କୋଲକାତା: ସହରର ପାର୍କ ଷ୍ଟ୍ରିଟ ନିକଟ ନ୍ୟାସନାଲ ମ୍ୟୁଜିୟମ ନିକଟରେ ଅତର୍କିତ ଗୁଳି ଚଳାଇ ନିଜ ସହଯୋଗୀ ସେନାଧିକାରୀଙ୍କୁ ହତ୍ୟା କରିଥିବା ଓଡିଆ ଯବାନ ଅକ୍ଷୟ କୁମାର ମିଶ୍ରଙ୍କୁ 21 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଲେ କୋର୍ଟ । ଏହି ଘଟଣା ପରେ ତାଙ୍କୁ ଗିରଫ କରିଥିଲା କୋଲକାତା ପୋଲିସର ସ୍ବତନ୍ତ୍ର ଟିମ । ରବିବାର ତାଙ୍କୁ କୋଲକତା ମେଟ୍ରୋପଲିଟାନ ମାଜିଷ୍ଟ୍ରେଷ୍ଟଙ୍କ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ପରେ ତାଙ୍କୁ 21 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଯାଇଛି ।
-
#UPDATE | Indian Museum firing case: Kolkata CMM Court (Metropolitan Magistrate Court) has sent accused CISF head constable AK Mishra to police custody till 21 August
— ANI (@ANI) August 7, 2022 " class="align-text-top noRightClick twitterSection" data="
">#UPDATE | Indian Museum firing case: Kolkata CMM Court (Metropolitan Magistrate Court) has sent accused CISF head constable AK Mishra to police custody till 21 August
— ANI (@ANI) August 7, 2022#UPDATE | Indian Museum firing case: Kolkata CMM Court (Metropolitan Magistrate Court) has sent accused CISF head constable AK Mishra to police custody till 21 August
— ANI (@ANI) August 7, 2022
ଏହା ମଧ୍ୟ ପଢନ୍ତୁ:- କୋଲକାତାରେ ଓଡିଆ CISF ଯବାନଙ୍କ ଗୁଳିବର୍ଷଣ, ଓଡିଆ ଅଧିକାରୀ ମୃତ
ଶନିବାର ସଂଧ୍ୟାରେ ଉନ୍ମତ କାଣ୍ଡ ଘଟାଇଥିଲେ ଓଡିଆ CISF ଯବାନ ଅକ୍ଷୟ ମିଶ୍ର । ଅକ୍ଷୟଙ୍କ ଗୁଳିରେ ଜଣେ ସହଯୋଗୀ ତଥା ଓଡିଆ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଦୀର୍ଘ କେଇ ଘଣ୍ଟାର କସରତ ପରେ ଅକ୍ଷୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା କୋଲକତା ପୋଲିସ । କେଉଁ ପରିସ୍ଥିତିରେ ଅକ୍ଷୟ ଏପରି କଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏହି ରିମାଣ୍ଡ ଅବଧି ମଧ୍ୟରେ ଅକ୍ଷୟଙ୍କୁ ଜେରା କରି କାରଣ ସ୍ପଷ୍ଟ କରିବାକୁ ଚେଷ୍ଟା କରିବ କୋଲକାତା ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