ETV Bharat / bharat

ସିକ୍କିମରେ ପ୍ରବଳ ତୁଷାରପାତ, 1000 ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

author img

By ETV Bharat Odisha Team

Published : Dec 14, 2023, 10:23 AM IST

Tourists Rescued Stuck in North Sikkim: ସିକ୍କିମ ତୁଷାରପାତରେ ଫସିଥିବା 1000 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା । ଅଧିକ ପଢନ୍ତୁ

heavy snowfall in sikkim
ସିକ୍କିମରେ ପ୍ରବଳ ତୁଷାରପାତ

ଗାଙ୍ଗଟକ: ସିକ୍କିମର ଉତ୍ତରାଞ୍ଚଳରେ ପ୍ରବଳ ତୁଷାରପାତ । ଫସି ରହିଥିବା ୧୦୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଭାରତୀୟ ସେନା । ଏମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୟୋଜେଷ୍ଠ ମଧ୍ୟ ରହିଛନ୍ତି । ବୁଧବାର ଅପରାହ୍ନରେ ତୁଷାରପାତ ଆରମ୍ଭ ହୋଇଥିବା ବେଳେ ଟ୍ରାଫିକ ଜାମ ରହିଥିଲା । ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସେନା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିଲା । ସେମାନଙ୍କୁ ଆଶ୍ରୟ ସ୍ଥଳୀ, ଶୀତ ବସ୍ତ୍ର, ଖାଦ୍ୟ ଓ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଉଛି। ପର୍ଯ୍ୟଟକଙ୍କ ରହିବା ପାଇଁ ଯବାନ ମାନେ ସେମାନଙ୍କ ବ୍ୟାରେକ ଖାଲି କରିଥିଲେ। ଭାରତୀୟ ସେନାର ଯବାନଙ୍କ ତତକ୍ଷଣାତ ପଦକ୍ଷେପ ଯୋଗୁଁ ପର୍ଯ୍ୟଟକ ମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ଏଥିପାଇଁ ପର୍ଯ୍ୟଟକ ମାନେ ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସିକ୍କିମରେ ପ୍ରବଳ ତୁଷାରପାତ, 1000 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ସିକ୍କିମର ଉତ୍ତରାଞ୍ଚଳରେ ବୁଧବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ତୁଷାରପାତ। ଏଥି ଯୋଗୁଁ ସେଠାକୁ ଯାଇଥିବା ପର୍ଯ୍ୟଟକ ଫସିଯାଇଥିଲେ । ଟ୍ରାଫିକ ସମସ୍ୟା ଉପୁଜିବାରୁ ଶହ ଶହ ଗାଡି ରାସ୍ତାରେ ଅଟକି ରହିଥିଲା । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ତ୍ରୀଶକ୍ତି କ୍ରପ୍ସ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ । ପ୍ରଥମେ ରାସ୍ତାରୁ ବରଫ ହଟାଇବା ପରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଅନ୍ୟ ଏକ ସ୍ଥାନାକୁ ସ୍ଥାନାନ୍ତର କରିଥିଲେ । ସମସ୍ତଙ୍କୁ ଶୀତ ବସ୍ତ୍ର ଚିକିତ୍ସା ସହାୟତା ଏବଂ ଖାଦ୍ୟ ଯୋଗାଇ ଦିଆୟାଇଥିଲା । ପର୍ଯ୍ୟଟକଙ୍କ ରହଣୀ ପାଇଁ ନିଜ ବ୍ୟାରେକଙ୍କୁ ମଧ୍ୟ ଖାଲି କରିଥିଲେ ସେନାରେ କାର୍ଯ୍ୟରତ ଯବାନ ।

ଏହା ମଧ୍ୟ ପଢନ୍ତୁ-ବରଫ ପାହାଡ଼ରେ ଫସିଥିବା 390 ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ଏହା ମଧ୍ୟ ପଢନ୍ତୁ-ବରଫରେ ଫସିଥିଲେ 16, ଉଦ୍ଧାର କଲା ସେନା

ଗତ ମାର୍ଚ୍ଚ ମାସରେ ସିକ୍କିମର ପୂର୍ବବର୍ତ୍ତୀ ଅଞ୍ଚଳ ଚାଙ୍ଗୁ, ନାଥୁଲା ଓ ଆଖପାଖ ଅଞ୍ଚଳରେ ତୁଷାରପାତ ଯୋଗୁଁ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଥିଲା । ଫଳରେ ଏକ ହଜାର ପର୍ଯ୍ୟଟକ ଫସି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରିଥିଲା ଭାରତୀୟ ସେନା । ଯବାନମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ଏହାସହିତ ସେମାନଙ୍କୁ ଶୀତ ବସ୍ତ୍ର, ଖାଦ୍ୟ ଓ ପ୍ରାଥମିକ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.