ଲକ୍ଷ୍ନୌ: ବଞ୍ଚିବା ପାଇଁ ସଘଂର୍ଷ କରୁଛି ଚାରିମାସର ଶିଶୁ । ଦୁନିଆ କଣ ବୁଝିବା ଆଗରୁ ବଞ୍ଚିବା ପାଇଁ ଲଢେଇ କରୁଛି ଭୟଙ୍କର ରୋଗ ସହିତ । ଏ ଘଟଣା ହେଉଛି ଉତ୍ତରପ୍ରଦେଶର ଦେବରିଆ ଅଞ୍ଚଳରେ ଚାରିମାସର ଶିଶୁ କାବିର । କବି ମେରୁଦଣ୍ଡ ମାଂସପେଶୀ ଜନିତ ଏକ ରୋଗରେ ପୀଡିତ ହୋଇଛି । ଯାହାର ଚିକିତ୍ସା ଭାରତରେ ସମ୍ଭବ ନୁହେଁ । ଏ ନେଇ କବିର ପିତାମାତା ସରକାରଙ୍କ ସହାୟତା ଲୋଡିଛନ୍ତି ।
କବି ଜନ୍ମ ହେଲା ପରେ ତାର ଶରୀରରେ କୌଣସି ପରିବର୍ତ୍ତନ ଦେଖାଯାଇନଥିଲା । ଏହା ପରେ କବିର ବାପାମାଆ ତାକୁ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ ପରାର୍ମଶ ଦେଇଥିଲେ । ଏହା ପରେ କବିର ବାପା ମୋହିତ କବିକୁ ଦିଲ୍ଲୀର ସର ଗଙ୍ଗା ଡାକ୍ତରଖାନା ନେଇଥିଲେ । ସେଠାରେ କବି ମେରୁଦଣ୍ଡ ମାଂସପେଶୀ ଜନିତ ରୋଗରେ ପୀଡିତ ବୋଲି ଜାଣିବାକୁ ପାଇଥିଲେ । ଏହି ରୋଗ ପାଇଁ ଭାରତରେ କୌଣସି ସୁବିଧା ନାହିଁ । ଆମେରିକାରେ ଏହି ରୋଗର ଇନଜେକ୍ସନ ଅଛି ଯାହାର ମୂଲ୍ୟ 22 କୋଟି ଟଙ୍କା ବୋଲି କହିଛନ୍ତି ଡାକ୍ତର । ଏହା ଶୁଣି କବିର ବାପାମାଆଙ୍କ ପାଦ ତଳୁ ଯେପରି ମାଟି ଖସିଗଲା ।
ଏ ପଟେ କବିକୁ ଯଦି ଦୁଇବର୍ଷ ଭିତରେ ଟିକା ନ ଦିଆଯାଏ ତେବେ ତାର କିଛି ବି ହୋଇପାରେ ବୋଲି କହିଛନ୍ତି ଡାକ୍ତର । ଏତେ ଟଙ୍କା ଦେଇ ପୁଅର ଚିକିତ୍ସା କରାଇବା ମୋହନଙ୍କ ପକ୍ଷେ ସମ୍ଭବ ନୁହେଁ । ପୁଅର ଚିକିତ୍ସା ପାଇଁ ପରିବାର ଲୋକ ଧର୍ଯ୍ୟର ସହିତ ସୋସିଆଲ ମିଡିଆରେ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାହାଯ୍ୟ ମାଗିଛନ୍ତି ।
ସୂଚନାଅନୁସାରେ, ମେରୁଦଣ୍ଡ ମାଂସପେଶୀ ଜନିତ ଏହି ରୋଗ ଏକ ଭୟଙ୍କର ରୋଗ । ଏହି ରୋଗରେ ପୀଡିତ ହେଲେ ଶରୀରର ମାଂସପେଶୀ ଦୁର୍ବଳ ହୋଇଯାଏ । ଶରୀରରୁ ଜଳାଶଂ କମିଯାଏ । ଧିରେ ଧିରେ ଶରୀର ଦୁର୍ବଳ ହୋଇଯାଏ । ନିଶ୍ବାସ ନେବାରେ କଷ୍ଟ ହୋଇଥାଏ । ଯେତେବେଳେ ଏହି ରୋଗ ସଙ୍ଗୀନ ହୁଏ ସେତେବେଳ ଜୀବନ ପ୍ରତି ଅଧିକ ବିପଦ ଆସିଥାଏ ।
ବ୍ୟୁରୋ ରିିପୋର୍ଟ, ଇଟିିଭି ଭାରତ