ETV Bharat / bharat

IMA Passing out Parade: ସେନାକୁ ମିଳିଲା ୩୧୯ ବୀର ଯୋଦ୍ଧା

author img

By

Published : Dec 11, 2021, 1:52 PM IST

Updated : Dec 11, 2021, 2:06 PM IST

ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନ (Indian Military Academy Dehradun)ରୁ ଆଜି ଦେଶ ବିଦେଶର ୩୮୭ ଜଣ ଜେଣ୍ଟେଲମେନ କ୍ୟାଡେଟ ପାସ ଆଉଟ ହୋଇଛନ୍ତି । ଏହି ସମସ୍ତ ଅଧିକାରୀ ଏବେ ଭାରତୀୟ ସେନାର ଜଣେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପାସ ଆଉଟ ହୋଇଥିବା ମୋଟ ୩୮୭ ଜଣଙ୍କ ମଧ୍ୟରୁ ୩୧୯ ଜଣ ଅଧିକାରୀ ସ୍ଥଳ ସେନାରେ କାର୍ଯ୍ୟ କରିବାକୁ ଥିବା ବେଳେ ଅବଶିଷ୍ଟ ୬୮ ଜେଣ୍ଟେଲମେନ କ୍ୟାଡେଟ ନିଜ ନିଜ ଦେଶକୁ ଯାଇ କାର୍ଯ୍ୟ କରିବେ । ଅଧିକ ପଢନ୍ତୁ

IMA Passing out Parade
IMA Passing out Parade

ଡେରାଡୁନ: ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନ (Indian Military Academy Dehradun) ରୁ ଆଜି ଦେଶ ବିଦେଶର ୩୮୭ ଜଣ ଜେଣ୍ଟେଲମେନ କ୍ୟାଡେଟ ପାସ ଆଉଟ ହୋଇଛନ୍ତି । ଏହି ସମସ୍ତ ଅଧିକାରୀ ଏବେ ଭାରତୀୟ ସେନାର ଜଣେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପାସ ଆଉଟ ହୋଇଥିବା ମୋଟ ୩୮୭ ଜଣଙ୍କ ମଧ୍ୟରୁ ୩୧୯ ଜଣ ଅଧିକାରୀ ସ୍ଥଳ ସେନାରେ କାର୍ଯ୍ୟ କରିବାକୁ ଥିବା ବେଳେ ଅବଶିଷ୍ଟ ୬୮ ଜେଣ୍ଟେଲମେନ କ୍ୟାଡେଟ ନିଜ ନିଜ ଦେଶକୁ ଯାଇ କାର୍ଯ୍ୟ କରିବେ ।

IMA Passing out Parade: ସେନାକୁ ମିଳିଲା ୩୧୯ ବୀର  ଯୋଦ୍ଧା
IMA Passing out Parade: ସେନାକୁ ମିଳିଲା ୩୧୯ ବୀର ଯୋଦ୍ଧା

ଭାରତୀୟ ସୈନ୍ୟ ଏକାଡେମୀ ପାସିଂ ଆଉଟ ପରେଡରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହୋଇ ଅଭିବାଦନ ଗ୍ରହଣ କରିଥିଲେ । ପାସିଂ ଆଉଟ ପରେଟରେ ଅନମୋଲ ଗୁଋଙ୍ଗଙ୍କୁ ସ୍କ୍ବାର୍ଡଂ ଅଫ ଅନର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହାବାଦ ରୌପ୍ୟ ପଦକ ତୁଷାର ସାପରା ଓ ବ୍ରୋଞ୍ଚ ମେଡାଲ ଆୟୁଷ ରଞ୍ଜନଙ୍କୁ ମିଳିଛି ।

ଆଜି ହୋଇଥିବା ଭାରତୀୟ ସୈନ୍ୟ ଏକାଡେମୀ (IMA Passing Out Parade)ର ପାସିଂ ଆଉଟ ପରେଡ ନିରାଡମ୍ବର ଭାବେ ଆୟୋଜନ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ତେବେ କାର୍ଯ୍ୟକ୍ରମରେ ଦିବଂଗତ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat death) ମଧ୍ୟ ସାମିଲ ହେବାର ଥିଲା । ସେନାପତିଙ୍କ ଦୁର୍ଭାଗ୍ୟ ଜନକ ନିଧନ ପରେ ପାସିଂ ଆଉଟ ପରେଡକୁ ଯଥା ସମ୍ଭବ କାଣ୍ଟଛାଣ୍ଟ କରାଯାଇଥିଲା ।

ପାସିଂ ଆଉଟ ଜେଣ୍ଟେଲମେନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ( President Of India) କହିଥିଲେ ମା ଭାରତୀର ସୁରକ୍ଷାଓ ଅଖଣ୍ଡତା ପାଇଁ ଆପଣ ମାନେ ନିଜକୁ ସମର୍ପିତ କରି ଦେଶ ସେବା କରିବେ ବୋଲି ମୋର ବିଶ୍ବାସ । ସେହିପରି କର୍ମକ୍ଷେତ୍ରରେ ଆହ୍ବାନ କରିବାକୁ ଥିବା ବିଭିନ୍ନ ସମସ୍ୟା ଜଟିଳତା ଓ ସଂକଟକୁ ମଧ୍ୟ ଆହ୍ବାନ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ରାଷ୍ଟ୍ରପତି । ସେହିପରି ବର୍ତ୍ତମାନ ଦେଶ ସମ୍ମୁଖିନ ହେଉଥିବା ଅନେକ ଆହ୍ବାନକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।

