ETV Bharat / bharat

ଦେଶର ଏମିତି ଗାଁ ଯେଉଁଠି ଲୁଣ ଖାଇବା ମହଙ୍ଗା, ଦାମ ଶୁଣିଲେ ଉଡିଯିବ ହୋସ୍ - ଭାରତ-ଚୀନ୍ ସୀମା

ଭାରତରେ ଏମିତି ଗାଁ ରହିଛି ଯେଉଁଠି ଏବେ ଅତ୍ୟାବଶ୍ୟକ ଜିନିଷ ଗୁଡିକର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଲୁଣ ଦରକୁ ଦେଖି ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇବାକୁ ଭୁଲି ଯାଉଛନ୍ତି ଖାଉଟି । ଅଧିକ ପଢନ୍ତୁ:

ଦେଶର ଏମିତି ଗାଁ, ଲୁଣ ଦାମ୍ ୧୩୦ ଟଙ୍କା
ଦେଶର ଏମିତି ଗାଁ, ଲୁଣ ଦାମ୍ ୧୩୦ ଟଙ୍କା
author img

By

Published : Oct 2, 2021, 2:14 PM IST

ଡେରାଡୁନ: ଭାରତ-ଚୀନ୍ ସୀମାରେ ରହିଛି ଏମିତି ଗାଁ ଯେଉଁଠି ଲୁଣ ଖାଇବା ଏବେ ମହଙ୍ଗା ହୋଇଛି । ଉତ୍ତରାଖଣ୍ଡ ପିଥୋରଗଡ ଜିଲ୍ଲାର ଅନେକ ହିମାଳୟ ଗାଁ ଗୁଡିକରେ ଏବେ ଅତ୍ୟାବଶ୍ୟକ ଜିନିଷ ମୂଲ୍ୟ ଆକାଶଛୁଆଁ ହୋଇଛି । ପୂର୍ବରୁ ଲୁଣ ଦର ୨୦ ଟଙ୍କା ଥିବା ବେଳେ ଏବେ କିଲୋ ପ୍ରତି ୧୩୦ ଟଙ୍କାରେ ବିକ୍ରି ହେଉଛି । ଏଥି ସହ ସୋରିଷ ତେଲ ୨୭୫ରୁ ୩୦୦ ଟଙ୍କା, ଚାଉଳ କିଲୋ ପ୍ରତି ୧୫୦ ଟଙ୍କା , ପିଆଜ କିଲୋ ପ୍ରତି ୧୨୫ ଟଙ୍କା ଓ ଡାଲି କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ ।

ଦେଶର ଏମିତି ଗାଁ, ଲୁଣ ଦାମ୍ ୧୩୦ ଟଙ୍କା
ଦେଶର ଏମିତି ଗାଁ, ଲୁଣ ଦାମ୍ ୧୩୦ ଟଙ୍କା

ହିମାଳୟ ଅଞ୍ଚଳର ବୁର୍ଫୁ, ଲାସପା, ରାଲମ, ଲିଲମ ଓ ଦଶହରା ଗାଁରେ ଏହି ସବୁ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ପାଇଛି । ଏହି ଅଞ୍ଚଳ ଗୁଡିକୁ ସଂଯୋଗ କରିଥିବା ରାସ୍ତା ବନ୍ଦଥିବାରୁ ଅତ୍ୟାବଶ୍ୟକ ଜିନିଷ ଗୁଡିକର ମୂଲ୍ୟ ବୃଦ୍ଧି ପାଇଛି । ସେହିପରି ଉପର ହିମାଳୟରେ ରାସ୍ତା ବନ୍ଦ ଥିବାରୁ ମୁନସିଆରି, ଦାରମା ଓ ଧାରଚୁଲାର ବ୍ୟାସ ଭ୍ୟାଲିରେ ପହଞ୍ଚି ପାରୁନି ଅତ୍ୟାବଶ୍ୟକ ସାମଗ୍ରୀ ।

ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସ୍ଥାନୀୟ ବିଧାୟକ ହରିଶ ଧାମି ଉଚ୍ଚ ହିମାଳୟ ଅଞ୍ଚଳରେ ଅବସ୍ଥିତ ଗାଁ ଗୁଡିକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହା ସହ କଳାବଜାରୀ ରୋକିବାକୁ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ଯଦି ଏଭଳି ପରିସ୍ଥିତିରେ ସରକାର ଆବଶ୍ୟକୀୟ ସାମଗ୍ରୀ ନ ଯୋଗାନ୍ତି ତେବେ ଅବସ୍ଥା ଆହୁରି ଖରାପ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହି ଅଞ୍ଚଳବାସୀ କୃଷି ଓ ପଶୁପାଳନ ପାଇଁ ସାଧାରଣତଃ ୬ ମାସ ହିମାଳୟର ଉପରିଭାଗରେ ରହୁଥିବାବେଳେ ତୁଷାରପାତ ସମୟରେ ତଳ ଅଞ୍ଚଳରେ ରହିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.