ନୂଆଦିଲ୍ଲୀ: ଚଳିତବର୍ଷ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଆୟୋଜନ କରିବ ଭାରତ । ଏନେଇ ସିଏସଓର ସମସ୍ତ 8 ସଦସ୍ୟ ରାଷ୍ଟ୍ର ଓ ପର୍ଯ୍ୟବେକ୍ଷକ ଭାବେ ଥିବା 4 ଦେଶ,ଏସସିଓ ସାଧାରଣ ସମ୍ପାଦକମାନଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ଏମଇଏର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ।
30 ନଭେମ୍ବରରେ ଭାରତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସରକାରଙ୍କ ମୁଖ୍ୟମାନଙ୍କୁ ଭର୍ଚୁଆଲ୍ ଫର୍ମାଟରେ ଦାଖଲ କରିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିରେ ଭାରତ ସାଂଘାଇ ସହଯୋଗ ସଂଗଠନର ମୁଖ୍ୟଙ୍କ ପରିଷଦର ଏକ ଶିଖର ବୈଠକ ଆୟୋଜନ ହେବ ଏବଂ ପ୍ରଭାବଶାଳୀ ଗୋଷ୍ଠୀର ବାଣିଜ୍ୟ ଏବଂ ଅର୍ଥନୈତିକ ଏଜେଣ୍ଡାରେ ଯୋଗଦାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଭାରତ 2005 ମସିହାରୁ ଏସସିଓରେ ପର୍ଯ୍ୟବେକ୍ଷକ ଥିବାବେଳେ 2017ରେ ଏହାର ପୂର୍ଣ୍ଣ ସଦସ୍ୟତା ପାଇଥିଲା । ସେବେ ଠାରୁ ଭାରତ ଏହି ସମ୍ମିଳନୀରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇ ଆସୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