ETV Bharat / bharat

ପାକିସ୍ତାନକୁ LAC ସମ୍ପର୍କିତ ତଥ୍ୟ ଦେଇଛନ୍ତି ଭାରତୀୟ ଯବାନ ! କୋର୍ଟ ମାର୍ଶଲ ତଦନ୍ତ ନିର୍ଦ୍ଦେଶ ଦେଲା ସେନା

author img

By

Published : Feb 18, 2023, 4:04 PM IST

ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ସାମରିକ ଗୁପ୍ତ ତଥ୍ୟ ଯୋଗାଉଥିଲେ ଭାରତୀୟ ଯବାନ । ଲିକ ହୋଇଛି LAC ସମ୍ପର୍କିତ ତଥ୍ୟ । ସେନା ଦେଲା କୋର୍ଟ ମାର୍ଶଲ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ପାକିସ୍ତାନକୁ LAC ସମ୍ପର୍କିତ ତଥ୍ୟ ଦେଇଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଏସଆଇକୁ ଭାରତ-ଚୀନ ସୀମାରେ ସାମରିକ ଗତିବିଧି ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ଜଣେ ସେନା ଯବାନ । ଏପରି ଅଭିଯୋଗ ପରେ ଜଣେ ଯବାନଙ୍କ ବିରୋଧରେ ସେନା କୋର୍ଟ ମାର୍ଶଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଏହି ଯବାନଜଣଙ୍କ ଭାରତ-ଚୀନ ସୀମାରେ ଦେଶର ସାମରିକ ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ କାର୍ଯ୍ୟରତ ଜଣେ ଗୁଇନ୍ଦା ଅଧିକାରୀଙ୍କୁ ପ୍ରଦାନ କରିଥିବା ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା । ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏହି କୋର୍ଟ ମାର୍ଶଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ସେନା ସୂତ୍ରରୁ ସୂଚନା ମିଳିଛି ।

ଜାତୀୟ ଖବର ସରବରାହ ସଂସ୍ଥା ANI କୁ ମିଳିଥିବା ତଥ୍ୟ ଅନୁସାରେ, ଅଲିମ ଖାନ ନାମକ ଜଣେ ଯବାନ ଏପରି କରିଛନ୍ତି । ଉତ୍ତର ସୀମାରେ ଭାରତୀୟ ସେନାର ଗତିବିଧି ଓ ଅନ୍ୟ କିଛି ଗୁପ୍ତ ତଥ୍ୟ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିର ଜଣେ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବାର ତଥ୍ୟ ମିଳିଥିଲା । ଏପରି ସୂଚନା ହାତେଇଥିବା ପାକିସ୍ତାନୀ ଅଧିକାରୀଜଣଙ୍କ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିଥିବାର ମଧ୍ୟ ସୂଚନା ମିଳିଛି । ଯବାନଜଣଙ୍କ ଏପରି କରିଥିବା ବେଳେ ନିକଟରେ ଗୁଇନ୍ଦା ସଂସ୍ଥା ସ୍କାନରକୁ ଆସିଥିଲେ । ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏହାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇପାରେ ।

ଦିଲ୍ଲୀରେ ପାକିସ୍ତାନୀ ଦୂତାବାସରେ କାର୍ଯ୍ୟରତ ଥିବା ଏହି ପାକ ଅଧିକାରୀଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ତାଙ୍କ ନାମ ଆବିଦ ହୁସେନ ଆଲ୍ଲିଆସ ନାଏକ । ପ୍ରକୃତରେ ସେ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ହୋଇଥିବା ବେଳେ ଗୁଇନ୍ଦା ମିଶନରେ ସେ ଭାରତରେ ଥିବା ପାକିସ୍ତାନ ଦୂତାବାସରେ କାର୍ଯ୍ୟ କରୁଥିଲେ । ଏହି ଅଧିକାରୀଜଣଙ୍କ ସୂଚନା ପ୍ରଦାନ କରିବା ପାଇଁ ଭାରତୀୟ ଯବାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିଥିବା ମଧ୍ୟ ଜଣାପଡିଛି ।

ତେବେ ସୂତ୍ରରୁ ଅନ୍ୟ ଏକ ସାଙ୍ଘାତିତ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି ସମୟରେ ଏହି ସାମରିକ ତଥ୍ୟ ପାକିସ୍ତାନକୁ ପ୍ରଦାନ କରିଛନ୍ତି ଯବାନ । ଏହି ଘଟଣା ସାମ୍ନାକୁ ଆସିବା ପରେ ସେନା ଶୂନ୍ୟସହିଷ୍ଣୁତା ନୀତି ଅବଲମ୍ବନ କରୁଛି । କୋର୍ଟ ମାର୍ଶଲ ନିର୍ଦ୍ଦେଶ ମିଳିସାରିଛି । ଫଳାଫଳ ଆଧାରରେ କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ସେନା କହିଛି ।

ତେବେ ଯବାନଜଣଙ୍କ କେଉଁ ମାଧ୍ୟମରେ ଏହି ତଥ୍ୟ ସବୁ ପ୍ରଦାନ କରିଛନ୍ତି । କେବେଠାରୁ ଓ କିପରି ସେ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ ଆସିଲେ । କେଉଁ ସବୁ ତଥ୍ୟ ପ୍ରଦାନ କରିଛନ୍ତି । ଆଗକୁ କ’ଣ ସବୁ ଯୋଜନା ଥିଲା, ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କୋର୍ଟ ମାର୍ଶଲ ନିର୍ଦ୍ଦେଶ ଦେଇଛି ସେନା । ପୂର୍ବରୁ ମଧ୍ୟ ସେନାର ଯବାନ ହନିଟ୍ରାପରେ ପଡି ପାକିସ୍ତାନକୁ ଗୁଇନ୍ଦା ସଂସ୍ଥାକୁ ସାମରିକ ତଥ୍ୟ ପ୍ରଦାନ କରିଥିବା ନଜିର ରହିଛି । ପୂର୍ବରୁ ବାଲେଶ୍ବର କ୍ଷେପଣାସ୍ତ୍ର ଘାଟିରେ ନିୟୋଜିତ ଜଣେ କ୍ୟାମେରାମ୍ୟାନ ମଧ୍ୟ ପାକିସ୍ତାନୀ ଗୁଇନ୍ଦା ବିଭାଗକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ପ୍ରଦାନ କରି ଗିରଫ ହୋଇଛନ୍ତି । ତାଙ୍କ ବିରୋଦରେ ଦେଶଦ୍ରୋହ ମାମଲା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.