ETV Bharat / bharat

ସିକ୍କିମରେ ପ୍ରବଳ ତୁଷାରପାତ, 1000 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

author img

By

Published : Mar 17, 2023, 8:10 PM IST

ସିକ୍କିମର ପୂର୍ବବର୍ତ୍ତୀ ଅଞ୍ଚଳରେ ପ୍ରବଳ ତୁଷାରପାତ । ରାସ୍ତାରେ ଦୀର୍ଘ ସମୟ ଧରି ଫସି ରହିଥିବା ହଜାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା । ଅଧିକ ପଢନ୍ତୁ

Indian Army rescues 1000 tourists
Indian Army rescues 1000 tourists

ଗାଙ୍ଗଟକ: ସିକ୍କିମର ପୂର୍ବବର୍ତ୍ତୀ ଅଞ୍ଚଳରେ ପ୍ରବଳ ତୁଷାରପାତ ମଧ୍ୟରୁ ୧୦୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଏମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ବୁଧବାର ଅପରାହ୍ନରୁ ତୁଷାରପାତ ଆରମ୍ଭ ହୋଇଥିବା ବେଳେ ଟ୍ରାଫିକ ଜାମ ରହିଥିଲା । ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସେନା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇଛି ।

ସିକ୍କିମର ପୂର୍ବବର୍ତ୍ତୀ ଅଞ୍ଚଳ ଚାଙ୍ଗୁ, ନାଥୁଲା ଓ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରୁ ଆରମ୍ଭ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ମାଇନ୍ସ ଡିଗ୍ରୀରେ ରହିଛି । ତୁଷାରପାତ ଯୋଗୁଁ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଟ୍ରାଫିକ ସମସ୍ୟା ଉପୁଜିଛି । ରାଜଧାନୀ ଗାଙ୍ଗଟକକୁ ଜୱାହରଲାଲ ନେହେରୁ ମାର୍ଗ ସଂଯୋଗ କରୁଥିବା ବେଳେ ଏହି ରାସ୍ତାରେ ଡ୍ରାଇଭିଂ କରିବା ବିପଦଜନକ ହୋଇପଡିଛି । ରାସ୍ତାରେ ଯାନବାହାନ ଅଟକି ରହିଥିବାରୁ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Milk cess on liquor: ହିମାଚଳରେ ମହଙ୍ଗା ହେଲା ମଦ, ପ୍ରତି ବୋତଲ ଉପରେ ୧୦ଟଙ୍କା କ୍ଷୀର ଟ୍ୟାକ୍ସ

ଏଭଳି ସ୍ଥିତି ଉପୁଜିବା ପରେ ସିକ୍କିମ ପ୍ରଶାସନ ଭାରତୀୟ ସେନାର ସାହାଯ୍ୟ ଲୋଡ଼ିଥିଲା । ଉଦ୍ଧାର କାର୍ଯ୍ୟରେ ସିକ୍କିମ ପୋଲିସ ଭାରତୀୟ ଯବାନମାନଙ୍କ ମିଳିତ ଉଦ୍ୟମରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଯବାନମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ଏହାସହିତ ସେମାନଙ୍କୁ ଶୀତ ବସ୍ତ୍ର, ଖାଦ୍ୟ ଓ ପ୍ରାଥମିକ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଲାଗି ଯବାନମାନେ ପ୍ରଥମେ ରାସ୍ତାରୁ ବରଫ ହଟାଇବା କାମ ଆରମ୍ବ କରିଥିଲେ । ଯାହାଦ୍ବାରା ଫସି ରହିଥିବା ଲୋକଙ୍କୁ ଗାଙ୍ଗଟକ ପଠାଯିବ ।

ଗଣମାଧ୍ୟମକୁ ସୂଚନା ଦେଇ ଇଣ୍ଡିଆନ ଆର୍ମି କର୍ଣ୍ଣେଲ ଅଞ୍ଜନ କୁମାର ବସୁମତାରି କହିଛନ୍ତି, "ତୁଷାରପାତ ଯୋଗୁଁ ଚଳିତ ଥର ଅନେକ ଲୋକ ଫସି ରହିଛନ୍ତି । ହେଲେ ଆମ ଯବାନମାନେ ସତର୍କତାର ସହିତ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଏପରି ପରିସ୍ଥିତିର ମୁକାବିଲା କରିବା ଲାଗି ଭାରତୀୟ ଯବାନମାନେ ସର୍ବଦା ଆଲର୍ଟ ରହିଥାନ୍ତି ।"

ଗତ ୨ ଦିନ ତଳେ ଭାରତୀୟ ଯବାନମାନେ 'ଅପରେସନ ହିମାରତ' ଆରମ୍ଭ କରିଥିବା ବେଳେ ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏମାନେ ପୂର୍ବ ସିକ୍କିମରେ ପ୍ରବଳ ତୁଷାରପାତ ସମୟରେ ପ୍ରାୟ ୧୦୦ଟି ଗାଡ଼ିରେ ଫସି ରହିଥିଲେ । ଏମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଭାରତୀୟ ଯବାନମାନଙ୍କୁ ଖୁବ ପ୍ରଶଂସା କରାଯାଇଥିଲା । ଏହି ଖବର ପ୍ରସାରଣ ହେବା ପରେ ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସ ଭାରତୀୟ ଯବାନଙ୍କୁ ପ୍ରଶଂସା କରିବା ସହିତ ଗର୍ବିତ ଅନୁଭବ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.