ETV Bharat / bharat

Israel-Gaza war: ଇସ୍ରାଏଲରେ 24 ଘଣ୍ଟିଆ ହେଲ୍ପଡେସ୍କ ଖୋଲିଲା ଭାରତୀୟ ଦୂତାବାସ

author img

By ETV Bharat Odisha Team

Published : Oct 11, 2023, 6:29 PM IST

ଟେଲ ଆଭିଭରେ ଖୋଲିଲା ପ୍ରବାସୀ ଭାରତୀୟଙ୍କ ପାଇଁ 24 ଘଣ୍ଟିଆ ହେଲ୍ପଡେସ୍କ । ଦୁଇ ଜରୁରୀକାଳୀନ ନମ୍ବର ସହ ମେଲ-ଆଇଡି ମାଧ୍ୟମରେ କରିପାରିବେ ଯୋଗାଯୋଗ । ବର୍ତ୍ତମାନ ସୁଦ୍ଧା ଭାରତୀୟ ମୃତାହତ ହେବା ନେଇ ନାହିଁ ସୂଚନା । ଅଧିକ ପଢନ୍ତୁ

Israel-Gaza war: 24 ଘଣ୍ଟିଆ ହେଲ୍ପଡେସ୍କ ଖୋଲିଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ଗାଜା ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଆଜି 5ମ ଦିନରେ ପହଞ୍ଚିଥିବା ବେଳେ ଏହା କ୍ରମଶଃ ଜଟିଳ ହେବାରେ ଲାଗିଛି । ଏବେ ବିଭିନ୍ନ ଦେଶ ଇସ୍ରାଏଲରେ ଥିବା ନିଜ ନାଗରିକଙ୍କ ସୁରକ୍ଷା ଚିନ୍ତାରେ ଅଛନ୍ତି । ଆକ୍ରମଣରେ ଆମେରିକା ସମେତ ଅନ୍ୟ କିଛି ଦେଶର ନାଗରିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆଜି ଟେଲ ଆଭିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ପାଇଁ ଏକ 24 ଘଣ୍ଟିଆ ହେଲ୍ପଡେସ୍କ ଖୋଲିଛି । ସତର୍କ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବା ଓ ସ୍ଥାନ ପରିବର୍ତ୍ତନ କରି ଅନ୍ୟ କେଉଁ ଆଡକୁ ଯାତ୍ରା ନକରିବା ପାଇଁ ଦୂତାବାସ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ।

  • The Embassy has been working constantly to help our fellow citizens in Israel through a 24-hour helpline. Please remain calm & vigilant & follow the security advisories.

    24*7 Emergency Helpline/Contact:
    Tel +972-35226748
    Tel +972-543278392
    Email: cons1.telaviv@mea.gov.in pic.twitter.com/Y7HehsaJOf

    — India in Israel (@indemtel) October 11, 2023 " class="align-text-top noRightClick twitterSection" data=" ">

ଆଜି ଇସ୍ରାଏଲୀ ସହର ଟେଲ ଆଭିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏକ 24 ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯାଇଛି । କୌଣସି ଜରୁରୀ ସୂଚନା ଓ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିଲେ ଦୂତାବାସ ସହ ଯୋଗାଯୋଗ କରିବା ପାଇଁ ଦୁଇଟି ଜରୁରୀ ନମ୍ବର ଓ ଗୋଟିଏ ମେଲ-ଆଇଡି ମଧ୍ୟ ପ୍ରଦାନ କରାଯାଇଛି । + 972-35226748 ଓ + 972-543278392 ନମ୍ବର ମାଧ୍ୟମରେ ସେଠାରେ ଥିବା ଭାରତୀୟ ଦୂତାବାସକୁ ଯୋଗାଯୋଗ କରିପାରିବେ । ଅନ୍ୟପଟେ ଦୂତାବାସର ଅଫିସିଆଲ ମେଲ-ଆଇଡି cons1.telaviv@mea.gov.in ରେ ଦୂତାବାସ ସହ ଯୋଗାଯୋଗ କରିହେବ । ଭୟଭୀତ ହୋଇ କୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଯୋଗାଯୋଗ କରିବା ସହ ସୁରକ୍ଷା ପ୍ରଟୋଲକ କଡାକଡି ଅନୁସରଣ କରିବାକୁ ଦୂତାବାସ କହିଛି ।

