ETV Bharat / bharat

ଜାତି ଲୁଚାଇ ଯୁବତୀଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ, ଥାନା ବାବୁଙ୍କୁ ବାନ୍ଧିଲା ପୋଲିସ - ଉତ୍ତର ପ୍ରଦେଶର ଜାତି ଲୁଚାଇ ପୋଲିସ ବାବୁ ରଖିଲେ ପ୍ରେମ ସମ୍ପର୍କ

ଜାତି ଲୁଚାଇବା ସହ ବିବାହ ପ୍ରଲୋଭନ ଦେଖାଇ ୩ ବର୍ଷ ଧରି ଯୁବତୀଙ୍କୁ ଶାରୀରିକ ଶୋଷଣ କଲେ ଥାନା ବାବୁ । ଘଟଣା ପଦାକୁ ଆସିବା ପରେ ଥାନା ବାବୁ ଗିରଫ ହୋଇଛନ୍ତି ।

ଜାତି ଲୁଚାଇ ଯୁବତୀଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ, ଥାନା ବାବୁଙ୍କୁ ବାନ୍ଧିଲା ପୋଲିସ

author img

By

Published : Jul 14, 2022, 10:48 PM IST

ଲକ୍ଷ୍ନୌ: ଜାତି ଲୁଚାଇବା ସହ ବିବାହ ପ୍ରଲୋଭନ ଦେଖାଇ ୩ ବର୍ଷ ଧରି ଯୁବତୀଙ୍କୁ ଶାରୀରିକ ଶୋଷଣ କଲେ ଥାନା ବାବୁ । ଘଟଣା ପଦାକୁ ଆସିବା ପରେ ଥାନା ବାବୁ ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶ ଗୋଣ୍ଡାରେ ଘଟିଥିବା ଏହି ଘଟଣାକୁ ଲବ୍‌ଜହାଦର ନାମ ଦିଆଯାଉଛି । ଗୁରୁବାର ଅଭିଯୁକ୍ତକୁ କୋର୍ଟ ନେବାବେଳେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ।

ଗୋଣ୍ଡା ଜିଲ୍ଲାର କୋଟବାଲୀ ନଗର ଥାନାରେ ଇନ୍‌ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲା ବସି ଖାନ୍‌ । ରିଙ୍କୁ ଶୁକ୍ଲା ଭାବରେ ଛଦ୍ମ ନାମ ନେଇ ସେ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଏହାକୁ ନେଇ ଅଭିଯୁକ୍ତଙ୍କ ପରିବାର ଲୋକେ ଜାଣିବା ପରେ ସେ ଯୁବତୀଙ୍କୁ ବିବାହ କରିବାକୁ ସଫାସଫା ମନା କରି ଦେଇଥିଲା । ଏହାପରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡ଼ିତା ।

ପୋଲିସ ନିକଟରେ ଏହି ଅଭିଯୋଗ ହେବା କ୍ଷଣି ବସି ଖାନ୍‌କୁ ନିଲମ୍ବିତ କରାଯାଇଥିଲା । ତା ବିରୁଦ୍ଧରେ ଧର୍ମ ପରିବର୍ତ୍ତନ କରିବା, ଯୁବତୀଙ୍କୁ ଶୋଷଣ କରିବା ଭଳି ଦଫା ଲଗାଇଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଯୁବତୀଙ୍କୁ ଫସାଇବା ପାଇଁ ଅଭିଯୁକ୍ତ ନିଜ ଧର୍ମ ଲୁଚାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.