ETV Bharat / bharat

Ukraine War: ଭାରତୀୟଙ୍କ ଲାଗି ଦୂତାବାସ ପକ୍ଷରୁ ଜାରି ହେଲା ହେଲ୍ପଲାଇନ ନମ୍ବର

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଥମିବାରେ ନାଁ ଧରୁନି ଋଷ ଓ ୟୁକ୍ରେମ ମଧ୍ୟରେ ଜାରି ରହିଥିବା ଏହି ମହାଯୁଦ୍ଧ । ତେବେ ଆଜିକୁ ୨୩ ଦିନ ପୂରିଛି ଏହି ମହାଯୁଦ୍ଧ । ଅଧିକ ପଢନ୍ତୁ

author img

By

Published : Mar 18, 2022, 9:56 PM IST

ଭାରତୀୟଙ୍କ ଲାଗି ଦୂତାବାସ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ ନମ୍ବର

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଥମିବାରେ ନାଁ ଧରୁନି ଋଷ ଓ ୟୁକ୍ରେମ ମଧ୍ୟରେ ଜାରି ରହିଥିବା ଏହି ମହାଯୁଦ୍ଧ । ତେବେ ଆଜିକୁ ୨୩ ଦିନ ପୂରିଛି ଏହି ମହାଯୁଦ୍ଧ ।

ସେହିଭଳି ଯୁଦ୍ଧ ତ୍ରସ୍ତ ୟୁକ୍ରେନରେ ଫସି ରହିଛନ୍ତି ଅନେକ ସାଧାରଣ ନାଗରିକ । ତେବେ ଭାରତ ପକ୍ଷରୁ ପୁଣି ଜାରି ହୋଇଛି ନିର୍ଦ୍ଦେଶାବଳୀ । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି । ୟୁକ୍ରେନରେ ରହି ଯାଇଥିବା ଭାରତୀୟଙ୍କ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରିଛି ଦୂତାବାସ । ସେହିପରି ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ଲାଗି ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି ସହ ହ୍ବାଟସଆପ୍‌ ମଧ୍ୟରେ ଯୋଗାଯୋଗ କରିବା ଲାଗି କୁହାଯାଇଛି । ଏଥିସହ ଏକ ଇମେଲ ଆଇଡି ମଧ୍ୟ ଯୋଗାଯୋଗ ଲାଗି ରଖାଯାଇଛି । ତେବେ ଦୂତାବାସ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବର ହେଉଛି, +୩୮୦୯୩୩୫୫୯୯୫୮, +୯୧୯୨୦୫୨୯୦୮୦୨, +୯୧୭୪୨୮୦୨୨୫୬୪ ରହିଥିବା ବେଳେ ଇମେଲ ଆଇଡି ହେଉଛି cons1.kyiv@mea.gov.in ।

ଅନ୍ୟପଟେ କେନ୍ଦ୍ର ସରକାର ଅପେରେସନ ଗଙ୍ଗା ଜରିଆରରେ ୟୁକ୍ରେନର ଯୁଦ୍ଧ ଭୂମିରୁ ୨୦ ହଜାର ଭାରତୀୟଙ୍କ ସ୍ବଦେଶ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ତେବେ ବାଧ୍ୟବାଧକତା ହେବା ଅବା କୌଣସି କାରଣ ଲାଗି ଭାରତୀୟ ସୁରକ୍ଷା ଲାଗି ରହି ଯାଇଥିବା ନାଗରିକଙ୍କ ଲାଗି ଏହି ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.