ETV Bharat / bharat

ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ସଂଗଠନ Sigma XIରେ ଭାରତୀୟ ବୈଜ୍ଞାନିକ, ଆଇନଷ୍ଟାଇନ କରିଥିଲେ କାର୍ଯ୍ୟ

author img

By

Published : Dec 23, 2022, 9:49 PM IST

ଭାରତ ପାଇଁ ଗୌରବ ଆଣିଲେ ଉତ୍ତରପ୍ରଦେଶ ମିର୍ଜାପୁର ବାସୀ ବୈଜ୍ଞାନିକ ଡକ୍ଟର ମୟଙ୍କ ସିଂ (Indian origin scientist Dr Mayank Singh)। ସେ ବିଶ୍ବପ୍ରସିଦ୍ଧ ବୈଜ୍ଞାନିକ ସଂଗଠନ Sigma XIରେ କାର୍ଯ୍ୟ କରିବାକୁ ଯାଉଛନ୍ତି ଯେଉଁଠାରେ କାମ କରିଥିଲେ ବିଶିଷ୍ଟ ବୈଜ୍ଞାନିକ ଏଲବର୍ଟ ଆଇନଷ୍ଟାଇନ । ଅଧିକ ପଢନ୍ତୁ

Dr Mayank Singh
Dr Mayank Singh

ଲକ୍ଷ୍ନୌ: ଭାରତକୁ ବିଶ୍ବସ୍ତରରେ ଗୌରବାନ୍ବିତ କଲେ ଉତ୍ତରପ୍ରଦେଶ ମିର୍ଜାପୁର ବାସୀ ବୈଜ୍ଞାନିକ ଡକ୍ଟର ମୟଙ୍କ ସିଂ (Indian origin scientist Dr Mayank Singh)। ସେ ବିଶ୍ବପ୍ରସିଦ୍ଧ ବୈଜ୍ଞାନିକ ସଂଗଠନ ସିଗମା ଏକାଦଶ (Sigma XI)ରେ ଯୋଗଦେଇଛନ୍ତି । ଏହି ସଂଗଠନରେ ପ୍ରାୟ ୨୦୦ରୁ ଅଧିକ ନୋବେଲ ବିଜେତା ବୈଜ୍ଞାନିକ କାମ କରୁଥିବା ବେଳେ ସେ ସେମାନଙ୍କ ସହିତ କାମ କରିବାକୁ ଯାଉଛନ୍ତି । ଡକ୍ଟର ମୟଙ୍କଙ୍କ ଏହି ସଫଳତା ଲାଗି ପରିବାର ସମେତ ଅଞ୍ଚଳବାସୀ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ମିର୍ଜାପୁର ବାସୀ ବୈଜ୍ଞାନିକ ଡକ୍ଟର ମୟଙ୍କ ସିଂ

ମିର୍ଜାପୁର ଚୁନାର ଅଞ୍ଚଳର ବାଗି ଗାଁର ବାସିନ୍ଦା ହେଉଛନ୍ତି ଡକ୍ଟର ମୟଙ୍କ ସିଂ । ସେ ଅନ୍ୟ ତିନି ସହଯୋଗୀ ବୈଜ୍ଞାନିକଙ୍କ ସହ ମିଳିତ ଭାବରେ ସର୍ବନିମ୍ନ ମୂଲ୍ୟରେ ଡେଣ୍ଡ୍ରାଇଟିକ (ଡେଣ୍ଡ୍ରିମର୍) ନାନୋଟେକ୍ନୋଲୋଜିର ବିକଶିତ କରି ଏହି ସଫଳତା ହାସଲ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସିଗମା-ଏକାଦଶ ତାଙ୍କୁ ଡିସେମ୍ବର ୨୦ ତାରିଖରେ ସଂଗଠନରେ ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ବିଶ୍ବପ୍ରସିଦ୍ଧ ବୈଜ୍ଞାନିକ ସଂଗଠନ Sigma XIରେ ଭାରତୀୟ ବୈଜ୍ଞାନିକ

ଏହା ବି ପଢନ୍ତୁ- Covid scare: ଦେଶରେ ସରିଲାଣି ୨୨୦ କୋଟି ଡୋଜ ଟୀକାକରଣ, ସୂଚନା ଦେଲେ ସିନ୍ଧିଆ

ସୂଚନା ଥାଉ କି ସିଗମା-ଏକାଦଶ ସଂଗଠନ ଗତ ୧୩୭ ବର୍ଷର ପୁରାତନ ସଂଗଠନ । ଏଠାରେ ପ୍ରାୟ ୨୦୦ରୁ ଅଧିକ ନୋବେଲ ବିଜେତା ବୈଜ୍ଞାନିକ ସଦସ୍ୟ ରହିଥିବା ବେଳେ ସେଠାରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରେ ଏଲବର୍ଟ ଆଇଷ୍ଟାଇନ, ଏନାରିକା ଫର୍ମି, ଲିନସ ପୋଲିଙ୍ଗ, ଫ୍ରାନ୍ସିସ କ୍ରିକ, ଜେମ୍ସ ୱାଟସନ, ବାରବରା ମେଙ୍କିଲଟାକ, ଜନ୍‌ ଗୁଡଇନଫ, ଜେନିଫର ଡୋଡନାଙ୍କ ଭଳି ଅନେକ ସୁନାମଧନ୍ୟ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି ।

ଡେଣ୍ଡ୍ରିମର ପ୍ରଯୁକ୍ତିବିଦ୍ୟାର ଜନକ କୁହାଯାଉଥିବା ୮୪ ବର୍ଷୀୟ ବୈଜ୍ଞାନିକ ଡକ୍ଟର ଡୋନାଲ୍ଡ କହିଛନ୍ତି ଡକ୍ଟର ମୟଙ୍କଙ୍କର ବୈଜ୍ଞାନିକ କ୍ଷମତା, ନିଷ୍ଠା ଓ ସମର୍ପଣ ଆଧାରରେ ତାଙ୍କୁ ଡେଣ୍ଡ୍ରିମର ଟେକ୍ନୋଲୋଜିରେ ୫ ପ୍ରତିଶତ ଅଂଶୀଦାର ଦିଆଯାଇଛି । ଡକ୍ଟର ମୟଙ୍କଙ୍କୁ କମ୍ପାନୀ ଲାଗି ସ୍ବତନ୍ତ୍ର ନିର୍ଣ୍ଣୟ ନେବା ଓ ପରାମର୍ଶ ଦେବା ଲାଗି ସମାନ ଅଧିକାର ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.