ETV Bharat / bharat

ଦେଶରେ କୋଟିଏ ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା

author img

By

Published : Dec 19, 2020, 10:03 AM IST

ଦେଶରେ ଧିରେ ଧିରେ ପଜିଟିଭଙ୍କ ସଂଖ୍ୟା କମୁଥିବାବେଳେ, ଗତ 24 ଘଣ୍ଟାର ରିପୋର୍ଟକୁ ମିଶାଇ 1 କୋଟି ଟପିଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଦେଶରେ କୋଟିଏ ପାର କଲା କୋରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଏକ କୋଟି ପାର କଲା କୋରୋନା ସଂକ୍ରମଣ ସଂଖ୍ୟା। ଅନ୍ୟପଟେ ଦେଢ ଲକ୍ଷ ମୁହାଁ କୋରୋନା ଜନିତ ମୃତ୍ୟୁ ସଂଖ୍ୟା। ହେଲେ ପୂର୍ବ ଅପେକ୍ଷା ଦେଶରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଏପରି ସମୟରେ ବ୍ରିଟେନ, ଋଷ, ବ୍ରାଜିଲ, ଜର୍ମାନୀ ସମେତ ଅନେକ ଦେଶରେ ଭାରତ ଠାରୁ ଅଧିକ ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଦେଶରେ ଗତ 24 ଘଣ୍ଟାରେ 25 ହଜାର 153ଟି ପଜିଟିଭ ରିପୋର୍ଟ ହୋଇଛି । 347 ଲୋକଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ 1 କୋଟି ସଂକ୍ରମଣ ସଂଖ୍ୟା ପାର ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା 1 ଲକ୍ଷ 45 ହଜାର 136ରେ ପହଞ୍ଚିଛି ।

ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 95 ଲକ୍ଷ 50 ହଜାର 712ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 3 ଲକ୍ଷ 08 ହଜାର 751 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.