 2023, 9:42 PM IST

Updated : Dec 7, 2023, 10:45 PM IST

ହାଇଦ୍ରାବାଦ: ଆଜିଠୁ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ସବୁଠୁ ଅଧିକ ଚର୍ଚ୍ଚାର ପରଧିକୁ ଆସିଥିଲେ ତେଲେଙ୍ଗାନାର ଏହି ନୂଆ ମୁଖିଆ । ନିଜ ନେତୃତ୍ୟରେ କେସିଆରଙ୍କୁ କ୍ଲିନବୋଲ୍ଡ କରିଥିବା ରେବନ୍ତ ଜୀବନରେ କେବେ ହାର ମାନିନଥିବା କୁହାଯାଏ । କେବଳ ରାଜନୀତି ଗୋଟି ଚାଳନା ନୁହେଁ ପ୍ରେମରେ ବି ବେଶ ଧୂରନ୍ଧର ଥିଲେ ରେବନ୍ତ ରେଡ୍ଡୀ । ରେବନ୍ତଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଷ୍ଟୋରୀଠୁ କମ୍‌ ନୁହେଁ । କେମିତି ଥିଲା ତାଙ୍କ ପ୍ରେମ କାହାଣୀ ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ରେବନ୍ତ: ପ୍ରେମ ଅଢେଇ ଅକ୍ଷର। ଆଖିରୁ ଆରମ୍ଭ ହୋଇଥିବା ପ୍ରେମ କେତେବେଳେ ଯେ ମଣିଷକୁ ଦିୱାନା କରିଦିଏ ତାହା ବୁଝିବା କଷ୍ଟ । ପ୍ରେମ ଯେତେବେଳେ ହୋଇଯାଏ ଦୁନିଆ ରଙ୍ଗୀନ ଲାଗେ । ପ୍ରେମକୁ ପାଇବା ପାଇଁ ସାତ ସମୁଦ୍ର ତେର ନଈ ପାର୍‌ କରିଯାଏ ଅବୋଧ ହୃଦୟ । ଏମିତି କିଛି ଘଟିଥିଲା ରେବନ୍ତ ରେଡ୍ଡୀଙ୍କ କ୍ଷେତ୍ରରେ । କଲେଜରେ ପାଠ ପଢୁଥିବା ବେଳେ ପତ୍ନୀ ଗୀତାଙ୍କ ପ୍ରେମରେ ବୋଲ୍ଡ ହୋଇଯାଇଥିଲେ ରେବନ୍ତ । ଗୋଟିଏ ଦେଖାରେ ଦେଇ ବସିଥିଲେ ହୃଦୟ । ପରେ ପରେ ଅନେକ ଥର ନଜର ମିଶିଲା । ସାହାସ କରି ପ୍ରେମିକା ତଥା ପତ୍ନୀ ଗୀତାଙ୍କୁ ପ୍ରଥମ ଥର ନାଗାର୍ଜୁନ ସାଗର ନିକଟରେ ଭେଟିଥିଲେ । ଏହାପରେ ଆଗକୁ ଗଡିଥିଲା ପ୍ରେମ ଗାଡି । ଅନେକ ବାର ଦେଖା ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ବଢିଥିଲା ପ୍ରେମ ସମ୍ପର୍କ । ଫିଲ୍ମ ଷ୍ଟୋରୀ ଭଳି ତାଙ୍କ ପ୍ରେମକାହାଣୀରେ ଭିଲିଆନ ସାଜିଥିଲେ ଗୀତାଙ୍କ ପରିବାର । ପ୍ରେମିକାରୁ ଜୀବନସାଥୀ କରିବାର ଯାତ୍ରା ଏତେଟା ସହଜ ନଥିଲା ରେବନ୍ତଙ୍କ ପାଇଁ ।

ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

ଗୀତାଙ୍କ ପରିବାର ନଥିଲେ ରାଜି: କଂଗ୍ରେସର ଭେଟେରାନ ନେତା ଜୟପାଲ ରେଡ୍ଡୀଙ୍କ ଝିଆରି ବା ଭାଇର ଝିଅ ଥିଲେ ଗୀତା । ଯେବେ ଉଭୟଙ୍କ ପ୍ରେମ ସମ୍ପର୍କ ପରିବାରଲୋକଙ୍କୁ ଜଣା ପଡିଥିଲା । ଏଥିରେ ଆପତ୍ତି କରିଥିଲେ ଗୀତାଙ୍କ ପରିବାର ଲୋକେ । ରେବନ୍ତ ରାଜନୀତି ପ୍ରତି ଆକୃଷ୍ଟ ଥିବା ଗୀତାଙ୍କ ପରିବାର ଲୋକେ ଜାଣିବା ପରେ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ଏପରିକି ପରିବାରଲୋକେ ରେବନ୍ତଙ୍କ ସହ ବିବାହ କରାଇ ନଦେବାକୁ ରୋକଠୋକ କହିଥିଲେ ଗୀତାଙ୍କ ବାପା । ଉଭୟଙ୍କୁ ଅଲଗା କରିବାକୁ ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ନିକଟକୁ(ଦିଲ୍ଲୀ) ଗୀତାଙ୍କୁ ପଠାଇ ଦେଇଥିଲେ ପରିବାରଲୋକେ । ଏପରିକି ରେବନ୍ତ ଉପରେ ରାଜନୈତିକ ଚାପ ମଧ୍ୟ ବଢିବାକୁ ଲାଗିଥିଲା । କଥାରେ ଅଛି ନା ‘ପ୍ୟାର୍‌ କିୟା ହେ ତୋ ଡରନା କ୍ୟା’ । ରେବନ୍ତ ବି ପଛକୁ ହଟିନଥିଲେ ନିଜ ପ୍ରେମିକାକୁ ପାଇବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ ସେ । ଏପରିକି ଗୀତାଙ୍କ ହାତ ମାଗିବାକୁ ସେ ଜୟପାଲ ରେଡ୍ଡୀଙ୍କୁ ମଧ୍ୟ ଭେଟିଥିଲେ । ଏହାପରେ ଉଭୟଙ୍କ ବିବାହ ପାଇଁ ହସ୍ତକ୍ଷେପ କରିଥିଲେ ଜୟପାଲ । ଶେଷରେ ଉଭୟଙ୍କ ଭଲ ପାଇବା ଜିତିଥିଲା । ପରିବାରଲୋକେ ରାଜି ହେବା ପରେ ୧୯୯୨ ମସିହା ୭ ମେ’ରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ରେବନ୍ତ ରେଡ୍ଡୀଙ୍କ ପ୍ରେମ କାହାଣୀ
ରେବନ୍ତ ରେଡ୍ଡୀଙ୍କ ପ୍ରେମ କାହାଣୀ

ଶପଥ ଗ୍ରହଣ ସମାରୋହରେ ଲାଇମଟାଇଟରେ ଥିଲେ ପତ୍ନୀ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ହାଇଦ୍ରାବାଦର ଲାଲ ବାହାଦୂରଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ । ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଭଦ୍ରା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । କିନ୍ତୁ ଦୃଷ୍ଟି ଆକର୍ଷଣ କରିଥିଲା ରେବନ୍ତ ଓ ଗୀତାଙ୍କ ଯୋଡି । ମଞ୍ଚକୁ ପତ୍ନୀଙ୍କ ହାତକୁ ଧରି ଆସିଥିଲେ ରେବନ୍ତ । ସୋନିଆ, ଖଡଗେ, ରାହୁଲଙ୍କ ସହ ପତ୍ନୀଙ୍କୁ ପରିଚୟ କରାଇଥିଲେ । ଏପରିକି ସୋନିଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଦମ୍ପତି ।

ଏହା ମଧ୍ୟ ପଢନ୍ତୁ: ସୋନିଆ ଗାନ୍ଧିଙ୍କ ପାଦ ଛୁଇଁଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ରେବନ୍ତଙ୍କ ବିଷୟରେ ସଂକ୍ଷେପରେ...

୧୯୬୯ ମସିହାରେ ଜନ୍ମ ଗ୍ରହଣ କରିଥିବା ଅନୁମୁଲା ରେବନ୍ତ ରେଡ୍ଡୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ପରେ ପରେ ଟିଡିପିରୁ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ରେବନ୍ତ ୩ ଥର ବିଧାୟକ ଓ ଥରେ ସାଂସଦ ମଧ୍ୟ ହୋଇଛନ୍ତି ।

Last Updated : Dec 7, 2023, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.