ETV Bharat / bharat

ବିଶ୍ବରୁ ଆତଙ୍କୀ ନିପାତ ପାଇଁ ଯେକୌଣସି ସ୍ତରକୁ ଯାଇପାରେ ଭାରତ: ପ୍ରତିରକ୍ଷା ମନ୍ତ୍ରୀ

ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବା ପରେ ସେଠାରେ ପରିସ୍ଥିତି ଏବେ ସାରା ବିଶ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ‘ଆତଙ୍କବାଦକୁ ବିଶ୍ବରୁ ହଟାଇବାକୁ ଭାରତ ଯେକୌଣସି ସ୍ତରକୁ ଯାଇପାରେ । ଆବଶ୍ୟକ ପଡିଲେ ସେମାନଙ୍କ ମାଟିରେ ସେମାନଙ୍କୁ ନିପାତ କରିବାକୁ ପଛାଇବ ନାହିଁ ଭାରତ ।’ ଅଧିକ ପଢନ୍ତୁ...

ଆବଶ୍ୟକ ପଡିଲେ ଆତଙ୍କୀଙ୍କ ମାଟିରେ ସେମାନଙ୍କୁ ନିପାତ କରିବାକୁ ପଛାଇବ ନାହିଁ ଭାରତ: ରାଜନାଥ

author img

By

Published : Aug 30, 2021, 2:29 PM IST

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବା ପରେ ସେଠାରେ ପରିସ୍ଥିତି ଏବେ ସାରା ବିଶ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ପରିସ୍ଥିତି ଅନେକ ଦେଶକୁ ସେମାନଙ୍କ ରଣନୀତି ବଦଳାଇବାକୁ ବାଧ୍ୟ କରିଛି । ରବିବାର ତାମିଲନାଡୁର ୱେଲିଙ୍ଗଟନ୍‌ରେ ଥିବା ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତି ଆମକୁ ବାଧ୍ୟ କରିଛି ରଣନୀତି ବଦଳାଇବାକୁ। ବର୍ତ୍ତମାନ ଭାରତ ଆଫଗାନିସ୍ତାନ ଉପରେ ପୁନଃର୍ବିଚାର କରୁଛି ଏବଂ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛି। ଆତଙ୍କବାଦକୁ ବିଶ୍ବରୁ ହଟାଇବାକୁ ଭାରତ ଯେକୌଣସି ସ୍ତରକୁ ଯାଇପାରେ । ଆବଶ୍ୟକ ପଡିଲେ ସେମାନଙ୍କ ମାଟିରେ ସେମାନଙ୍କୁ ନିପାତ କରିବାକୁ ପଛାଇବ ନାହିଁ ଭାରତ ।

ରାଜନାଥ ସିଂ କହିଛନ୍ତି ଯେ ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଇଣ୍ଟିଗ୍ରେଟେଡ୍ ବେଟେଲ ଗ୍ରୁପ ପ୍ରସ୍ତୁତ କରିବା ବାବଦରେ ଖୁବଶୀଘ୍ର ନିଷ୍ପତ୍ତି ନେବ। କାରଣ, ଯୁଦ୍ଧ ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, କେତେ ଶୀଘ୍ର ତୁମେ ନିଷ୍ପତ୍ତି ନେଉଛ । କାରଣ ତାହା ଉପରେ ଯୁଦ୍ଧର ବିଜୟ ପରାଜୟ ନିର୍ଭର କରେ ବୋଲି ସେ କହିଛନ୍ତି । ଏହି ବେଟେଲ ଗ୍ରୁପ କେବଳ ଶୀଘ୍ର ନିଷ୍ପତ୍ତି ନେବେ ନାହିଁ ବରଂ ଯୁଦ୍ଧବିମାନର ୟୁନିଟ୍ ମଧ୍ୟ ପ୍ରସ୍ତୁତ କରିବେ । ଏହି ବେଟେଲ ଗ୍ରୁପ ଆମର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମକୁ ସାହାଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି କି, ବଦଳୁଥିବା ଭାରତର ରଣନୀତି ଦେଖି ପାକିସ୍ତାନ ଚୁପ ହୋଇ ଯାଇଛି । ଅନ୍ୟପଟେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କ ସାହାରା ନେଉଥିବା ରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି । ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଓ ହତିଆର ଯୋଗାଉଛି ବୋଲି ରାଜନାଥ ସିଂ କହିଛନ୍ତି । ରାଜନାଥ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ଭାରତ ବଦଳି ଯାଇଛି ଏବଂ ଏହା କେବଳ ଆତଙ୍କବାଦୀଙ୍କୁ ନିଜ ମାଟିରେ କବର ଦବନି ବରଂ ସେମାନଙ୍କ ବିରୋଧରେ ଅଭିଯାନ ମଧ୍ୟ କରିବ। ଏହି ସମୟରେ ଭାରତ-ପାକିସ୍ତାନ ସୀମା ଶାନ୍ତି ରହିଛି । କାରଣ ପାକିସ୍ତାନ ଜାଣେ ଯେ ଭାରତ ନିଜର ପ୍ରତିରକ୍ଷା ମନୋଭାବ ଛାଡି ଏବେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛି। ଯାହା 2016 ରେ ହୋଇଥିବା ବାଲାକୋଟ ଷ୍ଟ୍ରାଇକରେ ଏହି ବିଷୟ ସାରାବିଶ୍ବ ଜାଣିବାକୁ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.