ETV Bharat / bharat

New Year 2022: ଡ୍ରାଗନକୁ ଜବାବ, ଗଲଓ୍ବାନ ଉପତ୍ୟାକାରେ ଉଡିଲା ତ୍ରିରଙ୍ଗା

author img

By

Published : Jan 4, 2022, 3:51 PM IST

ନୂଆବର୍ଷ ୨୦୨୨ରେ ଭାରତ-ଚୀନ ସୀମାନ୍ତ ଗଲଓ୍ବାନ ଉପତ୍ୟାକାରେ ତ୍ରିରଙ୍ଗା ଉଡାଇଲା ଭାରତୀୟ ସେନା । ଚୀନ ଅନୁପ୍ରବେଶ କରି ପତାକା ଉଡାଇଥିବା ନେଇ ଲାଗି ରହିଥିଲା ଚର୍ଚ୍ଚା । ଅଧିକ ପଢନ୍ତୁ

ନୂଆବର୍ଷ ୨୦୨୨: ଗଲଓ୍ବାନ ଉପତ୍ୟାକାରେ ଉଡିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ନୂଆବର୍ଷରେ LAC ନିକଟବର୍ତ୍ତୀ ଗଲଓ୍ବାନ ଉପତ୍ୟାକାରେ ତ୍ରିରଙ୍ଗା ଉତ୍ତୋଳନ କରି ନୂଆବର୍ଷ ପାଳିଛି ଭାରତୀୟ ସେନା । ତେବେ ଆଜି ଏ ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

ନୂତନ ବର୍ଷ ଆରମ୍ଭରୁ ଚୀନ ସେନା ଗଲଓ୍ବାନ ଉପତ୍ୟାକାରେ ପ୍ରବେଶ କରି ପତାକା ଉଡାଇଥିବା ଖବର ପ୍ରସାରଣ ହେବା ପେର ଏବେ ଭାରତୀୟ ସେନା ମଧ୍ୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଥିବା ସ୍ପଷ୍ଟ ହୋଇଛି । ଏହା ପୂର୍ବରୁ ଅନ୍ୟ ଏକ ଖବର ମଧ୍ୟ ପ୍ରକାଶ ପାଇଥିଲା । ଚୀନ୍ ସରକାର ନୂତନ ସୀମା ନିୟମ ଲାଗୁ କରିବାର ଦୁଇ ଦିନ ପୂର୍ବରୁ ଉତ୍ତର-ପୂର୍ବ ତଥା ସୀମାନ୍ତ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶର ପ୍ରାୟ ୧୫ ଟି ଗ୍ରାମର ନାମ ପରବର୍ତ୍ତନ କରି ଚୀନ ଭାଷାରେ ପୁନଃନାମିତ କରିବାକୁ ଚେଷ୍ଟା କରୁଛି ବୋଲି ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ଭାରତ ସରକାର ଏହି ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଚଚି କହିଛନ୍ତି, ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ନାମକୁ ନିଜ ଭାଷାରେ ନାମକରଣ କରିବାକୁ ଚେଷ୍ଟା କରୁଥିବା ଖବର ଭାରତର ହସ୍ତଗତ ହୋଇଛି । ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ଚୀନ ଏପରି ଷଡଯନ୍ତ୍ର ୨୦୧୭ ରୁ ନିୟମିତ କରିଆସୁଛି । ତେବେ ଡ୍ରାଗନ ଏଥିରେ ସଫଳ ହେବ ନାହିଁ । ଉତ୍ତର-ପୂର୍ବ ରାଜ୍ୟ ତଥା ସୀମାବର୍ତ୍ତୀ ଅଞ୍ଚଳ ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ । ଭାରତ ସେସବୁ ପ୍ରସଙ୍ଗରେ ତୀକ୍ଷ୍ନ ନଜର ରଖିଛି ବୋଲି ବାଗଚି କହିଛନ୍ତି ।

୨୦୨୦ ମସିହା ଜୁନ ୧୫ ତାରିଖରେ ଗଲଓ୍ବାନ ଉପତ୍ୟାକାରେ ଦୁଇ ଦେଶର ସେନା ମଧ୍ୟରେ ଦେଖିବାକୁ ମିଳିଥିବା ରକ୍ତାକ୍ତ ସଂଘର୍ଷ ପରେ ଉଭୟ ପଟୁ ଶାନ୍ତି କଥାବର୍ତ୍ତା ମଧ୍ୟ ଆରମ୍ଭ ହୋଇଥିଲା । ନିୟନ୍ତ୍ରଣ ରେଖାରେ ଶାନ୍ତି ପ୍ରତିଷ୍ଠା ତଥା ଦୁଇ ସେନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଏକାଧିକ ଥର କମାଣ୍ଡରସ୍ତରୀୟ ଆଲୋଚନା ହୋଇସାରିଥିବା ବେଳେ ଡ୍ରାଗନ ଏଥିରେ ସହଯୋଗ କରୁନଥିବା ମଧ୍ୟ ମୁଖପାତ୍ର ବାଗଚି କହିଛନ୍ତି ।

ଚୀନର ଅସହଯୋଗ କାରଣରୁ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବାରେ ବାଧାପ୍ରାପ୍ତ ହୋଇଛି । କିନ୍ତୁ ସମସ୍ତ ପ୍ରତିକୂଳତା ସତ୍ତ୍ବେ ଚୀନର ଷଡଯନ୍ତ୍ର ପଣ୍ଡ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.