ETV Bharat / bharat

62 ହଜାର ବୁଲେଟ ପ୍ରୁଫ ଜ୍ୟାକେଟ କିଣିବ ସେନା, ଜାରି ହେଲା ଟେଣ୍ଡର

author img

By

Published : Nov 20, 2022, 6:48 PM IST

62 ହଜାର ବୁଲେଟ ପ୍ରୁଫ ଜ୍ୟାକେଟ କିଣିବ ସେନା । ଦୁଇଟି ମୋଡରେ ହେବ ଟେଣ୍ଡର ପ୍ରକ୍ରିୟା । 15,000 ଜ୍ୟାକେଟ୍ ଜରୁରୀକାଳୀନ ଭିତ୍ତିରେ କ୍ରୟ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

62 ହଜାର ବୁଲେଟ ପ୍ରୁଫ ଜ୍ୟାକେଟ କିଣିବ ସେନା, ଜାରି ହେଲା ଟେଣ୍ଡର
62 ହଜାର ବୁଲେଟ ପ୍ରୁଫ ଜ୍ୟାକେଟ କିଣିବ ସେନା, ଜାରି ହେଲା ଟେଣ୍ଡର

ନୂଆଦିଲ୍ଲୀ: ଦିନକୁ ଦିନ ଆତଙ୍କବାଦୀ ବ୍ୟବହାର କରିବାରେ ଲାଗିଛନ୍ତି ଅତ୍ୟାଧୁନିକ ମାରଣାସ୍ତ୍ର । ଯାହା ମଧ୍ୟରେ ଆମେରିକା ନିର୍ମିତ ଘାତକ ଷ୍ଟିଲ କୋର ବୁଲେଟ ମଧ୍ୟ ରହିଛି । ଯାହା କାଶ୍ମୀରରେ କିଛି ଆତଙ୍କୀ ଅପରେସନରେ ସଫଳତା ମିଳିବା ପରେ ଏକଥା ସ୍ପଷ୍ଟ ହୋଇଛି । ଏହାକୁ ଦୃଷ୍ଟିରେ ଭାରତୀୟ ସ୍ଥଳସେନା ଯବାନଙ୍କ ପାଇଁ ବୁଲେଟ ପ୍ରୁଫ ଜ୍ୟାକେଟ କ୍ରୟ କରିବାକୁ ଯାଉଛି । 62,500 ବୁଲେଟ ପ୍ରୁଫ୍ ଜ୍ୟାକେଟ କ୍ରୟ କରିବା ପାଇଁ ସେନା ଟେଣ୍ଡର ମଧ୍ୟ ଜାରି କରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇଟି ମାଧ୍ୟମରେ ଏହି ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ମେକ୍ ଇନ୍ ଇଣ୍ଡିଆ ଯୋଜନା ଅଧୀନରେ ଦୁଇଟି ପୃଥକ ଟେଣ୍ଡରରେ ଏହି କ୍ରୟ ପ୍ରକ୍ରିୟା ଶେଷ ହେବାକୁ ସ୍ଥିର ହୋଇଛି । ସେଥିମଧ୍ୟରୁ 47,627 ଜ୍ୟାକେଟ୍ ନିୟମିତ ପ୍ରକ୍ରିୟାରେ କ୍ରୟ ହେବାକୁ ଥିବାବେଳେ 15,000 ଜ୍ୟାକେଟ୍ ଜରୁରୀକାଳୀନ ଭିତ୍ତିରେ କ୍ରୟ କରିବା ପାଇଁ ଟେଣ୍ଡର ଜାରି କରିଛି ସେନା । ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ଜରୁରୀକାଳୀନ ଭିତ୍ତିରେ 15,000 ଜ୍ୟାକେଟ କ୍ରୟ କରାଯାଇ ସେନାରେ ସାମିଲ କରାଯିବ । ସେହିପରି ଅବଶିଷ୍ଟ 47,627 ଜ୍ୟାକେଟର କ୍ରୟ ପ୍ରକ୍ରିୟା ଆସନ୍ତା 18-24 ମାସ ମଧ୍ୟରେ ଶେଷ ହେବା ନେଇ ଆଶା କରାଯାଉଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ତେବେ ଘାଟିରେ ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ରାଇଫଲରେ ଆମେରିକା ନିର୍ମିତ ଅତ୍ୟାଧୁନିକ ଗୁଳି ବ୍ୟବହାର କରାଯାଇଥିବା ସେନା ଜାଣିବାକୁ ପାଇଥିଲା । ଆମେରିକା ସେନା 20 ବର୍ଷ ପରେ ଆଫଗାନିସ୍ତାନ ଛାଡିଥିବା ବେଳେ ସେଠାରେ ପ୍ରଚୁର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଛାଡି ପଳାଇଥିଲା । ଯାହା ଆଫାଗାନ୍ତିସ୍ତାନରୁ ପାକିସ୍ତାନ ଦେଇ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ହାତରେ ଲାଗି ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ଏହାରି ମଧ୍ୟରେ ଚୀନ ସହ ସଂଘର୍ଷ ପରେ ଗତ କିଛି ବର୍ଷ ଭାରତୀୟ ସେନା ତାର ନବୀକରଣ ପ୍ରକ୍ରିୟା ମଧ୍ୟ ଜାରି ରଖିଛି । ତେଣୁ ବର୍ତ୍ତମାନର ଆବଶ୍ୟକତାକୁ ଦେଖି ସେନା ଯବାନଙ୍କ ପାଇଁ ବୁଲେଟ ପ୍ରୁଫ ଜ୍ୟାକେଟ କ୍ରୟ କରିବା ପାଇଁ ସେନା ପ୍ରକ୍ରିୟା ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.