ନୂଆଦିଲ୍ଲୀ: ସଫଳତାର ସହ ଉତକ୍ଷେପଣ ହୋଇଛି PSLV-C୫୨ । ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ (ISRO) ଆଜି ସମୟ 6ଟା 17ରେ PSLV-C୫୨ର ସଫଳ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ-ସି୫୨(PSLV-C୫୨) ଦ୍ବାରା ଏହି ଉପଗ୍ରହଗୁଡିକୁ ଉତକ୍ଷେପଣ କରାଯାଇଛି । ଇସ୍ରୋର ଚଳିତ ବର୍ଷ ଏହା ପ୍ରଥମ ମହାକାଶ ମିଶନ । ଆକାଶରେ ଦେଶର ଆଖି ହେବ PSLV-C୫୨ ।
ସକାଳ ଠିକ୍ 6ଟା 17ରେ ପୋଲାର ଅରବିଟ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବ କକ୍ଷରେ PSLV-C୫୨ ରାଡାର ଇମେଜିଙ୍ଗ ସାଟେଲାଇଟ ଇଓଏସ-୦୪ ଓ ଅନ୍ୟ ଦୁଇଟି ଉପଗ୍ରହ ଉତକ୍ଷେପଣ ହୋଇଛି । ଦୁଇଟି ଉପଗ୍ରହ ମଧ୍ୟରେ ଗୋଟିଏ ହେଉଛି ଷ୍ଟୁଡେଣ୍ଟ ସାଟେଲାଇଟ (ଇନସ୍ପେୟାରସାଟ-୧) । ଏହାକୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏସଟି) ଦ୍ବାରା ପ୍ରସ୍ତୁତ କରାଯାଇଛି । ଅନ୍ୟଟି ହେଉଛି ଟେକ୍ନୋଲୋଜି ଡେମନଷ୍ଟ୍ରେଟର ସାଟେଲାଇଟ (ଆଇଏନଏସ-୨ଟିଡି) ଯାହାକୁ ଇସ୍ରୋ ନିର୍ମାଣ କରିଛି ।
ଏହି ବି ପଢନ୍ତୁ...ଅଗଷ୍ଟରେ ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ-୩
ସେହିଭଳି ଇଓଏସ (ଆର୍ଥ ଅବଜର୍ଭେସନ ସାଟେଲାଇଟ)-୦୪ ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ । ସମସ୍ତ ପାଣିପାଗ ସ୍ଥିତିରେ ଏହା ଉଚ୍ଚମାନର ଫଟୋ ଉତ୍ତୋଳନ କରିପାରିବ । କୃଷି, ଜଙ୍ଗଲ ଓ ବୃକ୍ଷରୋପଣ, ମୃତ୍ତିକା ଓ ବନ୍ୟା ଆଦି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ । ଏହାର ଓଜନ ୧୭୧୦ କିଲୋଗ୍ରାମ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।
@ANI