ETV Bharat / bharat

ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ-1ରୁ ପୁଣି ଉଡିବ ଇଣ୍ଡିଗୋ - ଇଣ୍ଡିଗୋ ଉଡାଣ ଆରମ୍ଭ

ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନବନ୍ଦରର 1 ନମ୍ବର ଟର୍ମିନାଲରୁ ପୁନଃ ଉଡାଣ ଆରମ୍ଭ କରିବ ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ...

ମୁମ୍ବାଇ ବିମାନ ବନ୍ଦରର ଟର୍ମିନାଲ-1 ରୁ ପୁଣି ଉଡିବ ଇଣ୍ଡିଗୋ

author img

By

Published : Feb 27, 2021, 9:22 PM IST

ମୁମ୍ବାଇ: ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନବନ୍ଦରର 1 ନମ୍ବର ଟର୍ମିନାଲରୁ ପୁଣି ଘରୋଇ ଉଡାଣ ଆରମ୍ଭ କରିବ ଇଣ୍ଡିଗୋ ବିମାନ । ଶନିବାର ଏନେଇ ସୂଚନା ଦେଇଛନ୍ତି ଏୟାର ଲାଇନ କର୍ତ୍ତୃପକ୍ଷ । କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସବସେଟ୍ ସିରିଜର 6E-5500 ଓ 6E-5900 ମୁମ୍ବାଇ ବିମାନ ବନ୍ଦରର ଟର୍ମିନାଲ୍ -1 ରୁ ମାର୍ଚ୍ଚ 10 ତାରିଖରୁ ଉଡାଣ ଆରମ୍ଭ କରିବାକୁ ଯାଉଛି । ସେହିପରି ଏୟାର ଲାଇନର 5000-ସିରିଜ୍ ସମେତ ଅନ୍ୟ ସମସ୍ତ ବିମାନ ଟର୍ମିନାଲ୍ 2 ରୁ କାର୍ଯ୍ୟ ଜାରି ରଖିବ । ଏନେଇ ଏୟାରଲାଇନ୍ସ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି ।

ମାର୍ଚ୍ଚ 10 ମଧ୍ୟରାତ୍ରିରୁ ଗୋଆର୍, ଷ୍ଟାର୍ ଏୟାର, ଏୟାର ଏସିଆ ଏବଂ ଟ୍ରୁଜେଟ୍ ବିମାନ ବନ୍ଦରର ଟର୍ମିନାଲ୍ 1 ରୁ ପୂର୍ବଭଳି ନିଜର କାର୍ଯ୍ୟ ଆରମ୍ଭ କରୁବାକୁ ଯାଉଛନ୍ତି । ଏବଂ ଇଣ୍ଡିଗୋ କ୍ଷେତ୍ରରେ ଏହାର ଅଧିକାଂଶ ବିମାନ କାର୍ଯ୍ୟ ଟର୍ମିନାଲ୍ 2 ରୁ ପରିଚାଳିତ ହେବ, କିନ୍ତୁ ବେସ୍ ଫ୍ଲାଇଟ ଟର୍ମିନାଲ 2 ରୁ ଉଡାଣ କରିବା ନେଇ ଛତ୍ରପତି ଶିବାଜୀ ଏୟାର ପୋର୍ଟ ଅଥରିଟି ପକ୍ଷରୁ ସୂଚନା ରହିଛି । ମୁମ୍ବାଇ ବିମାନବନ୍ଦରରେ ଦୁଇଟି ଟର୍ମିନାଲ୍ ଅଛି । ଟର୍ମିନାଲ-1 ଘରୋଇ ଯାତ୍ରୀଙ୍କୁ ସେବା ଯୋଗାଇ ଥାଏ । ସେହିପରି ଟର୍ମିନାଲ୍ -2 ରେ କିଛି ବିମାନର ଘରୋଇ ସେବା ବ୍ୟତୀତ ଆନ୍ତର୍ଜାତୀୟ ସେବା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।

ଇଣ୍ଡିଗୋ ନିଜ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟରେ ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତନ ବିଷୟରେ ଅବଗତ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଇଣ୍ଡିଗୋ ସମସ୍ତ ବିସ୍ତୃତ ଯାତ୍ରୀ ଏବଂ ସେମାନଙ୍କ ସମ୍ପୃକ୍ତ ଟ୍ରାଭେଲ ଏଜେଣ୍ଟମାନଙ୍କ ନିକଟରେ ଏସଏମଏସ, କଲ ଏବଂ ସଂରକ୍ଷଣ ବିବରଣୀ ଇମେଲ ମାଧ୍ୟମରେ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରିଥିବା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.