ଭୁବନେଶ୍ବର: ଘଣ୍ଟା ପ୍ରତି 16 କିଲୋମିଟର ବେଗରେ ମାଡି ଆସୁଛି । ଭଦ୍ରକରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାଲେଶ୍ବରରେ ମଧ୍ୟ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବାର ରହିଛି ଆଶଙ୍କା । ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଳାଇଥିବାବେଳେ ଡିଆରଡିଓ ମଧ୍ୟ ନେଇଛି ସତର୍କତାମୂଳକ ପଦକ୍ଷେପ ।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଇଣ୍ଟିଗ୍ରେଟେଡ ଟେଷ୍ଟିଙ୍ଗ୍ ରେଞ୍ଜ ଚାନ୍ଦିପୁର ଓ ଅବଦୁଲ କଲାମ ଦ୍ବୀପର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଇଛି । ବାତ୍ୟା ଯୋଗୁଁ ଏହି ଉଭୟ ସ୍ଥାନରେ ପ୍ରବଳ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ।
ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକଙ୍କ ସୂଚନା ଅନୁଯାଯୀ, ବାତ୍ୟା ଧାମରା ଓ ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡ୍ଫଲ କରିବା ନେଇ ଅନୁମାନ କରାଯାଉଛି ।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ତଥା ଡିଆରଡିଓର ଚାନ୍ଦିପୁରରେ ତିନୋଟି କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡ୍ ରହିଥିବାବେଳେ ଏବଂ ଅବଦୁଲ କଲାମ ଦ୍ବୀପରେ ଗୋଟିଏ ଲଞ୍ଚ କମ୍ପ୍ଲେକ୍ସ ଅଛି ।
ସମସ୍ତ ଲଙ୍ଗ୍ ରେଞ୍ଜ ମିସାଇଲ ପରୀକ୍ଷଣ ନେଇ ଏହାର ରଣନୀତିକ ସ୍ଥାନ ପାଇଁ ଜଣାଶୁଣା ଏହି ଦ୍ବୀପ, ITRଠାରୁ 110 କିଲୋମିଟର ଦୂରରେ ରହିଛି । ଏହା ବାତ୍ୟା ଯୋଗୁଁ ପ୍ରଭାବିତ ହେବାର ଅଧିକ ଆଶଙ୍କା ରହିଛି । ଅନ୍ୟପକ୍ଷେ କଣ୍ଟ୍ରୋଲ୍ ରୁମ୍ ଏବଂ ବ୍ଲକ ହାଉସ 400 କିଲୋମିଟର ପର୍ଯ୍ୟନ୍ତ ପବନର ବେଗକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଛି ବୋଲି କୁହାଯାଇଛି ।