ସେହିପରି ଇସ୍ରାଏଲର ଥିବା ଆନ୍ଧ୍ର ପ୍ରଦେଶର ପ୍ରବାସୀ ତେଲୁଗୁ ଭାଷାଭାଷୀ ଲୋକଙ୍କ ପାଇଁ ମଧ୍ୟ ପ୍ରବାସୀ ତେଲଗୁ ସମାଜ (NRTs) ପକ୍ଷରୁ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । +91 85000 27678 (W), 0863-2340678 ନମ୍ବରରେ ସେମାନେ ଯୋଗାଯୋଗ କରି ତେଲଗୁ ଭାଷାରେ ସୂଚନା ଓ ସହାୟତା ପ୍ରାପ୍ତ କରିପାରିବେ । ବର୍ତ୍ତମାନ ସୁଦ୍ଧା କେହି ଭାରତୀୟ ନାଗରିକ ମୃତାହତ ହୋଇଥିବା ନେଇ କୌଣସି ସୂଚନା ନଥିବା ଭାରତୀୟ ଦୂତାବାସ କହିଛି । ଏବେ ସୁଦ୍ଧା ଉଦ୍ଧାର ଅପରେସନ ଆରମ୍ଭ କରାଯିବା ସମ୍ପର୍କରେ ମଧ୍ୟ କିଛି ପ୍ରକାଶ କରାଯାଇନାହିଁ । କେବଳ ଭାରତୀୟ ନାଗରିକମାନେ ସୁରକ୍ଷିତ ସ୍ଥାନରେ ରହିବା ସହ ଯାତ୍ରା ନକରିବାକୁ ଦୂତାବାସ କହିଛି ।

ଏହା ମଧ୍ୟ ପଢନ୍ତୁ :-ଟଳିଲା ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡ, ଭାରତର ଥିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ

କ୍ରମଶଃ ଜଟିଳ ହେବାରେ ଲାଗିଛି ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ । ଏଥିରେ ଏବେ ଅନ୍ତର୍ଜାତୀୟ ସମୂଦାୟ ମଧ୍ୟ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି । ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଫୋନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୁଦ୍ଧ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ମୋଦି ମଧ୍ୟ ପୂର୍ବ ପ୍ରତିଶୃତି ଦୋହରାଇବା ସହ ଭାରତ ଇସ୍ରାଏଲ ସହ ଥିବା କହିଥିଲେ । ଅନ୍ୟପଟେ ଆମେରିକା, ବ୍ରିଟେନ ଓ ଇଟାଲୀ ପରି ଶକ୍ତିଶାଳୀ ୟୁରୋପୀୟ ଦେଶମାନେ ଇସ୍ରାଏଲକୁ ଖୋଲା ସମର୍ଥନ ଘୋଷଣା କରିଛନ୍ତି । ଆମେରିକା ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ମଧ୍ୟ ପଠାଇଛି । ଅନ୍ୟପଟେ ହମାସ ଗୋଷ୍ଠୀ ଓ ପାଲେଷ୍ଟାଇନକୁ ଏକାଧିକ ଇସଲାମୀୟ ଦେଶର ସମର୍ଥନ ରହିଥିବା କୁହାଯାଉଛି । ଏପରି ସ୍ଥିତିରେ ଏହି ସଂଘର୍ଷ ଆହୁରି ବ୍ୟାପକ ଓ ଜଟିଳ ହେବା ପରି ଦୃଶ୍ୟମାନ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.