ETV Bharat / bharat

ଜମ୍ମୁରୁ ଲେହକୁ 388 ଜଣଙ୍କୁ ଏୟାରଲିଫ୍ଟ କଲା ବାୟୁସେନା - କାଶ୍ମୀରରେ ବାୟୁସେନାର ଏୟାରଲିଫ୍ଟ

ତୁଷାରପାତ ଫଳରେ ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ । ବାୟୁସେନା ବିମାନରେ ଜମ୍ମୁରୁ ଲେହକୁ ଏୟାରଲିଫ୍ଟ ହେଲେ 388 ଜଣ । ଅଧିକ ପଢନ୍ତୁ

ଜମ୍ମୁରୁ ଲେହକୁ 388 ଜଣଙ୍କୁ ଏୟାରଲିଫ୍ଟ କଲା ବାୟୁସେନା

author img

By

Published : Feb 26, 2023, 5:26 PM IST

ଶ୍ରୀନଗର: ଶ୍ରୀନଗରରୁ ଲଦାଖକୁ ବାୟୁସେନା ବିମାନରେ ଏୟାରଲିଫ୍ଟ ହେଲେ 388 ଯାତ୍ରୀ । ଆଜି (ରବିବାର) ପୂର୍ବାହ୍ନରେ ଏହି ଏୟାରଲିଫ୍ଟ କରାଯାଇଛି । ବାୟୁସେନାର ଦୁଇଟି IL-76 ସ୍ବତନ୍ତ୍ର ପରିବହନ ବିମାନରେ ଏହି ଏୟାରଲିଫ୍ଟ କରାଯାଇଛି । ବାୟୁସେନା ଜାରି ରଖିଥିବା ‘ଅପରେସନ ସଦଭାବନା’ ଜରିଆରେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରୁ ଏହି ଯାତ୍ରୀଙ୍କୁ ଧରି ଲେହ ଏୟାରବେସ ଅଭିମୁଖେ ଉଡାଣ ଭରିଛି ଉଭୟ ବିମାନ ।

  • Two IL-76 aircrafts landed at Air Force station Jammu & airlifted 388 citizens of Ladakh UT, from Jammu to Leh. Under operation Sadbhavna, Indian Air Force has been extending assistance to citizens of UTs of J&K and Ladakh. pic.twitter.com/0SzYlcvQbo

    — ANI (@ANI) February 26, 2023 " class="align-text-top noRightClick twitterSection" data=" ">

ଏବେ ମଧ୍ୟ କାଶ୍ମୀରରେ ତୁଷାରପାତ ଜାରି ରହିଛି । ଶ୍ରୀନଗରରୁ ଲେହକୁ ସଂଯୋଗ କରୁଥିବା ଏକମାତ୍ର ଜାତୀୟ ରାଜପଥ ବରଫରେ ଆଚ୍ଛନ୍ନ ହେବା କାରଣରୁ ଯାତାୟତ ପ୍ରଭାବିତ ହୋଇଛି । ଫଳରେ ଭାରତୀୟ ବାୟୁସେନା ଲେହ ଫେରିପାରୁନଥିବା ଯାତ୍ରୀଙ୍କ ପାଇଁ ଅପରେସନ ସଦଭାବନା (operation Sadbhavna) ଆରମ୍ଭ କରିଛି । ଏହି ମିଶନରେ ବାୟୁସେନାର ଦୁଇଟି ବୃହତ ପରିବହନ ବିମାନ IL-76 ବ୍ୟବହୃତ କରାଯାଇଥିଲା । ସ୍ଥାନୀୟ ପ୍ରଶାସନର ସହଯୋଗରେ ଲେହ ଫେରିପାରୁନଥିବା ଯାତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ମୋଟ 388 ଯାତ୍ରୀଙ୍କୁ ଜମ୍ମୁର ଏୟାର ଫୋର୍ସ ବେସକୁ ଅଣାଯାଇଥିଲା । ସେମାନଙ୍କୁ ଧରି ଦୁଇଟି ବାୟୁସେନା ବିମାନ ଉଡାଣ ଭରିସାରିଛି । ସେମାନଙ୍କୁ ଲେହକୁ ବାୟୁସେନା ଏୟାରବେସରେ ଛଡାଯିବା ପରେ ସେମାନେ ନିଜ ଘରକୁ ଫେରିବେ ।

ଜମ୍ମୁ କାଶ୍ମୀରରେ ଶୀତଦିନେ ମାତ୍ରାଧିକ ତୁଷାରପାତ ଫଳରେ ଯାତାୟତ ପ୍ରାୟତଃ ପ୍ରଭାବିତ ହୋଇଥାଏ । ତୁଷାରପାତ କାରଣରୁ ସଡକ ଯୋଗାଯୋଗ ପ୍ରଭାବିତ ହେବା ସହ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥାଏ । ଏପରି ସ୍ଥଳେ ଜରୁରୀ କ୍ଷେତ୍ରରେ ଏୟାରଲିଫ୍ଟ କରାଯାଏ । ପୂର୍ବରୁ ମଧ୍ୟ ବାୟୁସେନା ବିମାନ ଓ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇଥିବା ଅନେକ ଉଦାହରଣ ରହିଛି ।

ଅନେକ ସମୟରେ ଅସୁସ୍ଥ, ଗର୍ଭବତୀ କିମ୍ବା ବୟସ୍କଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନା ହେଲିକପ୍ଟର ଓ ବ୍ୟବହାର କାରଯିବା ସହ ସେନା ଯବାନ ମଧ୍ୟ ସହଯୋଗ କରିଛନ୍ତି । ବର୍ତ୍ତମାନ ଶ୍ରୀନଗର ଓ ଲେହରେ ସ୍ଥିତିକୁ ଦେଖି ଭାରତୀୟ ବାୟୁସେନା ‘ଅପରେସନ ସଦଭାବନା’ ଜାରି ରହିଛି । ପରେ ଆଉ ଯାତ୍ରୀଙ୍କୁ ଜମ୍ମୁରୁ ଲେହ ଅଭିମୁଖେ ଏୟାରଲିଫ୍ଟ କରାଯିବ କି ନାହିଁ ସେ ନେଇ ବାୟୁସେନା କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ସୂଚନା ମିଳିନାହିଁ । ସ୍ଥିତିରେ ସୁଧାର ନଆସିଲେ କିମ୍ବା ଯଦି ଆବଶ୍ୟକ ପଡେ ତେବେ ଏହି ଅପରେସନ ଆଗକୁ ମଧ୍ୟ ଜାରି ରହିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.