ETV Bharat / bharat

IOC ଅଧିବେଶନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, 2036 ଅଲମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ କହିଲେ ମୋଦି

author img

By ETV Bharat Odisha Team

Published : Oct 15, 2023, 8:23 AM IST

ମୁମ୍ବାଇରେ ଆଇଓସି ଅଧିବେଶନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2036 ଅଲମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ବୋଲି ଅଧିବେଶନକୁ ସମ୍ଭୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

IOC ଅଧିବେଶନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
IOC ଅଧିବେଶନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଭାରତକୁ ଆଇଓସିର ନିରନ୍ତର ସହାୟତା ମିଳିବ ଏହା ମୋର ଆଶା । କ୍ରୀଡା କେବଳ ମେଡାଲ ଜିତିବା ପାଇଁ ନୁହେଁ ବରଂ ହୃଦୟକୁ ଜିତିବାର ମାଧ୍ୟମ । କ୍ରୀଡ଼ା ସମସ୍ତଙ୍କର ସମସ୍ତଙ୍କ ପାଇଁ । କ୍ରୀଡା କେବଳ ଚମ୍ପିଆନ ତିଆରି କରେ ନାହିଁ ଶାନ୍ତିର ବାର୍ତ୍ତା ଦିଏ ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ ତେଣୁ ସ୍ପୋର୍ଟ୍ସ ଦୁନିଆକୁ ଯୋଡ଼ିବାର ଅନ୍ୟ ଏକ ସଶକ୍ତ ମାଧ୍ୟମ । ଭାରତ ଅଲିମ୍ପକ୍ସ ଆୟୋଜନ ପାଇଁ ଉତ୍ସାହିତ ରହିଛି । 2036 ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ । ଏହା 140 କୋଟି ଭାରତୀୟଙ୍କ ସ୍ବପ୍ନ ବୋଲି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନ୍ତର୍ଜାତୀୟ ଅଲିମ୍ପକ୍ସ କମିଟି(ଆଇଓସି)ର 141ତମ ଅଧିବେଶନର ଉଦଘାଟନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଇଓସି ଅଧିବେଶନକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"40 ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ ଅଲିମ୍ପକ୍ସ କମିଟି ଅଧିବେଶନ ହେବା ଆମ ପାଇଁ ଗୌରବର ବିଷୟ । ଭାରତରେ କ୍ରୀଡ଼ା ଆମ ସଂସ୍କୃତି ଓ ଜୀବନଶୈଳୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ବିନା କ୍ରୀଡାରେ ଭାରତରେ ପର୍ବ ପର୍ବଣୀ ଅଧୁରା । ଆମେ ଭାରତୀୟ କେବଳ କ୍ରୀଡ଼ାପ୍ରେମୀ ନୁହେଁ ଆମେ କ୍ରୀଡ଼ାକୁ ବଞ୍ଚିଥାଉ । ଏହି ହଜାର ବର୍ଷ ଇତିହାସରେ ପ୍ରତିଫଳିତ ହେଉଛି । ଭାରତକୁ ଆଇଓସିର ନିରନ୍ତର ସହାୟତା ମିଳିବ ଏହା ମୋର ଆଶା । କ୍ରୀଡ଼ା କେବଳ ମେଡାଲ ଜିତିବା ପାଇଁ ନୁହେଁ ବରଂ ହୃଦୟକୁ ଜିତିବାର ମାଧ୍ୟମ । କ୍ରୀଡ଼ା ସମସ୍ତଙ୍କର ସମସ୍ତଙ୍କ ପାଇଁ । କ୍ରୀଡ଼ା କେବଳ ଚମ୍ପିଆନ ତିଆରି କରେ ନାହିଁ ଶାନ୍ତି, ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ ତେଣୁ ସ୍ପୋର୍ଟ୍ସ ଦୁନିଆକୁ ଯୋଡ଼ିବାର ଅନ୍ୟ ଏକ ସଶକ୍ତ ମାଧ୍ୟମ । ଭାରତ ଅଲିମ୍ପକ୍ସ ଆୟୋଜନ ପାଇଁ ଉତ୍ସାହିତ ରହିଛି । 2036 ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "କ୍ରୀଡାରେ କେହି ହାରନ୍ତି ନାହିଁ କ୍ରୀଡାରେ କେବଳ ବିଜେତା ଓ ଶିକ୍ଷାର୍ଥୀ ଥାଆନ୍ତି । ସ୍ପୋର୍ଟ୍ସ ଭାଷା ୟୁନିଭର୍ସାଲ । ସ୍ପିରିଟ ୟୁନିଭର୍ସାଲ । ସ୍ପୋର୍ଟ୍ସ କେବଳ ଏକ ପ୍ରତିଯୋଗିତା ନୁହେଁଁ ଏହା ମାନବଜାତିର ତାର ବିସ୍ତାରର ଅବସର ଦିଏ । ରେକର୍ଡ ଯିଏ ବି ଭାଙ୍ଗୁ ସମଗ୍ର ଦୁନିଆ ତାର ସ୍ବାଗତ କରେ । କ୍ରୀଡ଼ା ଆମର ବସୁଧୈବ କୁଟୁମ୍ବକମ ଭାବନାକୁ ସଶକ୍ତ କରିଥାଏ । ତେଣୁ ଆମର ସରକାର କ୍ରୀଡ଼ାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମ ଭାରତରେ କ୍ରୀଡ଼ାର ବିକାଶ ପାଇଁ ବିବିଧତା ଓ ଅନ୍ତର୍ଭୂକ୍ତତା ଉପରେ ଅଧିକ ଫୋକସ କରାଯାଉଛି । କ୍ରୀଡାରୁ ନେଇ ଭାରତର ଏହି ଫୋକସ ନେଇ ଆଜି ଭାରତ ଅନ୍ତର୍ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିଛି । ସଦ୍ୟ ସମାପ୍ତ ଏସୀୟ କ୍ରୀଡ଼ାରେ ଭାରତ ଐତିହାସିକ ପ୍ରଦର୍ଶନ କରିଛି । ଏହା ଭାରତର ଦ୍ରୁତ ବିକାଶର ସଂଙ୍କେତ । ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଛି । ଭାରତ ତାର ମାଟିରେ 2036 ଅଲମ୍ପିକ୍ସର ସଫଳ ଆୟୋଜନ ନେଇ ତାର ପ୍ରୟାସରେ କୌଣସି କମ କରିବ ନାହିଁ । ଏହା 140 କୋଟି ଭାରତୀୟଙ୍କ ସ୍ବପ୍ନ ତାଙ୍କ ଆକାକ୍ଷାଂ । ସେହି ସ୍ବପ୍ନକୁ ପୂରଣ କରିବାକୁ ଚାହୁଁଛି । 2029 ୟୁଥ୍‌ ଅଲମ୍ପିକ୍ସର ଆୟୋଜନ କରିବାକୁ ମଧ୍ୟ ଭାରତ ଉଚ୍ଛୁକ । ମୋର ବିଶ୍ବାସ ରହିଛି ଭାରତକୁ ଆଓସିର ନିରନ୍ତର ସହାୟତା ମିଳିବ ।"

