ETV Bharat / bharat

Sudan Violence: ଭାରତ ସମେତ ୨୮ ଦେଶର ୩୮୮ ନାଗରିକଙ୍କୁ ଉଦ୍ଧାର କଲା ଫ୍ରାନ୍ସ

ସୁଦାନରେ ଫସି ରହିଥିବା ଭାରତୀୟ ସମତେ ୨୮ ଦେଶର ୩୮୮ ନାଗରିକଙ୍କୁ ଉଦ୍ଧାର କଲା ଫ୍ରାନ୍ସ । ଭାରତରେ ଫ୍ରାନ୍ସ ଦୂତାବାସ ଟ୍ବିକ ଯୋଗେ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Sudan Violence
ସୁଦାନ ହିଂସାକାଣ୍ଡ
author img

By

Published : Apr 24, 2023, 3:42 PM IST

ନୂଆଦିଲ୍ଲୀ: ଅଶାନ୍ତ ହେଉଛି ସୁଦାନ । ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଦେଖାଦେଇଥିବା ହିଂସାକାଣ୍ଡ ଯୋଗୁଁ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭାରତ ସମେତ ୨୮ ଦେଶର ୩୮୮ ଜଣଙ୍କୁ ଉଦ୍ଧାର କରାଯାଇଛି । ରବିବାର ରାତିରେ ଦୁଇଟି ସାମରିକ ବିମାନ ସୁଦାନରେ ପହଞ୍ଚି ପ୍ରବାସୀ ଭାରତୀୟଙ୍କ ସମେତ ୩୮୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ନୂଆଦିଲ୍ଲୀ ସ୍ଥିତ ଫ୍ରାନ୍ସ ଦୂତାବାସ ସୋମବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

  • #Sudan | "French evacuation operations are underway. Last night, two military flight rotations evacuated 388 people of 28 countries, including Indian nationals": Embassy of France in India pic.twitter.com/v1gUxZjgbj

    — ANI (@ANI) April 24, 2023 " class="align-text-top noRightClick twitterSection" data=" ">

ଫ୍ରାନ୍ସରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଭାରତରେ ଥିବା ଫ୍ରାନ୍ସ ଦୂତାବାସ ସୂଚନା ଦେଇଛନ୍ତି । ତେବେ ଫ୍ରାନ୍ସ ଦ୍ବାରା କେତେ ସଂଖ୍ୟାରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି, ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ରବିବାର ସାଉଦି ଆରବ ସୂଚନା ଦେଇ କହିଥିଲା ଯେ, ସୁଦାନରୁ 66 ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଯେଉଁଥିରେ କିଛି ଭାରତୀୟ ମଧ୍ୟ ରହିଛନ୍ତି । ପ୍ରକାଶ ଥାଉକି, ଗତ ୧୧ ଦିନ ଧରି ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ସୁଦାନରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ସଂଘର୍ଷରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଛି । ୩୫୦୦ରୁ ଅଧିକ ଆହତ ହୋଇଛନ୍ତି । ଦେଶରେ ଖାଦ୍ୟ, ପାନୀୟ ଓ ବିଜୁଳ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ପାଖାପାଖି 5 ମିଲିୟନ ଲୋକେ ଘରେ ଫସି ରହିଛନ୍ତି । ସୁଦାନରେ ବହୁସଂଖ୍ୟକ ଭାରତୀୟ ନାଗରିକ ମଧ୍ୟ ଫସିଛନ୍ତି । 3000 ହଜାରରୁ ଅଧିକ ଭାରତୀୟ ସେଠାରେ ଫସି ରହିଥିବା ସୂଚନା ମିଳିଛି ।

ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ଭାରତୀୟ ଦୂତାବାସ ଚିନ୍ତାପ୍ରକଟ କରିବା ସହ ନ୍ୟୁୟର୍କରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉଚ୍ଚସ୍ତରୀୟ ବୈଠକ କରି ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସୁଦାନ ସମୁଦ୍ର ସୀମାରେ ସି-୧୩୦ ଜେ ଯୁଦ୍ଧବିମାନ ସାଙ୍ଗକୁ ଜଳସେନା ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି । ଉଦ୍ଧାରକାର୍ଯ୍ୟ ଠିକ ଭାବେ କରିବା ପାଇଁ ସୁଦାନ ବୈଦେଶିକ ମନ୍ତ୍ରାଳୟ ସହ ଭାରତ ନିୟିମତ ଯୋଗାଯୋଗରେ ରହିଛି । ଭାରତ ଭଳି ଆମେରିକା, ବ୍ରିଟେନ, ଜର୍ମାନୀ, ଜାପାନ, ସ୍ପେନ୍‌ ଏବଂ ଦକ୍ଷିଣ କୋରିଆ ମଧ୍ୟ ନିଜ ସୁଦାନରେ ଫସିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବାକୁ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.