ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ବିରୋଧୀ ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏବେ ଦେଶରେ ଟୀକାକରଣ 63 କୋଟି ଅତିକ୍ରମ କରିଛି । ଏହାରି ମଧ୍ୟରେ ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଏପର୍ଯ୍ୟନ୍ତ ଦେଶରେ 63 କୋଟି 67 ହଜାର 629ଟି ଡୋଜ ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ସେପଟେ, ଶନିବାର ଦିନ 65 ଲକ୍ଷ 39 ହଜାର 745ଟି ଡୋଜ ଶନିବାର ଦିନ ଦିଆଯାଇଛି । ଏନେଇ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ଏକ ରିପୋର୍ଟ ପ୍ରକାଶ ପାଇଛି । ଆଜି ସୁଦ୍ଧା, 48.53 କୋଟିରୁ ଅଧିକ ଲୋକଙ୍କୁ ଗୋଟିଏ ଡୋଜ ଟିକା ଦିଆଯାଇଥିବାବେଳେ 14.46 କୋଟିରୁ ଅଧିକ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି । ଶନିବାର ଦିନ 40.78 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ 24.61 ଲକ୍ଷରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।
@ANI