ଏହା ବି ପଢନ୍ତୁ...P20 Summit; ବିତର୍କ ଓ ବିଚାରବିମର୍ଶ ପାଇଁ ସଂସଦ ଉପଯୁକ୍ତ ସ୍ଥାନ: ପ୍ରଧାନମନ୍ତ୍ରୀ

ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଦେଲେ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିଛି । ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ 7 ୱିକେଟରେ ମାତ ଦେଇଛି ଟିମ୍‌ ଇଣ୍ଡିଆ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତର ଏହି ଐତିହାସିକ ବିଜୟକୁ ନେଇ ଆଇଓସି ଅଧିବେଶନରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲମ୍ପିକ୍ସର ମୋଟୋ ଦ୍ରୁତ, ଉଚ୍ଚ ଏବଂ ଏକତ୍ର (Higher, Stronger, Together) ଶକ୍ତିଶାଳୀ ଦର୍ଶାଇବା ସହ ଅଧିବେଶନ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।

141ତମ ଅଧିବେଶନର ଉଦଘାଟନ ସମାରୋହରେ ଆଇଓସି ସଭାପତି ଥୋମାସ ବାକ, ସଦସ୍ୟ ନୀତା ଅମ୍ବାନୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ବଲିଉଡ ଅଭିନେତା ଶାହରୁଖ ଖାନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଧିବେଶନ 17 ତାରିଖ ଯାଏଁ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.