ETV Bharat / bharat

ସ୍ବଦେଶୀ ଟିକା ମହାମାରୀ ବିରୋଧରେ ପ୍ରଭାବ ପକାଇବ: ICMR

ବିଦେଶରେ ସୃଷ୍ଟି ହୋଇଥିବା କୋରୋନାର ନୂତନ ଷ୍ଟ୍ରେନ ବିରୋଧରେ ସ୍ବଦେଶୀ ଟିକା ପ୍ରଭାବ ପକାଇବ ବୋଲି ଆଇସିଏମଆର ମହାନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 19, 2021, 9:03 AM IST

Indian vaccines will effective against corona variants:  ICMR
ସ୍ବଦେଶୀ ଟିକା ମହାମାରୀ ବିରୋଧରେ ପ୍ରଭାବ ପକାଇବ ବୋଲି ପ୍ରମାଣିତ: ICMR

ଥିରୁଅନନ୍ତପୁରମ: ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ କୋରୋନା ମହାମାରୀର ନୂଆ ଷ୍ଟ୍ରେନ ବିରୋଧରେ ସ୍ବଦେଶୀ ଟିକା ପ୍ରଭାବ ପକାଇବ ବୋଲି କ୍ଲିନିକାଲ ଟ୍ରାଏଲରୁ ପ୍ରମାଣିତ ହୋଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ଗୁରୁବାର ସୂଚନା ଦେଇଛି ।

କେରଳରେ ଆୟୋଜିତ ହୋଇଥିବା 'କେରଳ ହେଲ୍‌ଥ: ମେକିଂ ଦି ଏସଡିଜି ଏ ରିୟାଲିଟି' ନାମକ ଏକ ଅନ୍ତର୍ଜାତୀୟ ୱେବିନାରକୁ ସମ୍ବୋଧିତ କରୁଥିବା ବେଳେ ICMRର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗଭା କହିଛନ୍ତି । ଏହି କାର୍ଯ୍ୟକ୍ରମ କରେଳ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ବେଳେ ଡକ୍ଟର ବଳରାମ ଉପସ୍ଥାପନା କରିଥିବା ବିଷୟବସ୍ତୁ 'ୟୁକେ ଷ୍ଟ୍ରେନ କୋଭାକ୍ସିନର ନିରପେକ୍ଷତା ସମ୍ଭାବନା' ସମ୍ପର୍କରେ କହିଥିଲେ ।

ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କ ଶରୀରରୁ ମହାମାରୀ ଏହି ନୂତନ ଷ୍ଟ୍ରେନର ନମୁନାକୁ ସଂଗ୍ରହ କରାଯାଇ ଏହି ପରୀକ୍ଷଣ କରାଯାଇଥିଲା । ତେବେ ଏହି ପରୀକ୍ଷଣରେ 25 ହଜାର 800 ଜଣ ସ୍ବେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କୁ କୋଭାକ୍ସିନ BB152 ଟିକାର 2ଟି ଡୋଜ ଦିଆଯାଇଥିଲା । ତେବେ ଏହି ପରୀକ୍ଷଣର ମଧ୍ୟବର୍ତ୍ତୀ ରିପୋର୍ଟ ଆସନ୍ତା ସପ୍ତାହରେ ଆସିବ ବୋଲି ସେ କହିଛନ୍ତି । ଭାରତ ବିଶ୍ବରେ 5ମ ଦେଶ ଯିଏକି କୋଭିଡ ଟିକା ପ୍ରସ୍ତୁତ ପାଇଁ କୋଭିଡ-19 ମହାମାରୀର ଭାଇରସକୁ ଅଲଗା କରିଥିବା ଡକ୍ଟର ଭର୍ଗଭା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.