ETV Bharat / bharat

34 କୋଟି ଟିକା ଦେଇ ବିଶ୍ବରେ ସର୍ବାଧିକ ଟୀକାକରଣ କରିଛି ଭାରତ - 34 crore vaccination in india

ଦେଶର 71 ଟି ଜିଲ୍ଲାରେ 10 ପ୍ରତିଶତରୁ ଅଧିକ କୋରୋନା ପଜିଟିଭ ସଂଖ୍ୟା ରହିଛି । ବିଶ୍ବରେ ସର୍ବାଧିକ ଟୀକାକରଣ କରି ଭାରତ ପ୍ରଥମରେ ରହିଛି । ଅଧିକ ପଢନ୍ତୁ...

vaccinations in the world  34 crore
ହ୍ରାସ ପାଉଛି ସଂକ୍ରମଣ, ଭାରତରେ ବିଶ୍ବର ସର୍ବାଧିକ 34 କୋଟି ଟୀକାକରଣ
author img

By

Published : Jul 2, 2021, 7:37 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦେଶରେ କୋରୋନା ଦ୍ବିତୀୟ ଲହରୀର ସର୍ବାଧିକ ସଂକ୍ରମଣକାରୀ ଚିହ୍ନଟ ହୋଇଥିଲେ । ଏହା ପରେ ଦେଶରେ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ମୋଟ 34 କୋଟି ଟିକା ଦେଇ ବିଶ୍ବରେ ସର୍ବାଧିକ ଟୀକାକରଣ କରିଛି ଭାରତ ।

ଦେଶର କୋରୋନା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସାରା ଦେଶକୁ ଦୋହଲାଇ ଦେଇଛି । ଏହାକୁ ନଜରରେ ରଖି ଦେଶରେ ଟୀକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଦେଶରେ 4 ଟି ଟୀକାକୁ ଅନୁମତି ଦେଇଛନ୍ତି ସରକାର । ଆଜି ପର୍ଯ୍ୟନ୍ତ ଦେଶରେ ମୋଟ 34 କୋଟି ଭ୍ୟାକ୍ସିନ ଲୋକଙ୍କୁ ଦିଆଯାଇଛି ଯାହା ସାରା ବିଶ୍ବରେ ସର୍ବାଧିକ । ଭାରତ ପଛକୁ ଆମେରିକା 32.8 କୋଟି ଟୀକାକରଣ କରିଥିବାବେଳେ ଇଂଲଣ୍ଡରେ 7.79 କୋଟି ଡୋଜ ଭ୍ୟାକ୍ସିନ ପ୍ରଦାନ କରାଯାଇଛି ।

ସେହିପରି ଆଜି ଦେଶର ଅଧିକ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହେଉଥିବା ରାଜ୍ୟ ଗୁଡିକରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଗସ୍ତ କରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଲୋଚନା କରି ସଂକ୍ରମଣ ରୋକିବା ନେଇ ପଦକ୍ଷେପ ଗ୍ରହଣ କରିବେ । ଦେଶର 10 ଟି ରାଜ୍ୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଗସ୍ତ କରିବ ।

ଦେଶର 71 ଟି ଜିଲ୍ଲାରେ 10 ପ୍ରତିଶତରୁ ଅଧିକ କୋରୋନା ପଜିଟିଭ ସଂଖ୍ୟା ରହିଛି । ଏହା ସହ ଗତ ସପ୍ତାହ ତୁଳନାରେ ଦେଶରେ କୋରୋନା ସଂକ୍ରମଣ 13% ହ୍ରାସ ଘଟିଛି । ଦେଶରେ ଦୈନିକ 46,000 ମାମଲା ସାମନାକୁ ଆସୁଛି । ସାରା ଦେଶରେ ବର୍ତମାନ ଟୀକାକରଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଇ ଲୋକଙ୍କୁ ସଚେତନ କରିବା ସହ ଟିକା କାର୍ଯ୍ୟକ୍ରମ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.