ETV Bharat / bharat

ଭାରତୀୟ ନୌସେନା ALH ଦୁର୍ଘଟଣାଗ୍ରସ୍ତ, କ୍ର୍ୟୁ ସଦସ୍ୟ ସୁରକ୍ଷିତ - navy helicopter crash

ଭାରତୀୟ ନୌସେନା ବିମାନ ଆଡଭାନ୍ସ ଲାଇଟ ହେଲିକାପ୍ଟର ନିୟମିତ ଅଭ୍ୟାସ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ

indian navy alh helicopter crash
ଭାରତୀୟ ନୌସେନା ALH ଦୁର୍ଘଟଣାଗ୍ରସ୍ତ
author img

By

Published : Mar 8, 2023, 1:00 PM IST

ମୁମ୍ବାଇ: ଭାରତୀୟ ନୌସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ନୌସେନା ବିମାନ ଆଡଭାନ୍ସ ଲାଇଟ ହେଲିକପ୍ଟର ନିୟମିତ ଅଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ମୁମ୍ବାଇ ତଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ହେଲିକପ୍ଟରେ 3 ଜଣ କ୍ର୍ୟୁ ସଦସ୍ୟ ଥିବା ସୂଚନା ମିଳିଛି । ସମସ୍ତ କ୍ରିଉ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • Indian Navy ALH, on a routine sortie off Mumbai, met with an accident close to the coast. Immediate search and rescue ensured the safe recovery of a crew of three by Naval patrol craft. An inquiry to investigate the incident has been ordered: Indian Navy pic.twitter.com/MhgFgDka14

    — ANI (@ANI) March 8, 2023 " class="align-text-top noRightClick twitterSection" data=" ">

ନିୟମିତ ଅଭ୍ୟାସରେ ଉଡାଣ ଭରିଥିଲା ନୌସେନା ବିମାନ ଏଏଲଏଚ । ଅଚାନକ ମୁମ୍ବାଇ ତଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ । ନାଭାଲ ପୋର୍ଟାଲ କ୍ରାଫ୍ଟ ଦ୍ବାରା ଉଦ୍ଧାର କାର୍ଯ୍ୟ ହୋଇଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ଭାରତୀୟ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହ

ଏଏଲଏଚ ଧ୍ରୁବରେ ଦୁଇଟି ଇଞ୍ଜିନ ରହିଛି । ଏହା ଏକ ମଲ୍ଟି ରୋଲ ଓ ମଲ୍ଟି ମିସନ ହେଲାକାପ୍ଟର । ଏହାର ଓଜନ 5.5 ଟନ ରହିଛି । ମିଲିଟାରୀ ଅପରେସନରେ ଏହାର ବ୍ୟବହାର ହୋଇଥାଏ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ଉଡାଣ ପୂର୍ବରୁ ସମସ୍ତ ଯାଞ୍ଚ କରାଯାଇଥିଲା ମାତ୍ର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାପୂର୍ବରୁ ଜମ୍ମୁକାଶ୍ମୀର ଗୁରେଡ ସେକ୍ଟରରେ ଭାରତୀୟ ସେନା ହେଲିକାପ୍ଟର ଚିତା ଦୁର୍ଘଗଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

ଚଳିତ ବର୍ଷ ଫେବୃଆରୀ 28 ତାରିଖରେ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ 30 ଓ ମିରାଜ 2000 ଏୟାରକ୍ରାପ୍ଠ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସରୁ ଉଡାଣ ଭରିଥିବା ବାୟୁସେନା ଯୁଦ୍ଧ ବିମାନ ମୋରେନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସୁଖୋଇ 30 ଓ ମିରାଜ ଫାଇଟର ଜେଟ୍‌ ଖଣ୍ଡଖଣ୍ଡ ହୋଇଯାଇଥିଲା । ଦୁର୍ଘଟଣାରେ ୱିଙ୍ଗ୍‌ କମାଣ୍ଡର ହମୁମନ୍ଥ ରାଓ ସାରଥୀ ଅଖି ବୁଜିଥିଲେ ।

ଏହା ବି ପଢନ୍ତୁ....ଆସାମରୁ 5 ସନ୍ଦିଗ୍ଧ ଜିହାଦୀ ଗିରଫ, ଭାରତରୁ ପାକିସ୍ତାନକୁ ସିମ୍ ପଠାଉଥିବା ସନ୍ଦେହ

ସେହିପରି ବର୍ଷ ଆରମ୍ଭରୁ ଏକ ବଡ ବିମାନ ଦୁର୍ଘଟଣା ଦେଇଖିଲେ ବିଶ୍ବବାସୀ । ଜାନୁଆରୀ 15 ତାରିଖରେ ନେପାଳର କାଠମାଣ୍ଡୁରେ ବିମାନ ଦୁର୍ଘଟଣା ହୋଇଥିଲା ଯେଉଁଥିରେ 72ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେଥିରେ 5 ଜଣ ଭାରତୀୟ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.