ଏହାସହ ତ୍ରିରଙ୍ଗାର ସମ୍ମାନକୁ ଅଜୟ ଅକ୍ଷୟ ରଖିବା ପାଇଁ ଦିବଂଗତ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat death) ଯେଉଁଭଳି ଦେଶଭକ୍ତିର ପରିଚୟ ଦେଇ ଦେଶର ସୁରକ୍ଷା ପାଇଁ କାମ କରି ଯାଇଛନ୍ତି ତାହାକୁ ଆମେ ଓ ପରବର୍ତ୍ତୀ ପିଢି ଆଗେଇ ନେବାକୁ ପଡିବ । ବାଷ୍ପରୁଦ୍ଧ କଣ୍ଠରେ CDS Generalଙ୍କୁ ସ୍ମରଣ କରି ରାଷ୍ଟ୍ରପତି କହିଥିଲେ, ଆମେ ଯେଉଁଠି ଏବେ ଯେଉଁ କାର୍ଯ୍ୟକ୍ରମ ପାଇଁ ଏକାଠି ହୋଇଛନ୍ତି, ଏଠି CDS General ମଧ୍ୟ ଆସିବାର ଥିଲା । ହେଲେ ପରମାତ୍ମାଙ୍କ ଇଚ୍ଛା କିଛି ଭିନ୍ନ ଥିଲା । CDS General Bipin Rawat ଆମକୁ ଦେଶର ସୁରକ୍ଷା ଓ ଅଖଣ୍ଡର ରକ୍ଷା ପାଇଁ ଯେଉଁ ଶକ୍ତି ମାର୍ଗ ଦର୍ଶନ ଦେଇ ଯାଇଛନ୍ତି ତାହା ଭାରତୀୟ ସେନା ପାଇଁ ସବୁ ବେଳେ ପ୍ରେରଣ ଓ ପରାମର୍ଶ ହୋଇ ରହିବ ।

ସେହିପରି ବର୍ତ୍ତମାନ ବୈଶିକ ସ୍ତରରେ ଦେଖାଦେଇଥିବା ଭିନ୍ନ ପ୍ରକାରର ଯୁଦ୍ଧକୁ ନେଇ ମଧ୍ୟ ରାଷ୍ଟ୍ରପତି ଚେତାଇ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଏବେ ଖାଲି ମାନସିକ, ଶାରୀରକ ଭାବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଅନୁଚିତ । ଆମକୁ ଆଗକୁ ବଢିବାକୁ ହେବ । ବାୟୋଲୋଜିକାଲ ଯୁଦ୍ଧର ସଂକଟ ଦେଖାଦେଇପାରେ । ଏହାସହ ବିଭିନ୍ନ ବୈଷୟିକ (Technology) ଯୁଦ୍ଧ ପାଇଁ ମଧ୍ୟ ସେନା ପ୍ରସ୍ତୁତ ରହିବା ଦରକାର ବୋଲି କହିଛନ୍ତି । କାରଣ ବର୍ତ୍ତମାନ ଯୁଦ୍ଧର ପରିଭାଷା ପରିବର୍ତ୍ତନ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଚଳିତ ଥର ପାସିଂ ଆଉଟ ପରେଡ (passing out parade )ରେ ସର୍ବାଧିକ ଅଧିକାରୀ ୟୁପି ଓ ଉତ୍ତରାଖଣ୍ଡ ବାସିନ୍ଦା । ଉତ୍ତର ପ୍ରଦେଶରୁ ୪୫ ଜଣ ଓ ଉତ୍ତରାଖଣ୍ଡରୁ ୪୩ ଜଣ ଅଧିକାରୀ ପାସିଂ ଆଉଟ ହୋଇଛନ୍ତି । ହରିୟାଣରୁ ୩୪, ବିହାରରୁ ୨୬, ରାଜସ୍ଥାନରୁ ୨୩, ଓ ପଞ୍ଜାବରୁ ୨୨ ଅଧିକାରୀ ପାସିଂ ଆଉଟ ହୋଇଛନ୍ତି । ଏହାବାଦ ୮ ଟି ମିତ୍ର ରାଷ୍ଟ୍ରର ୬୮ ଅଧିକାରୀ ପାସିଂ ଆଉଟ ହୋଇଛନ୍ତି ।

ସୂଚନାଯୋଗ୍ୟଯେ, ୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଏହି ପାସିଂ ଆଉଟକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଯୋଜନା ହୋଇଥିଲା । କିନ୍ତୁ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat)ଙ୍କ ଦୁର୍ଭାଗ୍ୟ ଜନକ ନିଧନ ପରେ କାର୍ଯ୍ୟକ୍ରମକୁ ପୁରା କାଣ୍ଟଛାଣ୍ଟ ତଥା ସୀମିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ବ୍ୟତୀତ ଉତ୍ତରାଖଣ୍ଡର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରୁମିତ ସିଂ, ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପରିବାର ସଦସ୍ୟ ଓ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2021, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.