ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲଙ୍କ(Maharashtra cabinet minister Chandrakant Patil) ମୁହଁରେ କାଳି ଫିଙ୍ଗିଲେ ଯୁବକ । ବାବା ସାହେବ ଅମ୍ବେଦକର ଓ ମହାତ୍ମା ଜ୍ୟୋତିବା ପୁଲେଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ (Remark on Dr BR Ambedkar and Mahatma Jyotiba Phule) ଦେଇଥିବାରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଗତକାଲି(ଶନିବାର) ଦିନ ପିମ୍ପ୍ରିରେ ଯୁବର ଜଣକ ମନ୍ତ୍ରୀଙ୍କ ମୁହଁକୁ କାଳି ଫିଙ୍ଗି ଦେଇଥିଲେ । ତେବେ ସେହି ବର୍ତ୍ତମାନ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
-
Maharashtra | Pimpri Chinchwad Police has suspended its seven police constables and three officers, in connection with the incident where ink was thrown at Maharashtra cabinet minister Chandrakant Patil yesterday.
— ANI (@ANI) December 11, 2022 " class="align-text-top noRightClick twitterSection" data="
">Maharashtra | Pimpri Chinchwad Police has suspended its seven police constables and three officers, in connection with the incident where ink was thrown at Maharashtra cabinet minister Chandrakant Patil yesterday.
— ANI (@ANI) December 11, 2022Maharashtra | Pimpri Chinchwad Police has suspended its seven police constables and three officers, in connection with the incident where ink was thrown at Maharashtra cabinet minister Chandrakant Patil yesterday.
— ANI (@ANI) December 11, 2022
ଚିଞ୍ଚୱାଡରେ ଏକ କୋଠାରୁ ନୀଳ ଡ୍ରେସ ପିନ୍ଧିଥିବା ଏକ ଯୁବକ ବାହାରି ଚନ୍ଦ୍ରକାନ୍ତ ପାଟିଲଙ୍କ ଆଡକୁ ଯାଉଛନ୍ତି । ଏହାପରେ ଉକ୍ତ ବ୍ୟକ୍ତି ଜଣକ ପାଟିଲଙ୍କ ମୁହଁକୁ କାଳି ଫିଙ୍ଗିଦେଇଥିବା ନେଇ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି । ଏହାପରେ ପାଟିଲଙ୍କ ସହ ରହିଥିବା ସୁରକ୍ଷାକର୍ମୀ ଉକ୍ତ ଯୁବକଙ୍କୁ କାବୁ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଦାଦାବଟି ପାଇଁ ପୁରୀରେ ବଢୁଛି ଦାଦାଗିରି, କେତେ ସୁରକ୍ଷିତ ପର୍ଯ୍ୟଟକ ?
ସୂଚନାଅନୁସାରେ, ଗୁରୁବାର ଦିନ ଔରଙ୍ଗାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ବାବା ସାହେବ ଅମ୍ବେଦକର ଓ ମହାତ୍ମା ଜ୍ୟୋତିବା ପୁଲେଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ‘‘ସ୍କୁଲ ଖୋଲିବା ପାଇଁ ବାବା ସାହେବ ଆମ୍ବେଦକର ଓ ମହାତ୍ମା ଜ୍ୟୋତିବା ଫୁଲେ ଲୋକମାନଙ୍କ ପାଖକୁ ଯାଇ ଭିକ୍ଷା ମାଗିଥିଲେ ।’’ ଏଭଳି ମନ୍ତବ୍ୟ ଦେବାର ଦିନକ ପରେ ଯୁବକ ଜଣକ ମନ୍ତ୍ରୀଙ୍କ ମୁହଁକୁ କାଳି ଫିଙ୍ଗିଥିଲେ ।
ତେବେ ଏଭଳି ଘଟଣା ଘଟିବା ପରେ ପାଲଟା ଜବାବ ଦେଇ ଚନ୍ଦ୍ରକାନ୍ତ ପଟିଲ କହିଛନ୍ତି," ମୁଁ ଜଣେ ଯୋଦ୍ଧା । କିନ୍ତୁ ମୁଁ ଏଭଳି ଭୀରୁ କାର୍ଯ୍ୟକଳାପକୁ ଭୟ କରେ ନାହିଁ । ବର୍ତ୍ତମାନ ମୁଁ ଆଖିରେ ଔଷଧ ପକାଇ ଭଲ ଅଛି ।"
ଅନ୍ୟପଟେ ଏହି ଘଟଣାକୁ ନେଇ ଚନ୍ଦ୍ରକାନ୍ତ ପାଟିଲ ଏନସିପି ଏବଂ ଶିବସେନା ନେତା ଅଜିତ ପୱାର୍, ଶରଦ ପାୱାର ଓ ଉଦ୍ଧବ ଠାକ୍ରେଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସ୍ପଷ୍ଟ ଭାବେ କୁହନ୍ତୁ, ଏଇଟା କଣ ଭୁଲ କାମ ନୁହେଁ ?
ତେବେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ କାଳି ଫିଙ୍ଗିବା ଘଟଣାରେ ୭ଜଣ ପୋଲିସ କନଷ୍ଟେବଲ ଏବଂ ୩ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।
ଏମିତି କହିଥିଲେ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ
ସୂଚନାଅନୁସାରେ, ସାର୍ଟିଫିକେଟ୍ ବଣ୍ଟନ କରିବା ଲାଗି ଦେବଗିରି ଜିଲ୍ଲାର ପୈଠାନ୍ସ୍ଥିତ ଏକ ବିଶ୍ବବିଦ୍ୟାଳୟକୁ ଯାଇଥିଲି ମନ୍ତ୍ରୀ । ସ୍କୁଲକୁ ୧୨ କୋଟି ଟଙ୍କା ଦିଆଯାଇଥିଲେ ସୁଦ୍ଧା ସେମାନେ ୨୩ କୋଟି ଟଙ୍କା ମାଗୁଥିଲେ । ସେମାନଙ୍କ ଦାବି ଅନୁମୋଦନ କରିସାରିବା ପରେ ମନ୍ତ୍ରୀ କହିଥିଲେ, ସରକାର ତ ନିଶ୍ଚୟ ଦେବେ । କିନ୍ତୁ ଆପଣମାନେ ଅନ୍ୟ ସୂତ୍ରରୁ ବି ପାଣ୍ଠି ଯୋଗାଡ଼ କରନ୍ତୁ । ମହାରାଷ୍ଟ୍ରରେ ବାବାସାହେବ ଆମ୍ବେଦକର, ମହାତ୍ମା ଫୁଲେ ଏବଂ ମହର୍ଷି କାର୍ବେ ସ୍କୁଲ୍ ବସାଇଥିଲେ । ସେମାନ ସରକାରୀ ସହାୟତାକୁ ନଚାହିଁ ଭିକ୍ଷାବୃତ୍ତି କରି ସ୍କୁଲ ସ୍ଥାପନ କରିଥିଲେ ।