ETV Bharat / bharat

ପରଲୋକରେ ସ୍ବାଧୀନ ଭାରତର ପ୍ରଥମ ଭୋଟର

author img

By

Published : Nov 5, 2022, 8:31 AM IST

Updated : Nov 5, 2022, 9:45 AM IST

ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ । ଭାରତ ସ୍ବାଧୀନ ହେବା ପରେ ୧୯୫୧ ମସିହାରେ ସେ ପ୍ରଥମ ଭୋଟ ଦେଇଥିଲେ । ଅଧିକ ପଢନ୍ତୁ

Indias first voter Shyam Saran Negi passes away
ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ

ଶିମଲା: ଆଉ ନାହାଁନ୍ତି ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗି (Country's first voter Shyam Saran Negi passes away) । ଭୋଟ ଦେବାର ୨ ଦିନ ପରେ ୧୦୫ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି । ଆଜି ସକାଳ ପାଖାପାଖି ୩ଟା ସମୟରେ ନେଗିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆସନ୍ତା ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କିନ୍ନୌର ନିବାସୀ ଶ୍ୟାମ ସରନ ନେଗି ଗତ ୨ ତାରିଖରେ ପୋଷ୍ଟାଲ ବାଲଟରେ ନିଜର ମତଦାନ କରିଥିଲେ । ନିଜ ଜୀବନ କାଳ ମଧ୍ୟରେ ସେ ମୋଟ ୩୪ ଥର ଭୋଟ ଦେଇଛନ୍ତି ।

ସୂଚନା ମୁତାବକ, ୧୯୧୭ ମସିହା ଜୁଲାଇ ୧ ତାରିଖରେ ହିମାଚଳ ପ୍ରଦେଶ କିନ୍ନୌର ଠାରେ ଶ୍ୟାମ ସରନ ନେଗିଙ୍କ ଜନ୍ମ । ୧୯୫୧ ମସିହାରେ ନେଗି ସ୍ବାଧୀନ ଭାରତରେ ପ୍ରଥମ ଭୋଟ ଦେଇଥିଲେ । ୧୯୪୭ ମସିହାରେ ଭାରତ ସ୍ବାଧୀନତା ପାଇବା ୧୯୫୨ ଫେବୃୟାରୀରେ ପ୍ରଥମ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ କିନ୍ନୌରରେ ପ୍ରବଳ ବରଫପାତ ଯୋଗୁଁ ଏଠାରେ ୫ ମାସ ଆଗରୁ ୧୯୫୧ ଅକ୍ଟୋବର ୨୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେତେବେଳେ ନେଗି କିନ୍ନୌରର ମୋରାଙ୍ଗ ସ୍କୁଲରେ ଶିକ୍ଷକତା କରୁଥିଲେ ଏବଂ ନିର୍ବାଚନରେ ​​ଡ୍ୟୁଟିରେ ଥିଲେ । ସେ ଭୋଟ୍ ଦେବାକୁ ବହୁତ ଉତ୍ସାହିତ ଥିଲେ । ଏଣୁ ସେ ସକାଳେ ଭୋଟ ଦେଇ ଡ୍ୟୁଟିରେ ଯିବାକୁ ଅନୁମତି ମାଗିଥିଲେ ।

ନେଗି ସେଠାରେ ପହଞ୍ଚିବା ପରେ ଶୀଘ୍ର ମତଦାନ ପାଇଁ ଅନୁରୋଧ କରିଥିଲେ । ମତଦାନ ହେବା ମାତ୍ରେ ଏକ ଇତିହାସ ସୃଷ୍ଟି ହୋଇଥିଲା ଏବଂ ଶିକ୍ଷକ ଶ୍ୟାମ ସରନ ନେଗି ସ୍ବାଧୀନ ଭାରତର ପ୍ରଥମ ଭୋଟର ହୋଇଥିଲେ । ତେବେ ଆସନ୍ତା ହିମାଚଳ ବିଧାନସଭା ନିର୍ବାଚନରେ ଦେଶର ଏହି ପ୍ରଥମ ଭୋଟର ମତଦାନ କେନ୍ଦ୍ରକୁ ଯାଇ ମତସାବ୍ୟସ୍ତ କରିବାକୁ ଆଗ୍ରହୀ ଥିଲେ । ହେଲେ ଖରାପ ସ୍ବାସ୍ଥ୍ୟବସ୍ଥା କାରଣରୁ ପୋଷ୍ଟାଲ ବାଲଟରେ ତାଙ୍କର ମତଦାନ ବ୍ୟବସ୍ଥା କରାଯାଇଥିଲା । ଶେଷରେ ୧୦୫ ବର୍ଷ ବୟସରେ ନେଗି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସମ୍ମାନର ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ।

Last Updated : Nov 5, 2022, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.