ETV Bharat / bharat

ହନିଟ୍ରାପ୍: ରାଜସ୍ଥାନରେ ସେନା ଯବାନଙ୍କ ସମେତ 6 ଗିରଫ - ହିନିଟ୍ରାପରେ ସେନା ଯବାନ

ପାକିସ୍ତାନୀ ମହିଳା ଏଜେଣ୍ଟର ହନିଟ୍ରାପରେ ଫସି ସୁରକ୍ଷା ସମ୍ପର୍କିତ ତଥ୍ୟ ଯୋଗାଉଥିଲେ ସେନା ଯବାନଙ୍କ ସମେତ 6 ଜଣ । ଗୁଇନ୍ଦା ସୂଚନା ପାଇ ଗିରଫ କଲା ରାଜସ୍ଥାନ ପୋଲିସ । ଜାରି ରହିଛି ଜେରା । ଅଧିକ ପଢନ୍ତୁ

ପାକିସ୍ତାନୀ ହିନିଟ୍ରାପରେ ଜଣେ ସେନା ଯବାନ ସମେତ 6: ଧରିଲା ରାଜସ୍ଥାନ ପୋଲିସ

author img

By

Published : Aug 8, 2022, 9:58 PM IST

ଜୟପୁର: ସ୍ବାଧୀନତା ଦିବସ ପୂର୍ବରୁ ପାକିସ୍ତାନର ବଡ ଷଡଯନ୍ତ୍ରର ଖୁଲାସା କରିଛି ଭାରତୀୟ ସେନାର ଗୁଇନ୍ଦା ବିଭାଗ ଓ ରାଜସ୍ଥାନ ପୋଲିସ । ହନିଟ୍ରାପରେ ଫସି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଓ ପାକ ସେନାକୁ ଭାରତୀୟ ସେନା ଓ ସୁରକ୍ଷା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବା ଅଭିଯୋଗରେ 6 ଜଣଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ । ଏଥିରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଛୁଟିରେ ଥିବା ଜଣେ ଭାରତୀୟ ସେନାର ଯବାନ ମଧ୍ୟ ରହିଛନ୍ତି । ଏନେଇ ସୂଚନା ମିଳିବା ପରେ ସେନା ଓ ରାଜସ୍ଥାନ ପୋଲିସର ଗୁଇନ୍ଦା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଛି ।

ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସେନା ଯବାନଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ସାଧାରଣ ନାଗରିକ ରହିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ଏମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ର ଜଣେ ମହିଳା ଏଜେଣ୍ଟଙ୍କ ଦ୍ବାରା ହିନିଟ୍ରାପର ଶିକାର ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ସେମାନଙ୍କ ଫୋନ ଓ ଅନ୍ୟ ବ୍ୟବହୃତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଯାଞ୍ଚ କରି କିଛି ତଥ୍ୟ ଏକାଠିି କରିବା ପାଇଁ ଚେଷ୍ଟା କରୁଛି ପୋଲିସ ଓ ସାଇବର ଟିମ । ଏମାନେ କିପରି କେବେ ଠାରୁ ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ଓ କ’ଣ ସବୁ ତଥ୍ୟ ପାକିସ୍ତାନକୁ ପ୍ରଦାନ କରିଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.